ଆଇସୋଲେସନରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର

ଭୁବନେଶ୍ୱର() ହୋମ୍‌ ଆଇସୋଲେସନରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ବାଚସ୍ପତିଙ୍କ କାର୍ୟ୍ୟାଳୟର ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରେ ଆଇସୋଲେସନକୁ ଯାଇଛନ୍ତି ସୂର୍ୟ୍ୟନାରାୟଣ ପାତ୍ର । ବାଚସ୍ପତିଙ୍କ କାର୍ୟ୍ୟାଳୟର ୪ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଏମ୍‌ସରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ୩ ଜଣ ହୋମ ଆଇସୋଲେସନରେ ଅଛନ୍ତି । ବାଚସ୍ପତି ସୁସ୍ଥ ହେବା ପରେ କାର୍ୟ୍ୟରେ ଯୋଗଦେବେ ବୋଲି କହିଛନ୍ତି । ତେବେ ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ ବୋଲି ସେ ପୁଣି ଥରେ କହିଛନ୍ତି । ବିନା କୋଭିଡ ଟେଷ୍ଟରେ କୌଣସି ବିଧାୟକ ବିଧାନସଭା ଅଧିବେଶନରେ ଯୋଗ ଦେଇପାରିବେନି ।

Share

Leave a Reply

Your email address will not be published. Required fields are marked *

three × 2 =