ସ୍ବାସ୍ଥ୍ୟ ଠିକ ସହ ସୈାନ୍ଦର୍ୟ୍ୟକୁ ବଢ଼ାଇଥାଏ ଏହି ପତ୍ର, ଜାଣନ୍ତୁ

ଆମ ସ୍ବାସ୍ଥ୍ୟ ପାଇଁ ଧନିଆଁ ପତ୍ର ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ପ୍ରୋଟିନ୍,ମିନେରାଲ୍,ଫାଇବର,ଆଇରନ୍,କାର୍ବୋହାଇଡ୍ରେଟ୍ ପ୍ରଚୁର ମାତ୍ରାରେ ରହିଥାଏ। ଏହା ସ୍ବାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ। ଏହା ଦ୍ବାରା ତ୍ବଚାର ସୈାନ୍ଦର୍ୟ୍ୟ ବଢ଼ିଥାଏ। ଏହା ପେଟ ସମସ୍ୟାକୁ ଦୂରକରି ହଜମ ଶକ୍ତିକୁ ବଢ଼ାଇଥାଏ।

-ଏଥିରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ ଯାହା ଦ୍ବାରା ମୁହଁରେ ହୋଇଥିବା ଛାଲ ଦୂର ହୋଇଥାଏ। ୨ଚାମଚ ଧନିଆଁ ପତ୍ର ଜୁସକୁ ଚିମୁଟାଏ ହଳଦୀରେ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ବ୍ରଣରେ ଲଗାନ୍ତୁ। ଏହା ଦ୍ବାରା ବ୍ରଣ ସମସ୍ୟା ଦୂର ହେବ।

– ସବୁଜ ଧନିଆଁ ପତ୍ରରେ ଭିଟାମିନ୍ ଏ ପ୍ରଚୁର ମାତ୍ରାରେ ଥାଏ ଯାହା ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ପ୍ରତିଦିନ ଖାଦ୍ୟରେ ଧନିଆଁ ପତ୍ର ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ।

– କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

– ଯଦି ଆପଣଙ୍କର କଳାଜାଇ ରହିଛି ତେବେ ଆପଣ ଧନିଆଁ ପତ୍ର ବାଟି ମିଶ୍ରଣ କରନ୍ତୁ ଏବଂ ପ୍ରତିଦିନ ଜାଇରେ ଲଗାନ୍ତୁ। ଏହା ଦ୍ବାରା ଜାଇ ସମସ୍ୟା ଦୂର ହେବ।

– ଯଦି ଆପଣଙ୍କୁ ଦୁର୍ବଳତା ଅନୁଭବ ହେଉଥାଏ ତେବେ ୨ଚାମଚ ଧନିଆଁ ରସରେ ୧୦ଗ୍ରାମ୍ ମିଶ୍ରି ଏବଂ ଅଧ ଗିନା ପାଣି ମିଶାଇ ସକାଳେ ସନ୍ଧ୍ୟାରେ ପିଇଲେ ଲାଭ ମିଳିଥାଏ।

Share

Leave a Reply

Your email address will not be published. Required fields are marked *

seventeen − 13 =