ଟ୍ୱିନ୍‌‌ ସିଟିର ୬୮ଟି ସ୍ଥାନରେ ଚେକିଂ କଡାକଡି

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍ । ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ସଟଡାଉନ୍ । ଏହା ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଉଛି । ଟ୍ୱିନ୍‌ ସିଟି କଟକ ଏବଂ ଭୁବନେଶ୍ବରରେ ସଟ୍‌ଡାଉନ୍‌ କଡାକଡି ଯାଞ୍ଚ କରାଯାଉଛି | ଲୋକମାନଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି ସିପି । ଏଥି ମଧ୍ୟରୁ କଟକ​‌ରେ ୨୫ଟି ଏବଂ ଭୁବନେଶ୍ବରରେ ୪୩ଟି ସ୍ଥାନରେ ଚେକ୍‌ ପୋଷ୍ଟ କରାଯାଇଛି । ଏହା ସହିତ ଟ୍ୱିନ୍‌‌ ସିଟିରେ ମୋଟ ୬୮ଟି ସ୍ଥାନରେ ଚେକିଂ କଡାକଡି କରାଯାଉଛି ।ଭୁବନେଶ୍ୱର ପ୍ରମୁଖ ଟ୍ରାଫିକ ପୋଷ୍ଟ ଏଜି ଛକ,ମାଷ୍ଟର କ୍ୟାଣ୍ଟିନ,ଜୟଦେବ ବିହାର ଓ ସିଆରପି ଭଳି ଛକ ଗୁଡିକରେ ଚେକିଂ ଚାଲିଛି | ଜରୁରୀ କାଳୀନ ସେବାରେ କାର୍ଯ୍ୟରତ ଲୋକମାନେ ନିଜ ନିଜର ପରିଚୟ ପତ୍ର ଦେଖାଇ ଯାତାୟାତ କରୁଛନ୍ତି | ଚେକ୍‌ ପୋଷ୍ଟମାନଙ୍କରେ ଚେକିଂକୁ ବ୍ୟାପକ କରାଯିବ ବୋଲି ସିପି କହିଛନ୍ତି ।

ସଟଡାଉନ୍ ବେଳେ କେବଳ ଜରୁରୀକାଳିନ ସେବା ଜାରି ରହିବ । ସଟଡାଉନ୍ କଟକଣା ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ୫ଟା ଯାଏଁ ଲାଗୁ ହେବ । ତେବେ ସକାଳ ୫ଟାରୁ ୬ଟା ଯାଏଁ ପ୍ରାତଃଭ୍ରମଣ ଓ ସାଇକେଲିଂ ପାଇଁ ଏକ ଘଣ୍ଟା କୋହଳ କରାଯାଇଛି ।ସଟଡାଉନ୍ ସମୟରେ ସାଧାରଣ ଲୋକଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି । ଏନେଇ ଶୁକ୍ରବାର ପ୍ରେସମିଟ୍ କରି କହିଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।ଟ୍ବିନ୍‌ ସିଟି କଟକ ଏବଂ ଭୁବନେଶ୍ବରରେ ସଟ୍‌ଡାଉନ୍‌ କଡାକଡି ପାଳନ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି ସିପି ।

Share

Leave a Reply

Your email address will not be published. Required fields are marked *

5 × three =