ଓଡ଼ିଶାର ନିବେଶକ ଡେବ୍‌ଟ ମ୍ୟୁଚୁଆଲ୍ ଫଣ୍ଡ୍ ତୁଳନାରେ ଇକ୍ୱିଟିକୁ ପସନ୍ଦ କରୁଛନ୍ତି: ଟାଟା ଆସେଟ୍ ମ୍ୟାନେଜମେଂଟ୍‌

ଭୁବନେଶ୍ୱର : ଆସୋସିଏସନ୍ ଅଫ୍ ମ୍ୟୁଚୁଆଲ୍ ଫଣ୍ଡ୍‌ସ ଇନ୍ ଇଣ୍ଡିଆ (ଏଏମ୍‌ଏଫ୍‌ଆଇ) ତଥ୍ୟ ଅନୁସାରେ ୨୦୨୩ ଜୁଲାଇରେ ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡ୍‌କୁ ୭,୬୨୫.୯୬ କୋଟି ଟଙ୍କାର ପାଣ୍ଠି ଆସିଛି । ସେହି ଏଏମ୍‌ଏଫ୍‌ଆଇ ତଥ୍ୟ ଅନୁସାରେ ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡ୍ ବର୍ଗରେ ସ୍ମଲ-କ୍ୟାପ୍ ବର୍ଗକୁ ସର୍ବାଧିକ ୪,୧୭୧.୪୪ କୋଟି ଟଙ୍କାର ପାଣ୍ଠି ଆସିଛି । ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭାବେ ଏଏମ୍‌ଏଫ୍‌ଆଇର ଜୁଲାଇ ୨୦୨୩ ତଥ୍ୟ ଅନୁସାରେ ଏସ୍‌ଆଇପି ବୁକିଂ ପ୍ରଥମ ଥର ପାଇଁ ୧୫,୦୦୦ କୋଟି ଟଙ୍କା ଅତିକ୍ରମ କରି ୧୫,୨୪୫ କୋଟି ଟଙ୍କା ହୋଇଛି ।
ଭାରତରେ ମ୍ୟୁଚୁଆଲ୍ ଫଣ୍ଡ୍ (ଏମ୍‌ଏଫ୍‌) ସଂପତିରେ ବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ କିଛି ରାଜ୍ୟରେ ଏକ ଧାରା ସାମ୍ନାକୁ ଆସିଛି ଯେଉଁଠାରେ ଅଣ ଇକ୍ୱିଟି ସ୍କିମ୍ ତୁଳନାରେ ନିବେଶକମାନେ ଇକ୍ୱିଟି ସ୍କିମ୍‌କୁ ପସନ୍ଦ କରୁଚନ୍ତି । ଉଦାରହଣ ସ୍ୱରୂପ ଓଡ଼ିଶାରେ ନିବେଶକମାନେ ଅଣ ଇକ୍ୱିଟି ଏମ୍‌ଏଫ୍ ତୁଳନାରେ ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡ୍ ଆଡ଼କୁ ଅଧିକ ଢଳିଛନ୍ତି । ୨୦୨୩ ଜୁଲାଇ ସୁଦ୍ଧା ଓଡ଼ିଶାରୁ ୭୦ ପ୍ରତିଶତ ନିବେଶ ଇକ୍ୱିଟି ସ୍କିମ୍‌ରେ ନିବେଶ ହୋଇଛି । ଓଡ଼ିଶାର ନିବେଶକମାନେ ପ୍ରାୟ ୪୩,୪୦୦ କୋଟି ଟଙ୍କା ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରିଛନ୍ତି ।
ଟାଟା ମ୍ୟୁଚୁଆଲ୍ ଫଣ୍ଡ୍ ମଧ୍ୟ ଓଡ଼ିଶାରେ ସମାନ ଧାରା ଦେଖିଛି ଯେଉଁଠାରେ ଟାଟା ମ୍ୟୁଚ୍ରୁଆଲ୍ ଫଣ୍ଡ୍‌ର ନିବେଶକମାନେ ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡ୍ ସ୍କିମ୍ ପ୍ରତି ପସନ୍ଦ ପ୍ରଦର୍ଶନ କରିଛନ୍ତି । ଟାଟା ମ୍ୟୁଚୁଆଲ୍ ଫଣ୍ଡ୍ ପାଇଁ ଓଡ଼ିଶାରେ ପ୍ରାୟ ୫୩% ଏୟୁଏମ୍ ଇକ୍ୱିଟି ସ୍କିମ୍‌ରୁ ଆସିଥିବା ବେଳେ ୩୫ ପ୍ରତିଶତ ଡେବ୍‌ଟ ଓ ଲିକ୍ୱିଡ୍ ସ୍କିମ୍ ଏବଂ ୧୨ ପ୍ରତିଶତ ବାଲାନ୍ସଡ୍ ସ୍କିମ୍‌ରୁ ଆସିଛି ବୋଲି ଏଏମ୍‌ଏଫ୍‌ଆଇର ଜୁଲାଇ ତଥ୍ୟରୁ ଜଣାପଡ଼ିଛି ।
ଇକ୍ୱିଟି ବର୍ଗ ପ୍ରତି ବହୁ ଆଗ୍ରହ ପରିଲକ୍ଷିତ ହୋଇଥିବା ବେଳେ ଟାଟା ଡିଜିଟାଲ ଇଣ୍ଡିଆ ଫଣ୍ଡ୍ ଯାହା ଏକ ଇକ୍ୱିଟି ସ୍କିମ୍ ସେଭଳି କ୍ଷେତ୍ର ଭିତିକ ପାଣ୍ଠିରେ ନିବୋକମାନେ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନିବେଶ କରିଛନ୍ତି ଏବଂ ଅନ୍ୟତମ ଓପୋନ୍ -ଏଣ୍ଡେଡ୍ ଇକ୍ୱିଟି ସ୍କିମ୍ ଟାଟା ଇଣ୍ଡିଆ ଫାର୍ମା ଆଣ୍ଡ୍ ହେଲ୍‌ଥକେୟାର ଫଣ୍ଡ୍‌ରେ ନିବେଶକମାନେ ଫାର୍ମାସ୍ୟୁଟିକାଲ୍ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିବେଶ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉଭୟ ଟାଟା ଡିଜିଟାଲ ଇଣ୍ଡିଆ ଫଣ୍ଡ୍ ଓ ଟାଟା ଇଣ୍ଡିଆ ଫାର୍ମା ଆଣ୍ଡ୍ ହେଲ୍‌ଥକେୟାର ଫଣ୍ଡ୍ କ୍ଷେତ୍ରଭିତିକ ପାଣ୍ଠି ବର୍ଗରେ ରହିଥିବାରୁ ତାହା ଉଚ୍ଚ ବିପଦ ବର୍ଗରେ ରହିଛି । ନିବେଶକମାନେ ଏକ ବର୍ଗ ଭାବେ ଫୋକସଡ୍ ଫଣ୍ଡ୍ ପ୍ରତି ଢଳୁଥିବା ଆମେ ଦେଖିପାରୁଛୁ ।
ଟାଟା ଆସେଟ୍ ମ୍ୟାନେଜମେଂଟ୍‌ର ଫଣ୍ଡ୍ ମ୍ୟାନେଜର ମିତା ସେଟ୍ଟି (ସିଏଫ୍‌ଏ) କହିଛନ୍ତି ଯେ, “ଟାଟା ଆସେଟ୍ ମ୍ୟାନେଜମେଂଟ୍‌ରେ ଆମେ ନିବେଶ ପ୍ରକ୍ରିୟା ଓ ଶୃଙ୍ଖଳିତ ନିବେଶ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରୁଛୁ । କ୍ଷେତ୍ରଭିତିକ ଫଣ୍ଡ୍ ଓ ଫୋକସଡ୍ ଫଣ୍ଡ୍ ସମେତ ଆମର ଏମ୍‌ଏଫ୍ ସ୍କିମ୍‌ଗୁଡ଼ିକରେ ନିବେଶ କରିବା ପାଇଁ ଆମେ ଜିଏଆର୍‌ପି (ସୁଲଭ ମୂଲ୍ୟରେ ଅଭିବୃଦ୍ଧି) ଦୃଷ୍ଟିକୋଣକୁ ଗ୍ରହଣ କରିଛୁ । ଜିଏଆର୍‌ପି ଦୃଷ୍ଟିକୋଣ ଆମକୁ ଉଚ୍ଚ ମାନର ସେୟାରରେ ବାଜି ଲଗାଇବା ଅନୁମତି ପ୍ରଦାନ କରୁଥିବା ବେଳେ ସେହି ସମୟରେ ସୁଲଭ ମୂଲ୍ୟରେ ଉଚ୍ଚ ଗୁଣାତ୍ମକ ସେୟାର କିଣାକୁ ସୁନିଶ୍ଚିତ କରୁଛି । ଆମର ବିଶ୍ୱାସ ରହିଛି ଯେ ବଜାରରେ ବର୍ତମାନ ସମୟରେ ବିବିଧ ସୁଯୋଗ ରହିଛି ଯେଉଁଥିରେ ଦୃଢ଼ ଅଭିବୃଦ୍ଧି ଓ ପୁନଃ-ରେଟିଂ ଦେଖାଯାଉଛି ଏବଂ ଆମେ ଟାଟା ଫୋକସଡ୍ ଇକ୍ୱିଟି ଫଣ୍ଡ୍‌ରେ ତାହାକୁ ଧରି ରଖିବାକୁ ଉଦ୍ୟମ କରୁଛୁ । ଫୋକସଡ୍ ଫଣ୍ଡ୍ ହେଉଛି ଏକ ସୀମିତ ଷ୍ଟକ୍ (୩୦ ଷ୍ଟକ୍‌)ର ପୋର୍ଟଫୋଲିଓ ଯାହା ଆମକୁ ପ୍ରଦର୍ଶନରେ ଉନ୍ନତି ଆଣିବାରେ ସହାୟକ ହେଉଛି । ଆମେ ଉଭୟ ଟପ୍‌-ଡାଉନ୍ ଓ ବଟମ୍ ଡାଉନ୍ ଦୃଷ୍ଟିକୋଣରେ ତାହାର ପରିଚାଳନା କରୁଛୁ । ଆଇଟି ଓ ଫାର୍ମା କ୍ଷେତ୍ରରେ ସୁଧାର ଘଟିଛି । ଆଇଟି କ୍ଷେତ୍ରରେ ଅଭିବୃଦ୍ଧି ୧୦ ବର୍ଷର ନିମ୍ନ ସ୍ତରରେ ରହିଛି ଏବଂ ଆମେ ଆଶା କରୁଛୁ ଯେ ମଧ୍ୟମକାଳୀନ ଭିତିରେ ସେଥିରେ ସୁଧାର ଘଟିବ । ୨୦୧୫ ପରେ ଲମ୍ବା ଆହ୍ୱାନପୂର୍ଣ୍ଣ ପର୍ଯ୍ୟାୟ ପରେ ଫାର୍ମା କ୍ଷେତ୍ରରେ ଶେଷରେ ଅଭିବୃଦ୍ଧିରେ ସୁଧାର ଦେଖିବାକୁ ମିଳୁଛି । ଏହି ଉଭୟ କ୍ଷେତ୍ର ସେମାନଙ୍କ ଦୀର୍ଘମିଆଦୀ ହାରାହାରି ପାଖାପାଖି ଟ୍ରେଡିଂ ହେଉଥିବା ଆମର ପରିଲକ୍ଷିତ ହୋଇଛି ।”

Share

Leave a Reply

Your email address will not be published. Required fields are marked *

10 − seven =