ସୋନି ଇଣ୍ଡିଆର ନୂଆ ପରବର୍ତୀ ପିଢ଼ିର ଏପିଏସ୍‌-ସି ମିରରଲେସ୍ ଇଟଂରଚେଂଜ୍ ଲେନ୍‌ସ କ୍ୟାମେରା ଏ୬୭୦୦

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଏହାର ନୂଆ ଏପିଏସ୍‌-ସି ମିରରଲେସ୍ କ୍ୟାମେରା ଏ୬୭୦୦କୁ ଉନ୍ମୋଚନ କରାଯାଇଛି । ଫୁଲ୍ ଫ୍ରେମ୍ ଆଲ୍‌ଫା ଓ ସିନେମା ସିରିଜ୍‌୍‌ର କ୍ୟାମେରାରେ ମିଳୁଥିବା ସୁବିଧା ଭଳି ଏଥିରେ ଉଭୟ ସ୍ଥିର ଚିତ୍ର ଏବଂ ଭିଡିଓ ଉତୋଳନ କରିବାର ଦକ୍ଷତା ରହିଛି । ଏହାକୁ ଛୋଟ ଓ ହାଲୁକା ଭାବେ ଡିଜାଇନ୍ କରାଯାଇଛି ଯାହାର ଫଳ ସ୍ୱରୂପ ଏହା ବର୍ତମାନ ସୁଦ୍ଧାର ସବୁଠୁ ଉନ୍ନତ ଏପିଏସ୍‌-ସି ମିରରଲେସ୍ କ୍ୟାମେରାରେ ପରିଣତ ହୋଇପାରିଛି ।
ଏହି କ୍ୟାମେରାରେ ସୋନିର ଏକ୍ସମର ଆର ସିଏମ୍‌ଓଏସ୍ ଇମେଜ୍ ସେନ୍‌ସର ଓ ସୋନିର ଉନ୍ନତ ବିଆଇଓଏନ୍‌ଜେଡ୍ ଏକ୍ସଆର୍ ପ୍ରୋସେସିଂ ଇଞ୍ଜିନ ରହିଛି ଯାହା ଛୋଟ ଓ ହାଲୁକା ଡିଜାଇନରେ ଉଲ୍ଲେଖନୀୟ ଛବି ପ୍ରଦର୍ଶନ ପ୍ରଦାନ କରିବ ।
ଏହି କ୍ୟାମେରାରେ ହାଇ ରିଜଲ୍ୟୁସନ ୪କେ ଭିଡିଓ ଉତୋଳନ କରିହେବ । ସୋନିର ପ୍ରଫେସନାଲ୍ କ୍ୟାମେରାରେ ଉପଲବ୍ଧ ଥିବା ଏସ୍‌-ସିନେଟୋନ୍ ପିକ୍‌ଚର୍ ପ୍ରୋଫାଇଲ୍‌କୁ ଏଥିରେ ସାମିଲ କରାଯାଇଛି ଯେଉଁଥିରେ କଲର ଗ୍ରେଡିଂ ଦରକାର ପଡ଼ିବ ନାହିଁ ଏବଂ ମଣିଷର ଚର୍ମ ଟୋନ୍ ପ୍ରଦାନ କରିବ ।
ଏଥିରେ ଥିବା ଆର୍ଟିଫିସିଆଲ ଇଂଟେଲିଜେନ୍ସ ପ୍ରଯୁକ୍ତି ଅତ୍ୟନ୍ତ ସଠିକ୍ ଛବି ଉପସ୍ଥାପନ କରିବ । ଷ୍ଟାଣ୍ଡାର୍ଡ ଆଇଏସ୍‌ଓ ସେନ୍‌ସିଟିଭିଟି ଥିବାରୁ ଏଥିରେ ସୁଟିଂ କରିବା ବେଳେ କୋଳାହଳ କମ୍ ରହିବ । ଲୋକ ଓ ବୃକ୍ଷ ଆଦିକୁ ସେମାନଙ୍କ ପ୍ରକୃତ ରଙ୍ଗରେ ଏହା ଉତୋଳନ କରିବ । ଏଥିରେ ଥିବା କ୍ରିଏଟିଭ୍ ଲୁକ୍ ସୁବିଧା ସ୍ୱତନ୍ତ୍ର ଛବି ଉଠାଇବା ଅନୁଭୂତି ପ୍ରଦାନ କରିବ । ଏଆଇ ପ୍ରୋସେସିଂ ୟୁନିଟ୍ ଦ୍ୱାରା ରିଅଲ ଟାଇମ୍ ରେକଗ୍ନିସନ ଅଟୋଫୋକସ ସୁବିଧା ମିଳିବ । କେବଳ ମଣିଷ କିମ୍ବା ପଶୁ ନୁହେଁ ଏହା ସଠିକ୍ ଭାବେ ପକ୍ଷୀ, କିଟ, କାର, ଟ୍ରେନ, ବିମାନ ଆଦିକୁ ଚିହ୍ନଟ କରିପାରିବ । ଏହାକୁ ଉଚ୍ଚ ଗୁଣ ମାନର ସୁଟିଂ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ବିଭିନ୍ନ ପ୍ରକାର ଇ-ମାଉଂଟ୍ ଲେନ୍‌ସକୁ ମଧ୍ୟ ସେଥିରେ ବ୍ୟବହାର କରାଯାଇପାରିବ ।
୬କେ ସମାନ ଡାଟାକୁ ବ୍ୟବହାର କରି ଏ୬୭୦୦ କ୍ୟାମେରା ଉତ୍କୃଷ୍ଟ ୪କେ ଭିଡିଓ ଉତୋଳନ କରିପାରିବ । ଏଥିରେ ଏସ୍ ଲଗ୍‌-୩, ଏସ୍‌-ସିନେଟୋନ୍‌, ଏଆଇ ଦ୍ୱାରା ପରିଚାଳିତ ଅଟୋ ଫ୍ରେମିଂ ଭଳି ସୁବିଧା ରହିଛି ଯେଉଁଥିରେ ଏହାକୁ ମାନବ ସହାୟତାରେ ଚଳପ୍ରଚଳ କରାଇବାକୁ ପଡ଼ିବନି । ଡିଜିଟାଲ ଅଡିଓ ପାଇଁ ଏଥିରେ ମଲ୍‌ଟି ଇଟଂରଫେସ୍ ରହିଛି ।
ଏହାକୁ ସ୍ପର୍ଶ ଜରିଆରେ ପରିଚାଳନା କରାଯାଇପାରିବ ଏବଂ ସ୍ଥିର ଚିତ୍ର, ସିନେମା, ଗତିଶୀଳ ଛବି ଆଦି ପାଇଁ ଏହାର ମୋଡ୍‌କୁ ବଦଳାଇହେବ । ଏହାକୁ କ୍ରିଏଟର ଆପ୍ ସହିତ ଅତି ସହଜରେ ଯୋଡ଼ି ଭିଡିଓ ଓ ଛବି ଅପ୍‌ଲୋଡ୍ କରାଯାଇପାରିବ । ଏହାର ତିନିଟି ମଡେଲ୍ ରହିଛି ଯାହାର ମୂଲ୍ୟ ୧,୩୬,୯୯୦ ଟଙ୍କାରୁ ଆରମ୍ଭ ହୋଇ ୧,୭୨,୯୯୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଗ୍ରାହକମାନେ ଏହି କ୍ୟାମେରାକୁ ସୋନି କ୍ୟାମେରା ଲାଉଞ୍ଜ, ସୋନି ସେଂଟର, ଆଲ୍‌ଫା ଫ୍ଲାଗ୍‌ସିପ୍ ଷ୍ଟୋର୍‌, ସୋନିର ସ୍ୱୀକୃତିପ୍ରାପ୍ତ ଡିଲର, ଆମାଜନ, ଫ୍ଲିପ୍‌କାର୍ଟ ଓ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଦୋକାନରୁ କିଣିପାରିବେ ।

Share

Leave a Reply

Your email address will not be published. Required fields are marked *

20 − 10 =