ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍‌ର ଆଂଚଳିକ ବ୍ରାଣ୍ଡ୍ ଆମ୍ବାସାଡର ହେଲେ ପ୍ରସିଦ୍ଧ ଅଭିନେତ୍ରୀ ଇଶା ଶାହ

ଭୁବନେଶ୍ୱର: ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ବିଶିଷ୍ଟ ବଙ୍ଗଳା ଅଭିନେତ୍ରୀ ଇଶା ଶାହଙ୍କୁ ଆଂଚଳିକ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । ସେନ୍‌କୋ ଗୋଲ୍ଡର ବ୍ରାଇଡାଲ୍ ଗହଣା ସମ୍ଭାରର ସେ ପ୍ରଚାର କରିବେ ।
ଗ୍ରୀଷ୍ମ ଋତୁ ବିବାହ ଗହଣା ଅଭିଯାନର ଅଂଶ ଭାବେ ଇଶାଙ୍କୁୁ ନେଇ ପ୍ରସ୍‌ୁତ କରାଯାଇଥିବା ନୂଆ ମ୍ୟୁଜିକ୍ ଭିଡିଓ “ଲିଲାବଲି’କୁ ସେନ୍‌କୋ ଗୋଲ୍ଡ ପକ୍ଷରୁ ଉନ୍ମୋଚନ କରାଯାଇଛି । ଏହି ମ୍ୟୁଜିକ୍ ଭିଡିଓରେ ଇଶା ସେନ୍‌କୋ ଗୋଲ୍ଡର ନୂଆ ବ୍ରାଇଡାଲ୍ ସମ୍ଭାରର ଗହଣା ପିନ୍ଧି ନବବଧୂ ସାଜିଛନ୍ତି । ଏକ ପୁରୁଣା ପାରମ୍ପରିକ ବଙ୍ଗଳା ଗୀତ ଉପରେ ଏହି ମ୍ୟୁଜିକ୍ ଭିଡିଓ ପର୍ଯ୍ୟବେସିତ ଯେଉଁଥିରେ ହିନ୍ଦୀ ହିପ୍‌-ହପ୍ ଓ ରାପ୍‌ର ମିଶ୍ରଣ ମଧ୍ୟ କରାଯାଇଛି ।
ଆସାମର ଅଭିନେତ୍ରୀ ମଧୁମିତା ସରକାର, ଉତର ପୂର୍ବାଂଚଳର ସୁନିତା କୌଶିକ ଓ ବଙ୍ଗଳା ଅଭିନେତ୍ରୀ ଦିତିପ୍ରିୟା ରାୟଙ୍କ ପରେ ଇଶା ହେଉଛନ୍ତି କଂପାନିର ଚତୁର୍ଥ ଆଂଚଳିକ ବ୍ରାଣ୍ଡ୍ ଆମ୍ବାସାଡର । ବାଲାଂଦେଶୀ ଅଭିନେତ୍ରୀ ଜୟା ଏହସାନ, କ୍ରିକେଟ ତାରକା ସୌରଭ ଗାଙ୍ଗୁଲି ଓ ଧାବିତା ଦୁତି ଚାନ୍ଦ ମଧ୍ୟ କଂପାନିର ବିଭିନ୍ନ ସମ୍ଭାରର ପ୍ରଚାର କରୁଛନ୍ତି ।
ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ବିବାହ ସମ୍ଭାର ଅଧୀନରେ ନୂଆ “ରାଜୱାଡ଼ା’ ସମ୍ଭାରକୁ ଉନ୍ମୋଚନ କରାଯାଇଛି । ବଧୂ ହେବାକୁ ଯାଉଥିବା ଯୁବତୀମାନଙ୍କୁ ନଜରରେ ରଖି ଏହି ଗହଣା ପ୍ରସ୍ତୁତ କରାଯାଇଛି । ଏଥିରେ ତାରକସି, ବଲ, ତାର-କାମ, କୁନ୍ଦନ, ପୋଲକି, ମିନାକାରୀ ଓ ହୀରା ଆଦି ବ୍ୟବହାର କରାଯାଇଛି । ଏହି ସମ୍ଭାରରେ ଥିବା ଗହଣା ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି ।
ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ନିର୍ଦେଶିକା ଜୋଇତା ସେନ୍ କହିଛନ୍ତି ଯେ, “ଆମର ବ୍ରାଇଡାଲ୍ ଗହଣା ପାଇଁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଅଗ୍ରଣୀ ବଙ୍ଗଳା ଅଭିନେତ୍ରୀ ଇଶା ଶାହଙ୍କୁ ପାଇ ଆମେ ଅତ୍ୟନ୍ତ ଆନନ୍ଦିତ । ସେ ଅତି ସୁନ୍ଦର ଭାବେ ବଙ୍ଗଳା ବଧୂ ବେଶକୁ ଉପସ୍ଥାପନ କରିଛନ୍ତି । ଆମର ବିଶ୍ୱାସ ରହିଛି ଯେ ନୂଆ ଲିଲାବଲି ଅଭିଯାନ ଭିଡିଓରେ ଆକର୍ଷଣୀୟ ବଧୂ ରୂପରେ ଇଶାଙ୍କ ଉପସ୍ଥିତି, ବଙ୍ଗଳା ଲୋକଗୀତ ଓ ନଚାଇବା ଭଳି ସଙ୍ଗୀତ ଓ ସ୍ମରଣୀୟ ସ୍ୱରକୁ ଆମ ମୂଲ୍ୟବାନ ଗ୍ରାହକମାନେ ପସନ୍ଦ କରିବେ ଓ ନିଜକୁ ତା’ ସହିତ ଯୋଡ଼ିପାରିବେ । ପ୍ରତି ବଙ୍ଗଳା ବିବାହ ରେ ଯେଭଳି ପାରମ୍ପରିକ ଓ ନୂଆ ଯୁଗର ଉପାଦାନ ରହିଥାଏ ସେହିପରି ବିବାହ ଗହଣାରେ ପାରମ୍ପରିକ ସହିତ ଆଧୁନିକତାର କିଭଳି ଉପଯୁକ୍ତ ମିଶ୍ରଣ କରାଯାଉଛି ତାହା ଏହି ମ୍ୟୁଜିକ୍ ଭିଡିଓରେ ପ୍ରଦର୍ଶିତ ହୋଇଛି ।’’
ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ଏମ୍‌ଡି ଓ ସିଇଓ ଶ୍ରୀ ଶୁଭଙ୍କର ସେନ୍ କହିଛନ୍ତି ଯେ, “ଆମ ହାଇପରଲୋକାଲ୍ ଯୋଜନା ଅନୁସାରେ ଗ୍ରାହକମାନଙ୍କ ସହିତ ସମ୍ପର୍କକୁ ଆହୁରି ମଜଭୁତ କରିବା ଏବଂ ଦେଶର ପୂର୍ବ ଓ ଉତର ପୂର୍ବାଚଂଳରେ ଆମ ବ୍ରାଣ୍ଡ୍‌ର ଉପସ୍ଥିତିରେ ଉନ୍ନତି ଆଣିବାରେ ବିଶିଷ୍ଟ ବଙ୍ଗଳା ଅଭିନେତ୍ରୀ ଇଶା ଶାହଙ୍କୁ ଆମର ଆଂଚଳିକ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ପାଇଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ ।’’
ଅଭିନେତ୍ରୀ ଇଶା ଶାହ କହିଛନ୍ତି ଯେ, “ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଭଳି ଏକ ପାଂଚ ଦଶଦ୍ଧିରୁ ଅଧିକ ପୁରୁଣା ଗହଣା ବ୍ୟବସାୟ ପ୍ରତିଷ୍ଠାନ ସହ ଯୋଡ଼ି ହେବା ଗର୍ବର ବିଷୟ । ଗହଣା କ୍ଷେତ୍ରରେ ଏହା ମୋର ପ୍ରଥମ ବିଜ୍ଞାପନ ଏବଂ ଏଭଳି ଏକ ପ୍ରତିଷ୍ଠିତ ବ୍ରାଣ୍ଡ୍ ସହିତ ଯୋଡ଼ି ହୋଇଥିବାରୁ ମୁଁ ବହୁତ ଖୁସି । ଏହି ଅଭିଯାନ ଅତି ସୁନ୍ଦର ଭାବେ ଯୋଜନା କରାଯିବା ସହ କାର୍ଯ୍ୟକାରୀ କରାଯାଇଛି ଯାହା ବଙ୍ଗଳା ବାହାଘରର ଭାବକୁ ଅତି ସୁନ୍ଦର ଭାବେ ଉପସ୍ଥାପିତ କରିଛି ।’’
ବ୍ୟାଙ୍ଗ୍ ଅନ୍ କନ୍‌ଟେଂଟ୍‌ର ନିର୍ଦେଶକ ଓ ସିନେମାଟୋଗ୍ରାଫର ପୀୟୂଷ ଘୋଷ କହିଛନ୍ତି ଯେ, “ସଙ୍ଗୀତ ଜରିଆରେ ବଙ୍ଗଳା ବିବାହର ସମୃଦ୍ଧି ଓ ସୁନ୍ଦର ପରମ୍ପରାକୁ ଉଜାଗର କରିବା ଅନୁଭୂତି ବେଶ ସନ୍ତୋଷଜନକ ଥିଲା ।’’

Share

Leave a Reply

Your email address will not be published. Required fields are marked *

sixteen + 14 =