ବହିଷ୍କାର ଅପମାନକୁ ଏଡାଇବାକୁ ସବୁ ଦାୟିତ୍ବରୁ ଇସ୍ତଫା ଦେଲେ ଶ୍ରୀକାନ୍ତ

ଭୁବନେଶ୍ୱର ():କଂଗ୍ରେସର ସମସ୍ତ ଦାୟିତ୍ଵରୁ ମୁକ୍ତ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଦଳର ବିବାଦୀୟ ନେତା ଶ୍ରାକାନ୍ତ ଜେନା। କିଛିଦିନ ତଳେ ତାଙ୍କୁ ନିର୍ବାଚନ ଇସ୍ତାହାର କମିଟି ଅଧ୍ୟକ୍ଷପଦରୁ ଅଚାନକ ହଟାଯାଇଥିଲା। ଏହାପରେ ଶ୍ରୀକାନ୍ତ ଉତ୍‌କ୍ଷୀପ୍ତ ହୋଇଥିଲେ। ଆଜି ସେ କଂଗ୍ରେସର ସମସ୍ତ ଦାୟିତ୍ଵରୁ ଇସ୍ତଫା ଦେଇଥିବା ନେଇ ଗଣମାଧ୍ୟମକୁ କହିଛନ୍ତି।

ଶ୍ରୀ ଜେନା କହିଛନ୍ତି,  ଦଳର କାର୍ଯ୍ୟକାରୀ କମିଟି ଓ ନିର୍ବାଚନ କମିଟି ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ଏନେଇ ସେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଗତ କିଛି ଦିନ ହେଲା ତାଙ୍କର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ଏକ ପ୍ରକାର ବାକ୍ ଯୁଦ୍ଧ ଚାଲିଥିଲା । ଏଥିରେ ବିଭିନ୍ନ ବର୍ଗର ନେତା ବି ସାମିଲ୍‌ ହୋଇଥିଲେ।

ସେ ଦଳରେ ବିଶୃଙ୍ଖଳା ସୃଷ୍ଟି କରିବା ଓ ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ଏହି କାର୍ଯ୍ୟନୁଷ୍ଠାନ ନିଆଯାଇଥିବା ଶୃଙ୍ଖଳା କମିଟିର ଅଧ୍ୟ କ୍ଷ ହେମାନନ୍ଦ ବିଶ୍ୱାଳ କହିଥିଲେ । ଏପରିକି ହେମାନନ୍ଦ ଚେତାଇଦେଇଥିଲେ ଯେ, ଯଦି ଶ୍ରୀକାନ୍ତ ନୀରବ ନ ରୁହନ୍ତି ତାହାହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଟାନ ନିଆଯାଇପାରେ । ତାଙ୍କୁ ନିଲମ୍ବନ ଓ ବହିଷ୍କାର କରାଯିବା କଥା ନେଇ ମଧ୍ୟ ହେମାନନ୍ଦ ସୂଚନା ଦେଇଥିଲେ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବାରମ୍ବାର ଖଣି ଚୋର ବୋଲି କହିବାରେ ଲାଗିଛନ୍ତି ଶ୍ରୀକାନ୍ତ । ଏପରିକି କଂଗ୍ରେସର ମୁଖ୍ୟମନ୍ତ୍ରୀ ପାର୍ଥୀ ଜଣେ ଆଦିବାସୀ, ଦଳିତ କିମ୍ବା ପଛୁଆ ବର୍ଗର ହେବା ନେଇ ମଧ୍ୟ ସେ ଯୁକ୍ତି ବାଢିଛନ୍ତି । ଅନ୍ୟପଟରେ ନିରଞ୍ଜନ ମଧ୍ୟ ଶ୍ରୀକାନ୍ତଙ୍କୁ ପାଲଟା ଜବାବ ଦେଇଛନ୍ତି । ବେଶି ବିଶୃଙ୍ଖଳା କଲେ ଯେତେ ବଡ ନେତା ହେଉ ମଧ୍ୟ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × one =