ନବୀନ ଗଠନ କଲେ 37 ଜଣିଆ ଇସ୍ତାହାର କମିଟି

ଭୁବନେଶ୍ୱର () ବିଜେଡି ସୁପ୍ରିମୋ ନବୀନ ପଟନାୟକ ଆଜି 2019 ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କରିଛନ୍ତି । 37 ଜଣିଆ ଇସ୍ତାହାର କମିଟିରେ ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲ ଅଧକ୍ଷ ଅଛନ୍ତି । ଆଜି ନବୀନ ପଟନାୟକ ଏହି କମିଟି ଗଠନର ଘୋଷଣା କରିଛନ୍ତି ।

ସଂସଦ ସୌମ୍ୟ ରଞ୍ଜନ ପଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଓ ମୁଖପାତ୍ର କସ୍ତୁରୀ ମହାପାତ୍ର କମିଟିର ଉପାଧ୍ୟକ୍ଷ ଅଛନ୍ତି ।

ସେହିପରି କମିଟିର ସଦସ୍ୟ ଭାବେ ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ସାଂସଦ ଭର୍ତ୍ତୃହରି ମହତାବ, ଡ. ଅଚ୍ୟୁତ ସାମନ୍ତ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସଂଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ସୁଦାମ ମାର୍ଣ୍ଡି, ରମେଶ ଚନ୍ଦ୍ର ମାଝୀ, ବିଜେଡି ନେତା ସୁବାସ ସିଂହ, ଡ. ମିନତି ବେହେରା, ଲୋପାମୁଦ୍ରା ବକ୍ସିପାତ୍ର, ନବ କିଶୋର ଦାସ,  ଦିଲ୍ଲୀପ ତିର୍କୀ, ସାଂସ୍କୃତିକ ସମନ୍ବୟ ସେଲ୍‍ର ଆବାହାକ ରବି ନାରାୟଣ ନନ୍ଦ, ଇଂ.ନଳିନୀକାନ୍ତ ପ୍ରଧାନ, ଆଇନଜୀବୀ ଅସୀମ ଅମିତାଭ ଦାସ, ମୁନ୍ନା ଖାନ୍‍, ଅନନ୍ତ ନାରାୟଣ ଜେନା, ଡ. ସସ୍ମିତ ପାତ୍ର, ଶ୍ରୀମୟୀ ମିଶ୍ର, ତେଜେଶ୍ବର ପରିଡା, ଚିନ୍ମୟ ସାହୁ, ଅମରେଶ ପତ୍ରି, ରାଣାପ୍ରତାପ ପାତ୍ର, ଏସ୍‍ଏଚ୍‍ଜି ଫେଡେରେସନ୍‍ ବଲାଙ୍ଗିର ସଭାନେତ୍ରୀ ସୁଜାତା ମିଶ୍ର, ସୁନ୍ଦରଗଡ଼ର ସରସ୍ବତୀ କିଷାନ, ମୟୂରଭଂଜର ବିଷ୍ଣୁପ୍ରିୟା ଦାସ, କଳାହାଣ୍ଡିର ପଙ୍କଜିନୀ ମଙ୍ଗରାଜ, କେନ୍ଦୁପତ୍ର ତୋଳାଳି ନେତ୍ରୀ ମାମିନା ନାୟକ, କୃଷକ ନେତା କିଶୋର ଦେବତା, ବିଜେଡି ଆଇଟି ସେଲ୍‍ ମୁଖ୍ୟ ଡ. ଅମର ପଟ୍ଟନାୟକ ପ୍ରମୁଖଙ୍କୁ ନିଯୁକ୍ତି ଦିଆଯାଇଛି ।

ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୩ତମ ଜୟନ୍ତୀରୁ ବିଜୁ ଜନତା ଦଳର ‘ଘରେ ଘରେ ଶଙ୍ଖ-ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’ କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ତୃଣମୂଳ ସ୍ତରରୁ ମହିଳା କାର୍ଯ୍ୟକର୍ତ୍ତାମାନେ ଘର ଘର ବୁଲି ମତାମତ ସଂଗ୍ରହ କରୁଛନ୍ତି । ଏହି ମତାମତ ଆଧାରରେ ବିଜୁ ଜନତା ଦଳ ତା’ର ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିବ ବୋଲି ନବ ଗଠିତ ଇସ୍ତାହାର କମିଟିକୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 2 =