ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଫେବ୍ରୁଆରିରେ ୪,୫୮,୭୧୧ ଗାଡ଼ି ବିକ୍ରି

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଜାରି ରଖି ୨୦୨୪ର ଫେବ୍ରୁୂଆରି ମାସ ବିକ୍ରି ସଂଖ୍ୟା ଘୋଷଣା କରିଛି । ଏହି ମାସରେ କମ୍ପାନିର ଡେସପ୍ୟାଚ ବାର୍ଷିକଭିତିରେ ୮୬ ପ୍ରତିଶତ ବୃଦ୍ଧି ପାଇ ୪,୫୮,୭୧୧ ହୋଇଛି । କମ୍ପାନି ଘରୋଇ ବଜାରରେ ୪,୧୩,୯୬୭ ଗାଡ଼ି ବିକ୍ରି କରିଥିବା ବେଳେ ୪୪,୭୪୪ ଗାଡ଼ି ରପ୍ତାନି କରିଛି । କମ୍ପାନି ଘରୋ ଇ ବିକ୍ରିରେ ବାର୍ଷିକ ୮୨ ପ୍ରତିଶତ ଅଭିବୃଦ୍‌ଧି ହାସଲ କରିଥିବା ବେଳେ ରପ୍ତାନିରେ ୧୨୨ ପ୍ରତିଶତ ଭଳି ବଡ଼ ଧରଣଣ ବୃଦ୍ଧି ହାସଲ କରିଛି ।
ଫେବ୍ରୁଆରିରେ ଏଚଏମଏସଆଇ, ହୋଣ୍ଡା ପାୱାର ପ୍ୟାକ ଏନର୍ଜି ଇଣ୍ଡି÷ଆ, ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡ ଓ ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ୍ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବା ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୪ରେ ଅଂଶଗ୍ରହଣ କରିଥିଲେ ଯେଉଁଥିରେ ଏଚଏମଏସଆଇ ପକ୍ଷରୁ ପ୍ରଥମ ଫ୍ଲେକ୍ସ ଫୁଏଲ ଚାଳିତ ମୋଟରସାଇକଲକୁ ପ୍ରଦର୍ଶନ କରାଯାଇଥିଲା ଯାହାକୁ ଭାରତୀୟ ବଜାର ଲାଗି ସ୍ୱତନ୍ତ୍ ଭାବେ ପ୍ରସ୍ତୁତ କରାଯାଇଛି ।
କମ୍ପାନି ପକ୍ଷରୁ ଏହି ମାସରେ ବିହାରର ଦରଭଙ୍ଗାଠାରେ ବିଗୱିଙ୍ଗ ଡିଲରସିପ ଉନ୍ମୋଚନ କରାଯାଇଥିଲା । ଏଚଏମଏସଆଇ ପକ୍ଷରୁ ଏହି ମାସରେ ରାଜସ୍ଥାନର ବିକାନେର, ମଧ୍ୟପ୍ରଦେଶର ଭୋପାଳ, ତେଲେଙ୍ଗାନାର ଖମାମ, କର୍ଣ୍ଣାଟକର ବିଦାର, ଗୁଜରାଟର ଭୁଜ, ଜମ୍ମୁ ଓ କାଶ୍ମୀରର ଜମ୍ମୁ, ତାମିଲନାଡୁର ମଦୁରାଇ, ଉତରପ୍ରଦେଶର ପ୍ରୟାଗରାଜ, ମହାରାଷ୍ଟ୍ରର ଅହମ୍ମଦନଗର ଓ ଗୋଆର ଭେଲା ଗୋଆରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କମ୍ପାନି ପକ୍ଷରୁ ଚେନ୍ନାଇ ଟ୍ରାଫିକ ଟ୍ରେନିଂ ପାର୍କର ପଂଚମ ବାର୍ଷିକୀ ପାଳନ କରାଯାଇଥିଲା ।
ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ବ୍ୟାପକ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଥିଲା । ମୋଟରସ୍ପୋର୍ଟସରେ ହୋଣ୍ଡା ଏଚଆରସି ଓ ରେପସଲ ସହଯୋଗିତାରେ ଜୋଆନ ମିର ଓ ଲୁକା ମାରିନି ସେମାନଙ୍କ ୨୦୨୪ ରେପସଲ ହୋଣ୍ଡା ଟିମ ଆରସି୨୧୩ଭି ମେସିନକୁ ମାଡ୍ରିଡର ୱାର୍ନର ମ୍ୟୁଜିକ ଷ୍ଟେସନରେ ପ୍ରଦର୍ଶନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

one × five =