ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶାରେ ଏହାର କାର୍ଯ୍ୟକ୍ଷେତ୍ରରେ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀ ପାଳିତ

-ବୃକ୍ଷରୋପଣ, ରକ୍ତଦାନ ଶିବିର, ରନ୍‌-ଏ-ଥନ୍ ଏବଂ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜିତ
-ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ପକ୍ଷରୁ ଏକ ବନ୍ଧୁତ୍ୱ ହକି ମ୍ୟାଚ୍ ଆୟୋଜିତ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶାରେ ଏହାର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ତଥା କଂପାନିର ପୂର୍ବତନ ଅଧ୍ୟକ୍ଷ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କୁ ୧୧୯ତମ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଟାଟା ଷ୍ଟିଲ୍ ଓ ଏହାର ଗ୍ରୁପ୍ କଂପାନିଗୁଡ଼ିକର କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଓ ଭେଣ୍ଡର ସହଯୋଗୀମାନେ କାରଖାନା, ଖଣି ଓ କାର୍ଯ୍ୟାଳୟଗୁଡ଼ିକରେ ଏହି ଦୂରଦ୍ରଷ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଜେଆର୍‌ଡି ଟାଟାଙ୍କ ଚିରସ୍ଥାୟୀ ପରମ୍ପରା କଂପାନିକୁ ଏକ ଦୀର୍ଘସ୍ଥାୟୀ ଓ ଲାଭଦାୟକ ସଂସ୍ଥା ହେବା ପାଇଁ ପ୍ରେରଣା ଦେବା ସହ ଏହାର ସମସ୍ତ ଉଦ୍ୟମରେ ସଚ୍ଚୋଟତାକୁ ଉତ୍କର୍ଷର ସହିତ ବଜାୟ ରଖିଛି ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଏକ କ୍ରସ୍ କଂଟ୍ରି ଦୌଡ଼ ଆୟୋଜନ କରାଯାଇଥିଲା ଯେଉଁଥିରେ ୩୦୦ରୁ ଅଧିକ ଯୁବବର୍ଗ ଅଂଶଗ୍ରହଣ କରିଥିଲେ । ବ୍ରହ୍ମପୁରର ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁରର ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଏହି ଅବସରରେ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଦୌଡ଼କୁ ଉଦ୍‌ଘାଟନ କରିଥିଲେ ।
କଂପାନିର ଭୁବନେଶ୍ୱର କାର୍ଯ୍ୟାଳୟରେ ଟାଟା ଷ୍ଟିଲ୍‌ର ଚିଫ୍ ରେସିଡେଂଟ୍ ଏକ୍‌ଜିକ୍ୟୁଟିଭ୍ ଦେବାଶିଷ ଜେନା ଓ ଅନ୍ୟ ଅଧିକାରୀମାନେ କିମ୍ବଦନ୍ତୀ ଜେଆରଡି ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ନାଭାଲ ଟାଟା ହକି ହାଇପରଫରମାନ୍ସ ସେଂଟର (ଏଚ୍‌ପିସି)ରେ ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ସେଠ୍‌, ଟାଟା ଷ୍ଟିଲ୍ ଚିଫ୍ ରେସିଡେଂଟ୍ ଏକ୍‌ଜିକ୍ୟୁଟିଭ୍ ଦେବାଶିଷ ଜେନା, ଏଚ୍‌ପିସିର କ୍ୟାଡେଟ୍ ଓ ଷ୍ଟାଫ୍‌ଙ୍କ ସମେତ ହକି ନିର୍ଦ୍ଦେଶକ ଓ ହକି ଇଣ୍ଡିଆର ପୂର୍ବତନ ଏଚ୍‌ପିସି ମ୍ୟାନେଜର ଡେଭିଡ୍ ଜନ୍ ଓ ଅଗ୍ରଣୀ ଡ୍ରାଗ୍ ଫ୍ଲିକର୍ ରୁପିନ୍ଦର ପାଲ୍ ସିଂହ ଏହି ଦୂରଦୃଷ୍ଟି ସମ୍ପନ୍ନ ଶିଳ୍ପୋଦ୍ୟୋଗୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
୨୦୨୨ ପରଠାରୁ ଏହି ଅବସରରେ ଓଡ଼ିଶା ନାଭାଲ୍ ଟାଟା ହକି ଏଚ୍‌ପିସି ପକ୍ଷରୁ ଏକ ବନ୍ଧୁତ୍ୱ ହକି ମ୍ୟାଚ୍ ଆୟୋଜନ କରାଯାଉଛି । ଆଜି ଦୁଇଟି ଟିମ୍ ଜେଆର୍‌ଡି ଟାଟା ଏକାଦଶ (ଏଚ୍‌ପିସି ବାଳକ) ଓ ଓଡ଼ିଶା ହକି ଇକୋ ସିଷ୍ଟମ୍ (ପରିବ୍ୟବସ୍ଥା)ର ଖେଳାଳିଙ୍କୁ ନେଇ ଗଠିତ ଡିଏସ୍‌ୱାଇଏସ୍ ଏକାଦଶ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।
ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନାରେ ଏକ ରନ୍‌-ଏ-ଥନ୍ ଆୟୋଜନ କରାଯାଇଥିଲା ଯେଉଁଥିରେ ୮୦୦ରୁ ଅଧିକ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଅଂଶଗ୍ରହଣ କରିିଥିଲେ । ଏଥି ସହିତ ଏକ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା । ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ କାରଖାନା ଓ ହାଉସିଂ କଲୋନିରେ ଜେଆର୍‌ଡି ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସେହିପରି, ଢେଙ୍କାନାଳ ଜିଲ୍ଲାର ମେରାମଣ୍ଡଳୀଠାରେ ଜେଆର୍‌ଡି ଟାଟାଙ୍କୁ କାରଖାନାର ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜେଆର୍‌ଡିଙ୍କ ସମ୍ମାନାର୍ଥେ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ନେଇ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଓ ଆଖାପାଖ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।
ଭୁବନେଶ୍ୱରରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍‌ଏମ୍‌ଏଲ୍‌), ସୁକିନ୍ଦାର କ୍ରୋମାଇଟ୍ ଖଣି, ଯାଜପୁର, ଆଠଗଡ଼ ଓ ବାମ୍‌ନିପାଳର ଏଫ୍‌ଏପି କାରଖାନା ଭଳି ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଶ୍ରମିକମାନଙ୍କ ଦ୍ୱାରା ଏହି କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଜେଆର୍‌ଡି ଟାଟାଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଯୋଡ଼ାରେ ଯୋଡ଼ା ଇଷ୍ଟ୍ ମାଇନ୍‌, ଖଣ୍ଡବନ୍ଧ ଖଣି, ମାଙ୍ଗାନିଜ୍ ଗ୍ରୁପ୍ ଅଫ୍ ମାଇନ୍‌ସ, ବିଛାକୁଣ୍ଡି ଓ ଯୋଡ଼ାର ଫେରୋ ଆଲଏଜ୍ ପ୍ଲାଂଟ୍‌ରେ ଜେଆର୍‌ଡିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବା ଓ ସଚେତନ କରିବା ଲାଗି ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ଜୟନ୍ତୀ ପାଳନ ଅବସରରେ କଂପାନିର ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ଚାରା ବଂଟନ, କୁଇଜ ପ୍ରତିଯୋଗିତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀ ପାଳନ ଅବସରରେ ବାଲେଶ୍ୱରରେ ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟାଳୟର ଅଧିକାରୀ ଓ ଷ୍ଟାଫ୍‌ମାନେ ଏହି କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀ ଅବସରରେ ଟାଟା ଷ୍ଟିଲ୍ ପକ୍ଷରୁ ତାଙ୍କ ଅତୁଳନୀୟ ଦୂରଦୃଷ୍ଟି ଓ ପରମ୍ପରା ପ୍ରତି ଶ୍ରଜ୍ଞାଞ୍ଜଳି ଜ୍ଞାପନ କରାଯାଉଥିବା ବଳେ କଂପାନି ତାଙ୍କ ନୀତି ପ୍ରତି ପ୍ରତିବଦ୍ଧ ରହିଛି । ଜେଆର୍‌ଡି ଟାଟାଙ୍କ ପ୍ରେରଣା ଟାଟା ଷ୍ଟିଲ୍‌ର ଉତ୍କଷ୍ଟତା ଯାତ୍ରାକୁ ଆକାର ପ୍ରଦାନ କରୁଛି ।

Share

Leave a Reply

Your email address will not be published. Required fields are marked *

two + eleven =