ଭୁବନେଶ୍ବରର 50% ଲୋକେ ବ୍ୟବହାର କରୁଛନ୍ତି ସେକ୍ସ ଟଏ

ଭୁବନେଶ୍ବର () ନିକଟରେ ହୋଇଥିବା ଏକ ସେକ୍ସ ସର୍ଭେ ରିପୋର୍ଟ ରାଜଧାନୀ ଭୁବନେଶ୍ବରର ଅନେକ ଲୋକଙ୍କ ଆଖି ଖୋଲିଦେଇଛି । ସ୍ମାର୍ଟ ସିଟିର ଲୋକଙ୍କୁ ସ୍ମାର୍ଟ କରିଦେଛି ସେକ୍ସ ଟଏ ବା ଯନ୍ତ୍ର ଚାଳିତ ଓ କୃତ୍ରିମ ଯୌନ ଯନ୍ତ୍ର । ରାଜଧାନୀର 50 ପ୍ରତିଶତରୁ ଅଧିକ ଲୋକ ଏହାର ବ୍ୟବହାର କରୁଛନ୍ତି । ଇଣ୍ଡିଆ ଟୁଡେର ଏକ ସେକ୍ସ ସର୍ଭେରୁ ଏଭଳି ତଥ୍ୟ ଜଣାପଡିଛି ।

ଏହି ସର୍ଭେ ଅନୁଯାୟୀ 54.5 ପ୍ରତିଶତ ରାଜଧାନୀ ବାସିନ୍ଦା ଏହିଭଳି ସେକ୍ସ ଯନ୍ତ୍ର ଅର୍ଥାତ ଡିଲେଡୋ କିମ୍ବା ଭାଇବ୍ରେଟରର ବ୍ୟବହାର କରୁଛନ୍ତି । ଭୁବନେଶ୍ବର ଏଭଳି ଯନ୍ତ୍ରର ବ୍ୟବହାରରେ ଦ୍ବିତୀୟ ହୋଇଥିବା ଏବେ ଇନ୍ଦୋର ସହର ପ୍ରଥମ । ଇନ୍ଦୋରରେ ଏଭଳି ଯନ୍ତ୍ରର ବ୍ୟବହାର କରୁଛନ୍ତି 65.5 ପ୍ରତିଶତ ଲୋକ । ଗୁରଗାଓଁରେ 51 ପ୍ରତିଶତ ବାସିନ୍ଦା ଏହାର ବ୍ୟବହାର କରୁଛନ୍ତି ।

ଏହି ସର୍ଭେ ଇଣ୍ଡିଆ ଟୁଡେ ପାଇଁ ଚଳିତ ବର୍ଷ ନୂଆଦିଲ୍ଲୀର ମାର୍କେଟିଂ ଆଣ୍ଡ ଡେଭଲମେଣ୍ଟ ରିସର୍ଚ୍ଚ ଆସୋସିଏସନ କରିଛି । ଏହି ସର୍ଭେ ପାଇଁ ଏହିସବୁ ସହରର ଲୋକେ ସେମାନଙ୍କ ଯୌନ କାର୍ଯ୍ୟକଳାପ ସମ୍ପର୍କରେ ବେଶ ମୁକ୍ତ ଏବଂ ସେମାନେ ସ୍ବାସ୍ଥ୍ୟକର ଯୌନ୍ୟ କାର୍ଯ୍ୟ ପାଇଁ ଆଗ୍ରହୀ ।

Share

Leave a Reply

Your email address will not be published. Required fields are marked *

nine + eight =