ଏସ୍‌ବିଆଇର ପର୍ସନାଲ୍ ବ୍ୟାଙ୍କିଙ୍ଗ୍ ଅଗ୍ରୀମ ୫ ଲକ୍ଷ କୋଟି ଟଙ୍କା ଟପିଲା

ଭୁବନେଶ୍ୱର: ଭାରତର ସର୍ବବୃହତ ବ୍ୟାଙ୍କ୍‌, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍‌ବିଆଇ)ର ପର୍ସନାଲ୍ ବ୍ୟାଙ୍କିଙ୍ଗ୍ ଅଗ୍ରୀମ ୨୦୨୨ ନଭେମ୍ବର ୩୦ ସୁଦ୍ଧା ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି । ବ୍ୟାଙ୍କ୍ ମାତ୍ର ୧୨ ମାସ ମଧ୍ୟରେ ଏକ ଲକ୍ଷ କୋଟି ଟଙ୍କା (ଏକ ଟ୍ରିଲିଅନ୍ ଟଙ୍କା) ଅଭିବୃଦ୍ଧି ହାସଲ କରିଥିବାରୁ ଏହି ସଫଳତା ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ୨୦୧୫ ଜାନୁଆରିରେ ଏସ୍‌ବିଆଇର ପର୍ସନାଲ୍ ବ୍ୟାଙ୍କିଙ୍ଗ୍ ଅଗ୍ରୀମ ପ୍ରଥମ ଥର ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିଲା ଏବଂ ୨୦୧୮ ଜାନୁଆରିରେ ୨ ଲକ୍ଷ କୋଟି ଟଙ୍କା, ୨୦୨୦ ଅଗଷ୍ଟରେ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିଲା ଏବଂ ୨୦୨୧ ନଭେମ୍ବରରେ ତାହା ୪ ଲକ୍ଷ କୋଟି ଟଙ୍କା ଟପିଥିଲା । ଏଥିରୁ ବ୍ୟାଙ୍କ୍‌ର ଦ୍ରୁତ ଅଭିବୃଦ୍ଧି ଜଣାପଡ଼ୁଛି ।
ନିଜର ଗ୍ରାହକମାନଙ୍କୁ ଉତମ ଭାଲ୍ୟୁ ପ୍ରଦାନ କରିବା ଲାଗି ଏସ୍‌ବିଆଇ ସର୍ବଦା ଆଗରେ ରହିଛି । ପର୍ସନାଲ୍ ବ୍ୟାଙ୍କିଙ୍ଗ୍ ଅଗ୍ରୀମରେ ସାମିଲ ରହିଛି ବ୍ୟକ୍ତିଗତ ଋଣ, ପେନ୍‌ସନ୍ ଋଣ, ଗାଡ଼ି ଋଣ, ଶିକ୍ଷା ଋଣ, ପି-ଗୋଲ୍ଡ ଲୋନ୍ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ଋଣ ଉତ୍ପାଦ ।
ଏହି ଅବସରରେ ଏସ୍‌ବିଆଇର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀନେଶ ଖାରା କହିଛନ୍ତି ଯେ, “ଏସ୍‌ବିଆଇ ଆଉ ଏକ ମାଇଲଖୁଂଟ ହାସଲ କରିଥିବା ବିଷୟରେ ମୁଁ ଖୁସିର ସହ ଘୋଷଣା କରୁଛି । ଶିଳ୍ପରେ ଅଭିଳାଷପୂର୍ଣ୍ଣ ମାନଦଣ୍ଡ ଧାର୍ଯ୍ୟ କରିବା ଲାଗି ବ୍ୟାଙ୍କ୍ ସର୍ବଦା ଉଦ୍ୟମ କରୁଛି । ଆମ ଉପରେ ଭରସା ପ୍ରକଟ କରିବା ଏବଂ ଏହି ଅଭିବୃଦ୍ଧି ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଆମ ଗ୍ରାହକ ଏବଂ ଅଂଶୀଦାରଙ୍କ ନିକଟରେ ଆମେ କୃତଜ୍ଞ । ଗତ କିଛି ବର୍ଷ ଭିତରେ ଗ୍ରହଣ କରାଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଡିଜିଟାଲ୍ ଅଭିଯାନ, ପର୍ସନାଲ୍ ବ୍ୟାଙ୍କିଙ୍ଗ୍ ଅଗ୍ରୀମ (ଗୃହ ଋଣ ଭିନ୍ନ)ର ୫ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଯାତ୍ରାରେ ପ୍ରମୁଖ ଭୂମିକା ନିର୍ବାହ କରିଛି । ଆମ ଗ୍ରାହକମାନଙ୍କ ଲାଗି ବ୍ୟାଙ୍କିଙ୍ଗ୍‌କୁ ଏକ ଉଲ୍ଲାସପୂର୍ଣ୍ଣ ଅନୁଭବରେ ପରିଣତ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ।’’

Share

Leave a Reply

Your email address will not be published. Required fields are marked *

13 − thirteen =