ସବୁବେଳେ ଗୋଡ଼ ବିନ୍ଧୁଛି କି? ସରଳ ଉପାୟ …

ଅଧିକାଂଶ ସମୟରେ ଗୋଡ଼ ବିନ୍ଧା ସମସ୍ୟା ଉତ୍ପନ୍ନ ହୋଇଥାଏ। କିନ୍ତୁ ଆଜି ଆମେ ଏପରି ଉପାୟଗୁଡ଼ିକ ବିଷୟରେ ଜାଣିବା ଯାହା ଅବଲମ୍ବନ କଲେ ଆମେ ଗୋଡ଼ ଯନ୍ତ୍ରଣାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବା। ଆସନ୍ତୁ ଜାଣିବା ଏହି ଉପାୟଗୁଡ଼ିକ ବିଷୟରେ ।

* ନଖ ଉଷୁମ ପାଣିରେ ୩ବଡ଼ ଚାମୁଚ ସୈନ୍ଧବ ଲବଣ ମିଶାଇ ଏହି ପାଣିରେ ନିଜ ଗୋଡ଼କୁ ବୁଡ଼ାଇ ରଖନ୍ତୁ।

* ଗୋଡ଼ର ଥକ୍କାପଣ ଦୂର କରିବା ପାଇଁ ବରଫ ବ୍ୟବହାର କରନ୍ତୁ। ବରଫକୁ ଗୋଡ଼ରେ ରଗଡ଼ନ୍ତୁ,ଏହା ଦ୍ବାରା ଗୋଡ଼ର ମାଂସପେଶୀରେ ସଙ୍କୁଚିତ ହେବ। ରକ୍ତପ୍ରବାହ ବୃଦ୍ଧି ହୋଇଯିବ। ଯାହା ଫଳରେ ଗୋଡ଼ବ୍ୟଥା ଭଲ ହୋଇଯିବ।

* ମେହେନ୍ଦୀ ପ୍ରାକୃତିକଭାବେ ମଧ୍ୟ ଗୋଡ଼ ପାଇଁ ଉପଯୋଗୀ ହୋଇଥାଏ। ମେହେନ୍ଦୀର ଗୁଣ ଥଣ୍ଡା ହୋଇଥାଏ ଯାହା ଗୋଡ଼ର ମାଂସପେଶୀ ପାଇଁ ଫଳପ୍ରଦ ହୋଇଥାଏ।

* ଗୋଡ଼ର ଥକ୍କାପଣ ଦୂର କରିବା ପାଇଁ ସୋରିଷ ତେଲ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ୨ଚାମଚ ସୋରିଷ ତେଲରେ ରସୁଣର ୩ଟି କୋଲା ମିଶାଇ ତେଲ ଗରମ କରି ନିଅନ୍ତୁ। ଏହି ନଖ ଉଷୁମ ତେଲକୁ ଗୋଡ଼ରେ ମାଲିସ୍ କରନ୍ତୁ । ଦେଖିବେ ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ମିଳିବ।

Share

Leave a Reply

Your email address will not be published. Required fields are marked *

fifteen − three =