ଆଦିତ୍ୟ ବିର୍ଲା ଗ୍ରୁପ୍‌ର ବ୍ରାଣ୍ଡେଡ୍ ଅଳଙ୍କାର ରିଟେଲ୍ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ

-୫୦୦୦ କୋଟିର ନିବେଶ, ସର୍ବଭାରତୀୟ ସ୍ତରରେ ଷ୍ଟୋର ସ୍ଥାପନ ଯୋଜନା
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ ୫୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ବ୍ରାଣ୍ଡେଡ୍ ଅଳଙ୍କାର ରିଟେଲ୍ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଛି । ନୂଆ ସଂସ୍ଥା “ନୋଭେଲ୍ ଜୁଏଲସ୍ ଲିମିଟେଡ୍‌” ଜରିଆରେ ସେହି ବ୍ୟବସାୟ ପରିଚାଳିତ ହେବ ଯାହା ସାରା ଭାରତରେ ବଡ଼ ଆକାରର ସ୍ୱତନ୍ତ୍ର ଅଳଙ୍କାର ରିଟେଲ୍ ଷ୍ଟୋର୍ ସ୍ଥାପନ କରିବ ଯେଉଁଥିରେ କଂପାନିର ନିଜସ୍ୱ ବ୍ରାଣ୍ଡ୍‌ର ଅଳଙ୍କାର ରହିଛି । ସ୍ୱତନ୍ତ୍ର ଡିଜାଇନ୍ ଓ ଦୃଢ଼ ଆଂଚଳିକ ଛାପ ସହିତ ଏକ ଅଭିଳାଷପୂର୍ଣ୍ଣ ଜାତୀୟ ବ୍ରାଣ୍ଡ୍ ଭାବେ ଏହି ନୂଆ ସଂସ୍ଥା ଗ୍ରାହକମାନଙ୍କ ଅନୁଭୂତିରେ ପରିବର୍ତନ ଆଣିବ । କୋଠା ଉପକରଣ ଲାଗି ବି୨ବି ଇ-କମର୍ସ ଓ ପେଂଟ୍‌ସ କାରବାର ପରେ ଗତ ଦୁଇ ବର୍ଷ ଭିତରେ ଗ୍ରୁପ୍ ଏହା ତୃତୀୟ ନୂଆ ବ୍ୟବସାୟ ପ୍ରବେଶ ।
ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ, “ବିଶ୍ୱାସ ଆଧାରରେ ଗଠନ ହୋଇଥିବା ଆମ ବ୍ୟବସାୟ ପରମ୍ପରାର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତରେ ଆଦିତ୍ୟ ବିର୍ଲା ଗ୍ରୁପ୍ ବ୍ରାଣ୍ଡେ୍‌ଡ ଅଳଙ୍କାର ରିଟେଲ୍ କାରବାର କ୍ଷେତ୍ରରେ ପ୍ରବେଶ କରିଛି । ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ପସନ୍ଦ ଯାହା ଆମକୁ ନୂଆ ଅଭିବୃଦ୍ଧି ହାସଲ କରିବା ସହ ଭାରତୀୟ ଉପଭୋକ୍ତା ଦୃଶ୍ୟପଟ୍ଟରେ ଆମ ଉପସ୍ଥିତିକୁ ସୁଦୃଢ଼ କରିବ । ବ୍ୟୟ କରିବା ଲାଗି ଅଧିକ ଆୟ, ସ୍ୱତନ୍ତ୍ର ଓ ଅଭିଳାଷରେ ପରିପୂର୍ଣ୍ଣ ଗ୍ରାହକମାନେ ଡିଜାଇନ୍ ଦ୍ୱାରା ପ୍ରେରୀତ ଓ ଉଚ୍ଚ ମାନର ଅଳଙ୍କାର ପ୍ରତି ଆକର୍ଷିତ ହୋଇଛନ୍ତି । ଲାଇଫଷ୍ଟାଇଲ୍ ରିଟେଲ୍ ଉପରେ ଗ୍ରୁପ୍‌ର ରହିଥିବା ଗଭୀର ଅଭିଜ୍ଞତା ଓ ଗ୍ରାହକମାନଙ୍କ ପସନ୍ଦକୁ ଭଲ ଭାବେ ବୁଝିବାକୁ ଏହି ନୂଆ ସଂସ୍ଥା ବ୍ୟବହାର କରିବ ।’’
ରିଟେଲ୍ କ୍ଷେତ୍ରରେ ଗଭୀର ଅଭିଜ୍ଞତା ଥିବା ଲୋକମାନଙ୍କୁ ନେଇ ଗଠିତ ଏକ ନୂଆ ଟିମ୍ ଜରିଆରେ ଅଳଙ୍କାର ବ୍ୟବସାୟ ପରିଚାଳିତ ହେବ ।
ଜିଡିପି ପ୍ରତି ଭାରତୀୟ ଜେମ୍‌ସ ଓ ଅଳଙ୍କାର ଗହଣା ବଜାରର ଅବଦାନ ପ୍ରାୟ ୭% ରହିଛି । ୨୦୨୫ ସୁଦ୍ଧା ଏହି ବଜାର ୯୦୦୦ କୋଟି ଡଲାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଅଳଙ୍କାର କ୍ଷେତ୍ର ଅଣସଂଗଠିତରୁ ସଂଗଠିତ ହେଉଥିବା ବେଳେ ଏହି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳିଛି । ସଠିକ୍ ସମୟରେ ଏହି କ୍ଷେତ୍ରରେ ଗ୍ରୁପ୍ ପ୍ରବେଶ କରୁଥିବାରୁ ଭାରତୀୟ ଗ୍ରାହକମାନେ ଅତି ସୂକ୍ଷ୍ମ ଭାବେ ପ୍ରସ୍ତୁତ କରାଯାଇଥିବା ଅଳଙ୍କାର ପାଇପାରିବେ ।

Share

Leave a Reply

Your email address will not be published. Required fields are marked *

5 − one =