ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ ସେଜି ଗିରଫ

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜିଙ୍କୁ ଗିରଫ କରାଯାଇଛି । ସ୍ଥାନୀୟ ସିନେମା ହଲରେ ଗତକାଲି ରାତିରେ ଗଣ୍ଡଗୋଳ ଏବଂ ଭଙ୍ଗାରୁଜା କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । କଣ୍ଟାବାଞ୍ଜି ପୋଲିସ ତାଙ୍କୁ ଗିରଫ କରି ବେଲପଡା ଥାନାରେ ପଚରାଉଚରା କରୁଥିବା ସୂଚନା ମିଳିଛି। ଗତକାଲି ସେଜି କଣ୍ଟାବାଞ୍ଜିରେ ଥିବା ‘ଆଲିସାନ’ ସିନେମା ହଲ୍‌କୁ ଫିଲ୍ମ ଦେଖିବା ପାଇଁ ସାଙ୍ଗମାନଙ୍କ ସହ ଯାଇଥିଲେ। କୌଣସି କାରଣରୁ ସିନେମା ହଲ୍‌ ମାଲିକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏନେଇ ନେଇ ସିନେମା ହଲ୍ ମାଲିକ ପୋଲିସକୁ ଖବର ଦେଇଥିଲେ। ପୋଲିସ ସହ ମଧ୍ୟ ସାଲୁଜାଙ୍କ ପୁ‌ଅର ଯୁକ୍ତିତର୍କ ହୋଇଥିଲା। ପରେ ସେହି ରାତିରେ ସିନେମା ହଲ୍‌ ମାଲିକ ସେଜିଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଗତକାଲି ରାତିରେ ସାଲୁଜାଙ୍କ ପୁଅକୁ ଗିରଫ କରିଥିଲା। ତେବେ ଗଣ୍ଡଗୋଳର କାରଣ ଜଣାପଡ଼ିନାହିଁ।

Share

Leave a Reply

Your email address will not be published. Required fields are marked *

5 × three =