କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଲିଙ୍ଗରାଜ ମନ୍ଦିରରେ ଦୀପଦାନ

ଭୁବନେଶ୍ୱର() କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ଆକ୍ରାନ୍ତ ହେବା ଖବର ଓଡିଶାରେ ପହଞ୍ଚିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ଆଶୁଆରୋଗ୍ୟ କାମନା କରାଯାଇ ପୂଜାପାଠ ଓ ଦୀପଦାନ ଭଳି କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଛି । ବହୁସଂଖ୍ୟାରେ ବିଜେପି କର୍ମୀ ଓ ନେତାମାନେ ଧର୍ମେନ୍ଦ୍ରଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି । ବିଜେପି ଭୁବନେଶ୍ୱର ଜିଲ୍ଲା ତରଫରୁ ବିଜେପି ନେତା ବାବୁ ସିଂଙ୍କ ନେତୃତ୍ୱରେ ବହୁ ସଂଖ୍ୟକ କର୍ମୀ,ନେତା, ସଙ୍ଗଠକ ଓ ଶୁଭେଚ୍ଛୁମାନେ କୋଭିଡ କଟକଣାରେ ସାମାଜିକ ଦୂରତା ଅମଲମ୍ବନ କରି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରରେ ଦୀପଦାନ କରିଥିଲେ ଏବଂ ତାଙ୍କର ଆଶୁଆରେଗ୍ୟ କାମନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

one × 4 =