ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (କେମିକାଲ୍ସ) ସିଡିପି କ୍ଲାଇମେଟ୍ ଚେଂଜ୍ ଲିଡର୍‌ସିପ୍ ଇଣ୍ଡେକ୍ସରେ ସ୍ଥାନ ପାଇଛି

ଭୁବନେଶ୍ୱର: ସିଡିପିର କ୍ଲାଇମେଟ୍ ଡିସକ୍ଲୋଜର ଇଣ୍ଡେକ୍ସ ୨୦୨୩ରେ ଗୋଦରେଜ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (କେମିକାଲ୍ସ)କୁ ନେତୃତ୍ୱ ସୂଚକାଙ୍କରେ ସ୍ଥାନ ମିଳିଛି । ଆମର ଦୃଢ଼ କାର୍ଯ୍ୟ ପରିଚାଳନା ଢାଂଚା, ବିପଦ ପରିଚାଳନା ରଣନୀତି ଏବଂ ଜଳବାୟୁ ପରିବର୍ତନର ପ୍ରଭାବକୁ ହ୍ରାସ କରିବା ପାଇଁ କାର୍ଯ୍ୟକାରୀ କରାଯାଇଥିବା ପଦକ୍ଷେପ ବ୍ୟତୀତ ଆମେ ଆମର ସ୍କୋପ୍ ୩ ନିର୍ଗମନରେ ଅଧିକ ସ୍କୋର କରିଛୁ ଯାହା ଜଳବାୟୁ ପରିବର୍ତନ ପ୍ରକାଶନରେ \”ଏ’ ସ୍କୋର କରିବାରେ ଆମକୁ ସାହାଯ୍ୟ କରିଛି ।
ସିଡିପି ହେଉଛି ଏକ ବିଶ୍ୱସ୍ତରୀୟ ଅଣଲାଭକାରୀ ପରିବେଶ ଡିସ୍‌କ୍ଲୋଜର (ପରିପ୍ରକାଶ) ପ୍ଲାଟଫର୍ମ । ୨୦୨୩ରେ ୬୭ ଟ୍ରିଲିୟନ ଆମେରିକୀୟ ଡଲାରର ବଜାର ପୁଞ୍ଜିକୁ ପ୍ରତିନିଧିତ୍ୱ କରୁଥିବା ୨୩,୦୦୦ରୁ ଅଧିକ କମ୍ପାନି ସେମାନଙ୍କ ପରିବେଶ ପ୍ରଦର୍ଶନ ତଥ୍ୟ ସିଡିପିକୁ ଜଣାଇଥିଲେ । ସିଡିପିର ସର୍ବୋତମ ସ୍କୋରିଂ ପଦ୍ଧତି ବ୍ୟବହାର କରି କମ୍ପାନିଗୁଡିକ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନାକୁ ସ୍ୱାଧୀନ ଭାବରେ ଆକଳନ କରାଯାଇଥିଲା ।
ଗୋଦରେଜ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (କେମିକାଲ୍ସ) ସେହି ଅଳ୍ପ କିଛି ଭାରତୀୟ କମ୍ପାନି ମଧ୍ୟରୁ ଅନ୍ୟତମ ଯାହା ଲିଡରସିପ୍ ଇଣ୍ଡେକ୍ସରେ ସ୍ଥାନ ପାଇଛି । ଆମର ପରିବେଶ ସ୍ଥାୟିତ୍ୱ ଲକ୍ଷ୍ୟ ହାସଲ କରିବା ଦିଗରେ ଆମେ ଗତ କିଛି ବର୍ଷ ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛୁ । ଜଳବାୟୁ ପରିବର୍ତନ କ୍ଷେତ୍ରରେ ଗତ ଆର୍ôଥକ ବର୍ଷରେ ଗ୍ରହଣ କରିଥିବା କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆମକୁ ନେତୃତ୍ୱ ସୂଚକାଙ୍କରେ ସ୍ଥାନ ପାଇବାରେ ସାହାଯ୍ୟ କରିଥିଲ ।
ଜଳବାୟୁ ପରିବର୍ତନ ବ୍ୟତୀତ ଆମେ ଜଳ ସୁରକ୍ଷା ଏବଂ ଜଙ୍ଗଲ ବିବରଣୀ ମଧ୍ୟ ଦାଖଲ କରିଛୁ । ଆମେ ଜଳ ନିରାପତାରେ \”ବ’ ଏବଂ ଜଙ୍ଗଲରେ “ବି-” ସ୍କୋର ହାସଲ କରିଛୁ ଯାହା ଏସିଆ ହାରାହାରି ସ୍କୋର ଠାରୁ ଅଧିକ ଏବଂ ରାସାୟନିକ କ୍ଷେତ୍ରର ହାରାହାରି ସ୍କୋର \”ସି’ ଠାରୁ ମଧ୍ୟ ଅଧିକ ।
ଗୋଦରେଜ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ନାଦିର ଗୋଦରେଜ କହିଛନ୍ତି ଯେ, “ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (କେମିକାଲ୍ସ) ସିଡିପିଠାରୁ ଉତମ ରେଟିଂ ପାଇଥିବାରୁ ଆମେ ଆନନ୍ଦିତ । ଆମେ ବିଶ୍ୱସ୍ତରରେ ଅଭିବୃଦ୍ଧି କରିବା ସହିତ ଆମର ଉତ୍ପାଦଗୁଡ଼ିକର ଏକ ଛୋଟ ପଦଚିହ୍ନ ଛାଡିବା ଜଳବାୟୁ ପରିବର୍ତନର ମୁକାବିଲାରେ ଏକ ବଡ଼ ପରିବର୍ତନ ଆଣିବ । ଆମ ପ୍ରୟାସର ଏହି ସ୍ୱୀକୃତି ଆମକୁ ଆମର ସ୍ଥାୟୀ ଯାତ୍ରାରେ ଅଗ୍ରଗତି ଜାରି ରଖିବାକୁ ଆହୁରି ଉତ୍ସାହିତ କରୁଛି ।’’

ଗୋଦରେଜ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶାଲ ଶର୍ମା କହିଛନ୍ତି ଯେ, ଉନ୍ନତି ସହିତ ଆମ ମୂଲ୍ୟବୋଧ ଗଭୀର ଭାବେ ଜଡ଼ିତ ରହିବା ଏହା ସୁନିଶ୍ଚିତ କରୁଛି ଯେ ଆମର ଅଭିବୃଦ୍ଧି ସ୍ଥାୟୀ ଅଭ୍ୟାସ ସହିତ ଯୋଡ଼ିହୋଇରହିଛି । ଆମେ ଆଗକୁ ବଢ଼ିବା ଓ ବ୍ୟବସାୟ କରିବା ଭଳି ଆମେ କାହିଁକି ବ୍ୟବସାୟ ବ୍ୟବସାୟ କରୁଛୁ ତାହା ସେତିକି ଗୁରୁତ୍ୱପୂର୍ଣ୍ଣ ।ଏହି ସ୍ୱୀକୃତି ଆମର ବିଶ୍ୱାସକୁ ସୂଚାଉଛି ଯେ ଲୋକ, ପୃଥିବୀ ଏବଂ ଲାଭ ଏକାସାଙ୍ଗରେ ବିଚାରଶୀଳ ସ୍ଥାୟୀ ରଣନୀତି ଦ୍ୱାରା ପୂରଣ କରାଯାଇପାରିବ । ଆମ ଟିମ୍‌କୁ ଧନ୍ୟବାଦ ଯେ ଆମେ କ୍ରମାଗତ ଭାବରେ ଆମର ପରିବେଶ ପ୍ରଦର୍ଶନକୁ ସୁଦୃଢ଼ କରୁଛୁ ଏବଂ ଆମେ ଶିଳ୍ପର ମାନଦଣ୍ଡରେ ଉନ୍ନତି ଏବଂ ସ୍ଥାପିତ କରିବା ଦିଗରେ କ୍ରମାଗତ ଭାବରେ କାର୍ଯ୍ୟ କରିବୁ ।”

Share

Leave a Reply

Your email address will not be published. Required fields are marked *

five × five =