ଟାଟା ଷ୍ଟିଲ୍‌ର ୨୦୨୩-୨୪ ଆର୍ଥିକବର୍ଷ ପ୍ରଥମ ତ୍ରୈମାସିକରେ ରାଜସ୍ୱ ୫୯,୪୯୦ କୋଟି ଟଙ୍କା

ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୩ ଜୁନ୍ ୩୦ ସୁଦ୍ଧା ଶେଷ ପ୍ରଥମ ତ୍ରୈମାସିକର ଆର୍ଥିକ ଫଳାଫଳକୁ ଘୋଷଣା କରାଯାଇଛି । ଏହି ତ୍ରୈମାସିକରେ କଂପାନି ୫୯,୪୯୦ କୋଟି ଟଙ୍କାର ରାଜସ୍ୱ ହାସଲ କରିଛି । ଏହି ସମୟରେ କଂପାନିର ଇବିଆଇଟିଡିଏ ୬,୧୨୨ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ମାର୍ଜିନ୍ ୧୦% ରହିଛି । ଟିକସ ପରବର୍ତୀ ଲାଭ ୫୩୫ କୋଟି ଟଙ୍କା ରହିଛି । ବ୍ରିଟିଶ ଷ୍ଟିଲ୍ ପେନ୍‌ସନମ୍ସ୍‌ିମ୍ ପ୍ରଭାବରେ ଲାଭ କିଛିଟା ପ୍ରଭାବିତ ହୋଇଛି । କିନ୍ତୁ ଏହା ଦ୍ୱାରା ଟାଟା ଷ୍ଟିଲ୍ ୟୁକେ ପ୍ରତି ରହିଥିବା ବିପଦ ଦୂର ହୋଇଛି ।
ଭାରତରେ କଂପାନିର ରାଜସ୍ୱ ୩୪,୯୦୧ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ୭,୫୧୪ କୋଟି ଟଙ୍କା ହୋଇଛି ।
ଆର୍ଥିକ ଫଳାଫଳ ସମ୍ପର୍କରେ ଟାଟା ଷ୍ଟିଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ କହିଛନ୍ତି ଯେ, “ଆଲୋଚ୍ୟ ତ୍ରୈମାସିକରେ ବିଶ୍ୱ ଅର୍ଥନୈତିକ ସୁଧାରରେ ଅସ୍ଥିରତା ଲାଗି ରହିଥିଲା ଯାହାର ପ୍ରଭାବରେ ଇସ୍ପାତ ଭଳି ସାମଗ୍ରୀର ମୂଲ୍ୟ ପ୍ରଭାବିତ ହୋଇଥିଲା । ଭାରତରେ ଇସ୍ପାତ ଚାହିଦା ବର୍ଷକୁ ବର୍ଷ ଭିତରେ ୧୦% ବଢ଼ିଥିଲା, ମାତ୍ର ବିଶ୍ୱ ବଜାର ପ୍ରଭାବ ଅନୁସାରେ ଇସ୍ପାତର ସ୍ପଟ୍ ମୂଲ୍ୟ ହ୍ରାସ ପାଇଥିଲା । ଭାରତରେ ଟାଟା ଷ୍ଟିଲ୍‌ର ଅଶୋଧିତ ଇସ୍ପାତ ଉତ୍ପାଦନ ୫ ନିୟୁତ ଟନ୍ ହୋଇଛି । ଦେଶ ଭିତରେ ଡେଲିଭରି ଏହି ସମୟରେ ୨୦%ରୁ ଅଧିକ ବୃଦ୍ଧି ପାଇଛି ଯାହା ଭାରତର ଇସ୍ପାତ ବ୍ୟବହାର ତୁଳନାରେ ଅଧିକ । ବ୍ରାଣ୍ଡେଡ୍ ଉତ୍ପାଦ ଓ ରିଟେଲ୍ ଏବଂ ଶିଳ୍ପ ଉତ୍ପାଦ ଓ ପ୍ରକଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଯଥାକ୍ରମେ ୩୭% ଓ ୨୪% ଭଳି ଦୃଢ଼ ରହିଛି । ଗୃହ ନିର୍ମାଣକାରୀଙ୍କୁ ବିକ୍ରି କରାଯାଉଥିବା ଆମର ରିଟେଲ୍ ସେଲ୍ ଗତ ୧୨ ମାସରେ ୩ ନିୟୁତ ଟନ୍ ଅତିକ୍ରମ କରିଛି ଏବଂ ଆମେ ଭାରତରେ ୧୯,୧୦୦ ପିନ୍‌କୋଡ୍‌ରୁ ୮୦୦୦ରେ ସର୍ଭିସ୍ ପ୍ରଦାନ କରୁଛୁ ।’’
ଆଲୋଚ୍ୟ ତ୍ରୈମାସିକରେ କଂପାନି ୪୦୮୯ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିଛି ଯାହାକୁ କଳିଙ୍ଗନଗରରେ ୫ ଏମ୍‌ଟିପିଏ ସମ୍ପ୍ରସାରଣ ଓ ପଞ୍ଜାବର ୦.୭୫ ଏମ୍‌ଟିପିଏର ଇଏଏଫ୍ ମିଲ୍‌ରେ ବ୍ୟବହାର କରାଯାଇଛି । ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ରେ ଉତ୍ପାଦନ ବୃଦ୍ଧି ପାଇବାରୁ ଦେଶ ଭିତରେ କଂପାନିର ଉତ୍ପାଦନ ୨% ବୃଦ୍ଧି ପାଇ ୫ ନିୟୁତ ଟନ୍ ହୋଇଛି । ଡେଲିଭରି ୧୮% ବୃଦ୍ଧି ପାଇ ୪.୮ ନିୟୁତ ଟନ୍ ହୋଇଛି ।
ଶ୍ରୀ ନରେନ୍ଦ୍ରନ କହିଛନ୍ତି ଯେ, “ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ସ୍ଥିର ହୋଇଥିବା ଦେଖି ଖୁସି ଲାଗୁଛି । ଅଧିଗ୍ରହଣର ୯ ମାସ ଭିତରେ ତାହା ନିଜ କ୍ଷମତା ଅନୁସାରେ ଉତ୍ପାଦନ କରୁଛି । କଳିଙ୍ଗନଗରରେ ୫ ଏମ୍‌ଟିପିଏ ସମ୍ପ୍ରସାରଣ ଜାରି ରହିଥିବା ବେଳେ ପର୍ଯ୍ୟାୟକ୍ରମେ ତାହା କାର୍ଯ୍ୟକ୍ଷମ ହେଉଛି । ୪୦ ନିୟୁତ ଟନ୍ ଯାତ୍ରା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ର ମାଇଲଖୁଂଟ ଯାହା ଭାରତରେ ଆମ ସ୍ଥିତିକୁ ଆହୁରି ସୁଦୃଢ଼ କରିବ ।’’
ଟାଟା ଷ୍ଟିଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଚିଫ୍ ଫାଇନାନ୍ସିଆଲ ଅଫିସର କୌଶିକ ଚାଟାର୍ଜୀ କହିଛନ୍ତି ଯେ, “ବିଶ୍ୱ ଇସ୍ପାତ ବ୍ୟାପକହେବା ପ୍ରଭାବିତ ହୋଇଥିବା ସତ୍ୱେ ଆମର ମାର୍ଜିନ୍ ୧୦%ରେ ସ୍ଥିର ରହିଛି । ଭାରତ ବ୍ୟବସାୟ ୨୨%ର ଉଚ୍ଚ ମାର୍ଜିନ୍ ହାସଲ କରିଥିବା ବେଳେ ଇବିଆଇଟିଡିଏ ୭,୫୧୪ କୋଟି ଟଙ୍କା ରହିଛି । ୟୁରୋପରେ ମାର୍ଜିନ୍ ପାଖାପାଖି ସମାନ ରହିଛି । ଇସ୍ପାତ ବଜାରରେ ଅସ୍ଥିରତା କାର୍ଯ୍ୟକାରୀ ପୁଂଜି ଓ ନଗଦ ପ୍ରବାହକୁ ପ୍ରଭାବିତ କରିଛି ଏବଂ ଭାରତରେ ଅଭିବୃଦ୍ଧି ପାଇଁ ଆମେ ପ୍ରତିବଦ୍ଧ ଥିବା ବେଳେ ଏହି ତ୍ରୈମାସିକରେ ୪,୦୮୯ କୋଟି ଟଙ୍କାର ପୁଂଜି ବ୍ୟୟ କରିଛୁ । ଫଳରେ ନିଟ୍ ଋଣ ୭୧,୩୯୭ କୋଟି ଟଙ୍କା ହୋଇଛି । ଗ୍ରୁପ୍‌ର ନଗଦ ସ୍ଥିତି ୩୦,୫୬୯ କୋଟି ଟଙ୍କା ଥିବା ବେଳେ ସେଥିରେ ନଗଦ ରାଶି ସମାନ ୧୯,୦୪୩ କୋଟି ଟଙ୍କା ରହିଛି । ନଗଦ ପ୍ରବାହକୁ ବଢ଼ାିବା ଲାଗି ପରିଚାଳନାରେ ଉନ୍ନତି ଓ କାର୍ଯ୍ୟକାରୀ ପୁଂଜି ପରିଚାଳନା ପ୍ରତି ଆମେ ଧ୍ୟାନ ଦେଉଛୁ । ଦୀର୍ଘସ୍ଥାୟିତ୍ୱ ହେଉଛି ଆମ ମୂଳ ରଣନୀତି । ଆମେ ଆମର ପ୍ରଥମ ବ୍ୟବସାୟ ଦାୟିତ୍ୱ ଓ ଦୀର୍ଘସ୍ଥାୟୀ ରିପୋର୍ଟ ଜାରି କରିଛୁ । ଦୀର୍ଘସ୍ଥାୟୀତ୍ୱ ଘୋଷଣା ସହ ବିଶ୍ୱ ଓ ଜାତୀୟ ମାନକର ବିକାଶରେ ଆମେ ପ୍ରତ୍ୟକ୍ଷ ଭାବେ ଯୋଡ଼ିହୋଇରହିଛୁ ।’’
ନାମାଙ୍କନ ଓ ବେତନ କମିଟିର ସୁପାରିସ ଆଧାରରେ ଟାଟା ଷ୍ଟିଲ୍‌ର ନିର୍ଦ୍ଦେଶକ ବୋର୍ଡ ପକ୍ଷରୁ ଟାଟା ଷ୍ଟିଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ଟି ଭି ନରେନ୍ଦ୍ରନଙ୍କୁ ୨୦୨୩ ସେପ୍ଟେମ୍ବର ୧୯ରୁ ୨୦୨୮ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ପାଂଚ ବର୍ଷ ପାଇଁ ପୁନଃନିଯୁକ୍ତ କରାଯାଇଛି । ଏହି ନିଯୁକ୍ତିକୁ ଅଂଶଧନକାରୀଙ୍କ ଅନୁମୋଦନ ଦରକାର । ୨୦୨୩ ସେପ୍ଟେମ୍ବର ୧୮ରେ ଟି ଭି ନରେନ୍ଦ୍ରନଙ୍କ ସିଇଓ ଓ ଏମ୍‌ଡି ଭାବେ ବର୍ତମାନର କାର୍ଯ୍ୟକାଳ ଶେଷ ହେଉଥିଲା ।

Share

Leave a Reply

Your email address will not be published. Required fields are marked *

12 + fifteen =