ମାଲକାନଗିରି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବାଣ୍ଟିଛନ୍ତିି ମୁଖ୍ୟମନ୍ତ୍ରୀ । ମାଲକାନଗିରି ଜିଲ୍ଲାରୁ ଏହାର ଶୁଭାରମ୍ଭ ହୋଇଛି । ନିଜ ହାତରେ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ମାଲକାନଗିରି ଜିଲ୍ଲାର ୧ ଲକ୍ଷ ୫୫ ହଜାର ୮୨୩ଜଣ ପାଇବେ ଏହି କାର୍ଡ । ଏଥିପାଇଁ ଜିଲ୍ଲାରେ ୩୮୧ଟି ସ୍ୱାସ୍ଥ୍ୟ କାର୍ଡ ବିତରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସାରା ରାଜ୍ୟରେ ପର୍ୟ୍ୟାୟକ୍ରମେ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନ କରାଯିବ । ସ୍ମାର୍ଟ ହେଲଥ କାର୍ଡ ଯୋଗାଇବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ ବଡ଼ ଅସ୍ତ୍ର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ସାରା ଦେଶରେ କରାଯାଉଛି ପ୍ରଂଶସା ।

Share

Leave a Reply

Your email address will not be published. Required fields are marked *

1 × 2 =