ସୀମା ଅତିକ୍ରମ କଲା ଓଟିଭି

ଭୁବନେଶ୍ବର ()ସାମ୍ବାଦିକତାର ସବୁ ସୀମା ଅତିକ୍ରମ କଲା ଓଟିଭି । ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ରଭାବିତ ଅଂଚଳ ଗସ୍ତକୁ ନେଇ ଏବେ ଅଡୁଆରେ ପଡିଛି ଓଟିଭି । ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଚଂଳ ପରିଦର୍ଶନ କରିଥିବା ନେଇ ସନ୍ଦେହ ପ୍ରକାଶ କରିଥିଲା ଓଟିଭି । କୁହାଗଲା ଅଗଷ୍ଟ ୩୧ ତାରିଖରେ ନବୀନ ହେଲିକପ୍ଟରରେ ବୁଲି ବନ୍ୟାଞ୍ଚଳ ପରିଦର୍ଶନ କରି ନାହାଁନ୍ତି । ଅଗଷ୍ଟ ୩୧ତାରିଖରେ କୌଣସି ଭିଭିଆଇପିଙ୍କର ବିମାନ ଭୁବନେଶ୍ବର ଏୟାରପୋର୍ଟରୁ ଉଡାଣ ହୋଇ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଉଡ଼ାଣ ସମୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲା ଓଟିଭି ।
ଓଟିଭିରେ ପ୍ରସାରିତ ଖବରରେ କୁହାଗଲା, ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ପୂର୍ବାହ୍ନ ୧୦ଟା ୧୨ମିନିଟ୍ରୁ ଉଡାଣ ଆରମ୍ଭ କରି ପୂର୍ବାହ୍ନ ୧୦ଟା ୩୧ମିନିଟରେ ଅବତରଣ କରିଥିଲା । କିନ୍ତୁ ସତ ହେଲା, ମୁଖ୍ୟମନ୍ତ୍ରୀ ବ୍ୟବହାର କରୁଥିବା ହେଲିକେପ୍ଟର ଦୁଇ ଉଚ୍ଚକ୍ଷମତା ସମ୍ପନ୍ନ ଇଂଜିନ୍ ବିଶିଷ୍ଟ । ଯାହା ଭୁବନେଶ୍ବରରୁ ଆକାଶମାର୍ଗରେ ନିର୍ଦ୍ଧାରିତ ବନ୍ୟାଞ୍ଚଳ ପରିଦର୍ଶନ କରିବାକୁ ମାତ୍ର ୫ରୁ ୬ମିନିଟ୍ ନେଇଥାଏ । ମୁଖ୍ୟମନ୍ତ୍ରୀଙ୍କ ଆକାଶମାର୍ଗର ଗସ୍ତକାଳର ସମସ୍ତ ଭିଡିଓ ଓ ଫଟୋ ସେହିଦିନ ହିଁ ଗଣମାଧ୍ୟମକୁ ପ୍ରଦାନ କରାଯାଇଥିଲା ।
ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ବାରା ସମସ୍ତ ସମୟସାରଣୀ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍ ପ୍ରକାରେ ରହିଥାଏ । ସେହିଦିନର ସମୟ ଥିଲା ଅପରାହ୍ନ ୩ଟା ୪୨ମିନିଟ୍ ଠାରୁ ୪ଟା ୧ମିନିଟ୍ । ଅର୍ଥାତ୍ ମୋଟ ୩୦ମିନିଟ୍ର ଗସ୍ତ ଏବଂ ସେଥିମଧ୍ୟରୁ ୧୯ ମିନିଟ୍ ଥିଲା ଆକାଶମାର୍ଗରେ ପରିଦର୍ଶନ ସମୟ । ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଅନୁସାରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଭିଭିଆଇପି ଶ୍ରେଣୀଭୁକ୍ତ ନୁହଁନ୍ତି । ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଡ଼ାଣ ସମ୍ପର୍କିତ ତଥ୍ୟ ଭିଭିଆଇପି ଶ୍ରେଣୀ ତାଲିକା ଭୁକ୍ତ ହୋଇନଥିଲା ।
ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ଏହା ସ୍ପଷ୍ଟ କରିସାରିଛନ୍ତି । ବିମାନ ବନ୍ଦର ଏସଓପି ଅନୁଯାୟୀ କେବଳ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଭିଭିଆଇପି ତାଲିକାଭୁକ୍ତ । ମୁଖ୍ୟମନ୍ତ୍ରୀମାନେ ଭିଭିଆଇପି ତାଲିକାଭୁକ୍ତ ନୁହଁନ୍ତି । ତେଣୁ ବିମାନବନ୍ଦରକୁ ଆସିଥିବା ଆରଟିଆଇ ପ୍ରଶ୍ନର ଉତ୍ତରରେ ଅଗଷ୍ଟ ୩୧ ତାରିଖରେ କୌଣସି ଭିଭିଆଇପି ଉଡାଣ ଭରିନଥିବା କୁହାଯାଇଥିଲା । ଏଥିସହିତ ମୁଖ୍ୟମନ୍ତ୍ରୀ ଉଡାଣ ସମୟ ୧୯ ମିନିଟ ନୁହେଁ, ୩୦ ମିନିଟ । ସେ ମଧ୍ୟରେ ୧୯ ମିନିଟ ଥିଲା ଏୟାର ଟାଇମ । ଏହାଭିନ୍ନ ଥିଲା ୱାର୍ମ ଅପ, ଟେକ ଅନ, ଟେକ ଅଫ ଓ ରନୱେ ଟାଇମ ।

Share

Leave a Reply

Your email address will not be published. Required fields are marked *

five × three =