ରେଲୱେ ବଜେଟକୁ ନେଇ ବିଭାଗୀୟ ପଦାଧିକାରୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂରେ ରେଳ ମନ୍ତ୍ରୀଙ୍କ ଆଲୋଚନା

୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ରେଲୱେ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି । ଏନେଇ ଆଜି କେନ୍ଦ୍ର ରେଳ ବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବ ଭିଡ଼ିଓ କନ୍ଫରେନ୍ସି ଜରିଆରେ ଦେଶର ବିଭିନ୍ନ ରାଜ୍ୟର ରେଳ ବିଭାଗର ସମସ୍ତ ପଦାଧିକାରୀ ମାନକ ସହିତ ୨୦୨୩-୨୪ ଆର୍ଥିକ ବର୍ଷର ରେଲୱେ ବଜେଟ୍ ସମ୍ପର୍କରେ ଓ ରେଲୱେ ର ବିକାଶ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ଗୁଡ଼ିକର କିଭଳି ସଫଳ ରୂପାୟନ କରାଯିବ ସେ ନେଇ ଆଲୋଚନା କରିଥିଲେ ।ରେଲୱେର ନୂଆ ଯୋଜନା ପାଇଁ ୭୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ସେହିପରି ୫୦ଟି ଅତିରିକ୍ତ ବିମାନବନ୍ଦର ଓ ଏୟାରଷ୍ଟ୍ରିପର ପୁନରୁଦ୍ଧାର କରିବେ ସରକାର। ସେହିପରି ‘ବନ୍ଦେ ଭାରତ ଟ୍ରେନ୍’ ଉପରେ ଚଳିତ ବଜେଟ୍ ଅଧିକ ଧ୍ୟାନ ଦେବ। ଖୁବ୍ ଶୀଘ୍ର ୨୦୦ ‘ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍’ ନିର୍ମାଣ କରିବା ପାଇଁ ଟେଣ୍ଡର୍ ଦିଆଯିବ। ନୂଆ ପ୍ରକଳ୍ପକୁ ବଜେଟରେ ଅଗ୍ରାଧିକାର ମିଳିଛି । ଅନେକ ନୂଆ ଟ୍ରେନ ଓ ରେଳ ଲାଇନ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରଖିଛି। ପିଏମ୍‌ ଗତି ଶକ୍ତି ଓ ନ୍ୟାସନାଲ ଲଜିଷ୍ଟିକ ନୀତି ଦ୍ୱାରା ଭାରତୀୟ ରେଳବାଇ ତା’ର ସେବାକୁ ତ୍ୱାରାନ୍ୱିତ କରୁଛି । ଦେଶର କୋଣ ଅନୁକୋଣ କୁ ରେଲୱେ ମାଧ୍ୟମରେ ଯୋଡ଼ିବାକୁ ପ୍ରଧାନମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହାକୁ ସାକାର କରିବାରେ ଚଳିତ ବର୍ଷର ରେଲୱେ ବଜେଟ ସହାୟ ହେବା ବୋଲି ଶ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 + 1 =