ଓଡ଼ିଶା ଫେରିଲେ ଦୂତି

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ ଯାତ୍ରା ସାରି ଆଜି ଓଡ଼ିଶା ପହଞ୍ଚିଛନ୍ତି ଧାବିକା ଦୂତୀ ଚାନ୍ଦ । ଏହି ଅବସରରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅନେକ ଶୁଭେଚ୍ଛୁ ଓ ସମର୍ଥକ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଅଲିମ୍ପିକର ୧୦୦ ଓ ୨୦୦ ମିଟର ପ୍ରତିଯୋଗିତାରେ ଦୂତୀ ଅସଫଳ ହେବା ସହ ଦେଶବାସୀଙ୍କୁ ନିରାଶ କରିଥିଲେ ।

ତେବେ ଅଲିମ୍ପିକ ପରାଜୟକୁ ନେଇ ଦୂତୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଅଲିମ୍ପିକରେ ଭାଗ ନେବା ତାଙ୍କ ପାଇଁ ଏକ ସୌଭାଗ୍ୟ ଥିଲା । ଏହି ଇଭେଣ୍ଟରୁ ସେ ବହୁତ କିଛି ଶିକ୍ଷାଲାଭ କରିଛନ୍ତି, ଯାହାକି ତାଙ୍କୁ ଭବିଷ୍ୟତରେ ଶୀର୍ଷରେ ପହଞ୍ଚିବା ଲାଗି ପ୍ରେରଣା ଦେବ । ୨୦୧୬ ରିଓ ଅଲିମ୍ପିକରେ ପରାଜୟ ପରେ ସେ ପରବର୍ତ୍ତୀ ସମୟରେ ଏସିଆନ୍ ଗେମ୍ସରେ ପଦକ ଜିତିଥିଲେ । ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । କୋଭିଡ୍ ଜନିତ ଭୟ ଓ ପାଣିପାଗ ପରିବର୍ତ୍ତନ ଯୋଗୁଁ ସେ ଉଚ୍ଚକୋଟୀର ପ୍ରଦର୍ଶନରୁ ବଞ୍ଚିତ ହୋଇଥିଲେ । ଏହାଛଡ଼ା ବିଦେଶ ଯାତ୍ରା, ବିଦେଶ ଟ୍ରେନିଂ ତାଙ୍କର ଅଭ୍ୟାସରେ ବାଧା ସାଜିଥିଲା । ତେବେ ବର୍ତ୍ତମାନ ସେ ଏସିଆନ ଗେମ୍ସ ପାଇଁ ଲକ୍ଷ୍ୟ ରଖିଥିବା କହିଥିଲେ ।

Share

Leave a Reply

Your email address will not be published. Required fields are marked *

thirteen − three =