ଏକା ଧର୍ମେନ୍ଦ୍ର ନୁହଁନ୍ତି, ଆହୁରି ଅନେକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି

ଭୁବନେଶ୍ୱର () ରାଜ୍ୟ ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବକୁ ନେଇ ଗତ 4 ବର୍ଷ ହେଲା ଚର୍ଚ୍ଚା ହେଉଛି । କେନ୍ଦ୍ରୀୟ ନେତୃତ୍ୱ ସହ ସୁସମ୍ପର୍କ ଯୋଗୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକପ୍ରକାର ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରତୀୟ ହେଉଥିଲେ । ଏପରିକି ରାଜ୍ୟ ଶାଖାରେ ତାଙ୍କର କିଛି ସମର୍ଥକ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ପ୍ରୋଜେକ୍ଟ କରୁଥିଲେ । ଆଜି କିନ୍ତୁ ଦଳର ଉପସଭାପତି ତଥା ବରିଷ୍ଠ ନେତା ପ୍ରତାପ ଷଢଙ୍ଗୀ ଏସମ୍ପର୍କରେ ଦେଇଥିବା ମନ୍ତବ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥଙ୍କୁ ଅଡୁଆରେ ପକାଇଦେଇଛି ।

ବିଜେପିରେ ଜଣେ ନୁହେଁ, ଅନେକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି । ସେମଧ୍ୟରୁ ଦଳ କ୍ଷମତାକୁ ଆସିଲେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନିଷ୍ପତି ନେବେ କେନ୍ଦ୍ରୀୟ ବୋର୍ଡ ବୋଲି ପ୍ରତାପ କହିଛନ୍ତି । ଏପରିକି ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ରଙ୍କୁ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା ପ୍ରସଙ୍ଗରେ ସେ କହିଛନ୍ତି ଯେ, ଜୁଏଲ ବାବୁଙ୍କୁ କିଏ କହିଥିବେ ସେ ଜାଣନ୍ତିନି । କିନ୍ତୁ ତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାବଦରେ କେହି କହିନାହାନ୍ତି ।

ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ର ନେତୃତ୍ୱ ଗତ କିଛି ବର୍ଷ ହେଲା ଗୁରୁତ୍ୱ ଦେଉଥିବା ବେଳେ, ରାଜ୍ୟ ବିଜେପିର ସେ ପ୍ରତକ୍ଷ୍ୟ ମଙ୍ଗ ଧରିଥିଲେ । ରାଜ୍ୟ ରାଜନୀତି ହେଉ କି ଦଳୀୟ ପ୍ରଶାସନ ସବୁଠି ତାଙ୍କର ଦବଦବା ରହୁଛି । କିନ୍ତୁ ଅପରାଜିତା ଷଢଙ୍ଗୀ ବିଜେପିରେ ଯୋଗଦେବା ପରେ ବୋଧହୁଏ ବିଜେପିର ନିର୍ଦ୍ଧିଷ୍ଟ କିଛି ନେତା ଟିକେ ଆତଙ୍କିତ ହୋଇଯାଇଛନ୍ତି । ଚର୍ଚ୍ଚା ହେଉଛି ଏହି ଆଶଙ୍କାରେ ଜୁଏଲ ଧର୍ମେନ୍ଦ୍ରଙ୍କୁ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିଦେଲେ । କିନ୍ତୁ ପ୍ରତାପଙ୍କ କହିବା ଅନୁଯାୟୀ ଦଳରେ କେବଳ ଧର୍ମେନ୍ଦ୍ର ଏକା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହନ୍ତି । ଆହୁରି ଅନେକ ଯୋଗ୍ୟ ନେତା ଅଛନ୍ତି । କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା କେନ୍ଦ୍ର ନେତୃତ୍ୱ ଉପରେ ନିର୍ଭର କରେ ।

Share

Leave a Reply

Your email address will not be published. Required fields are marked *

15 + 15 =