ପଶ୍ଚିମ ଓଡିଶାରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବାରେ ଟିପିଡବ୍ଲୁଓଡିଏଲ୍‌ର ସଫଳତା

  • ଟିପିଡବ୍ଲୁ୍‌ଓଡିଏଲ୍‌ର ସ୍ଥାପନା ଟାଟା ପାୱାର୍ ପାଇଁ ଏକ ନୂଆ ମାଇଲ୍‌ଖୁଂଟ
  • ନେଟୱର୍କକୁ ଅଧିକ ଭରସାଯୋଗ୍ୟ ଓ ସୁରକ୍ଷିତ କରାଯାଇଛି
  • ଡିଜିଟାଲ୍ ରୂପାନ୍ତରଣକୁ ଆଗକୁ ବଢ଼ାଇବାରେ ମିଳିଛି ସଫଳତା

ସମ୍ବଲପୁର (): ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ ବିତରଣ ଲାଗି ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁ୍‌ଓଡିଏଲ୍‌) ପକ୍ଷରୁ ଆଜି ସଫଳ ପରିଚାଳନାର ପ୍ରଥମ ବର୍ଷ ପୂର୍ତୀ ପାଳନ କରାଯାଇଛି । ଟିପିଡବ୍ଲୁ୍‌ଓଡିଏଲ୍ ଗଠନ ହେବା ପରଠାରୁ ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ ବିତରଣ ଭିତିଭୂମିରେ ଉନ୍ନତି ଆଣିବା ଓ ଏହାର ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ଲାଗି ନିବେଶ ଜାରି ରଖିଛି ।

ଟିପିଡବ୍ଲୁଓଡିଏଲ୍ ବର୍ତମାନ ୪୮,୩୭୩ ବର୍ଗ କିମି ଅଂଚଳରେ ବ୍ୟାପ୍ତ ରାଜ୍ୟର ୩୦ଟି ରାଜସ୍ୱ ଜିଲ୍ଲା ମଧ୍ୟରୁ ୯ଟି ଜିଲ୍ଲାର ବ୍ୟାପକ ବିତରଣ ଅଂଚଳରେ ଓ ୨୧ ଲକ୍ଷ ପଞ୍ଜୀକୃତ ଗ୍ରାହକ ସଂଖ୍ୟାକୁ ନେଇ ୮୮ ଲକ୍ଷ ଜନସଂଖ୍ୟାକୁ ସେବା ପ୍ରଦାନ କରୁଛି । ସମଗ୍ର ବିତରଣ ଅଂଚଳକୁ ୫ଟି ସର୍କଲ୍‌, ୧୭ଟି ଡିଭିଜନ୍‌, ୫୭ଟି ସବ୍ ଡିଭିଜନ୍ ଓ ୨୦୨ଟି ଇଲେକ୍ଟ୍ରିକାଲ୍ ସେକ୍ସନ୍ ଅଫିସ୍ ରେ ବିଭାଜନ କରାଯାଇଛି । ଗତ ଏକ ବର୍ଷରେ ଟିପଡବ୍ଲୁଓଡିଏଲ୍ ପକ୍ଷରୁ ବିତରଣ ଭିତିଭୂମିକୁ ସୁଦୃଢ଼ କରିବା, ନୂଆ ପ୍ରଯୁକ୍ତି ଗ୍ରହଣ କରିବା ଏବଂ ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଏହାର ସେବାଗୁଡ଼ିକର ଡିଜିଟାଲ୍‌କରଣ କରିବା ଲାଗି ବହୁ ପଦକ୍ଷେପ ହାତକୁ ନିଆଯାଇଛି ।

ବିତରଣ ଭିତିଭୂମିକୁ ସୁଦୃଢ଼ କରିବା ଲାଗି ନେଟୱର୍କରେ ଉନ୍ନତି ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ୨୦୨୧ରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ୧୧ କେଭି ଓ ୩୩ କେଭି ଫିଡର୍‌ରେ ଟ୍ରିପିଂକୁ ୩୦% ଓ ଅଣ ସଂଯୋଜିତ ଟ୍ରିପିଂକୁ ୭୩% ହ୍ରାସ କରିଛି । କଂପାନି ପକ୍ଷରୁ ଜନ ବହୁଳ ଅଂଚଳରେ ୧୦୦୦ ରୁ ଅଧିକ ମାଧ୍ୟମିକ (ଇଟଂରମେଡିଏଟ୍‌) ଖୁଂଟ ଓ ୩୦୦ ଟ୍ରାନ୍ସଫରମର୍ ସ୍ଥାପନ କରାଯାଇଛି ଏବଂ ଗତ ଛଅ ମାସରେ ପ୍ରାୟ ୫ ଲକ୍ଷ ତ୍ରୁଟିପୂର୍ଣ୍ଣ ମିଟର୍‌କୁ ବଦଳାଇ ଦିଆଯାଇଛି । ଏହି ଡିସ୍‌କମ୍ ହାତୀ କରିଡର୍‌ରେ କାର୍ଯ୍ୟକୁ ତ୍ୱରାନ୍ୱିତ କରି ହାତୀ ଚଳପ୍ରଚଳ ପାଇଁ ଚିହ୍ନଟ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସେକ୍ସନ୍‌ଗୁଡ଼ିକ ମଧ୍ୟରୁ ୫୯ଟି ସେକ୍ସନ୍‌ରେ ଅତି ଉଚ୍ଚ ଖୁଂଟ (୨୪୦୦ ଖୁଂଟ) ସ୍ଥାପନ କରାଯାଇଛି । ଭରସାଯୋଗ୍ୟ ସୂଚକାଙ୍କରେ ଉନ୍ନତି ଆଣିବା ଲାଗି କଂପାନି ପକ୍ଷରୁ ସଫଳତାର ସହିତ ସୁପର୍‌ଭାଇଜରି କଂଟ୍ରୋଲ୍ ଆଣ୍ଡ୍ ଡାଟା ଆକ୍ୟୁଜିସନ୍ ସିଷ୍ଟମ୍ (ସ୍କାଡା) ଓ ଆଡଭାନ୍ସଡ୍ ଡିଷ୍ଟ୍ରିବ୍ୟୁସନ୍ ମ୍ୟାନେଜ୍‌ମେଂଟ୍ ସିଷ୍ଟମ୍ (ଏଡିଏମ୍‌ଏସ୍‌) ଭଳି ବିଭିନ୍ନ ପ୍ରଯୁକ୍ତି ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି । ଏହି ସମୟରେ କଂପାନି ୭୨୩୩ ଏଲ୍‌ଆଇ ସଂଯୋଗ ଜାରି କରିଛି । ସୁରକ୍ଷା ପାଇଁ ଏହା ୨୮୬ ବିତରଣ ଟ୍ରାନ୍ସଫର୍‌ମର୍ ରେ ବାଡ଼ ଦେଇଛି । ଉତମ କାର୍ଯ୍ୟ ପରିବେଶ ପ୍ରଦାନ କରିବା ଲାଗି ଏହା କର୍ପୋରେଟ୍ କାର୍ଯ୍ୟାଳୟ ଓ ସର୍କଲ୍ ଅଫିସ୍ ଗୁଡ଼ିକର ମରାମତି କରିଛି । ବ୍ୟବସାୟ ସହଯୋଗୀମାନଙ୍କ ପ୍ରଶିକ୍ଷଣ ଲାଗି ସମସ୍ତ ପାଂଚଟି ସର୍କଲ୍‌ରେ ୩୩କେଭି / ୧୧ କେଭି ପ୍ରାକ୍ଟିସ୍ ୟାର୍ଡ ଓ ଇଞ୍ଜିନିୟର୍ ମାନେ ଆରାମ ରେ କାମ କରିବା ପାଇଁ ୪୦୦ ୱାର୍କଷ୍ଟେସନ୍ ସୃଷ୍ଟି କରାଯାଇଛି ।

ନିଜ ନେଟ୍‌ୱର୍କ କୁ ସୁଦୃଢ଼ କରିବା ଲାଗି ଟିପିଡବ୍ଲୁ୍‌ଓଡିଏଲ୍ ପକ୍ଷରୁ ବହୁ ପ୍ରଯୁକ୍ତି ଭିତିକ ନବସୃଜନ ଗ୍ରହଣ କରାଯାଇଛି । ଡିସକମ୍ ପକ୍ଷରୁ ଅନେକ ଡିଟିଆର୍ ଓ ପିଟିଆର୍ ର ଉନ୍ନତୀକରଣ କରାଯାଇଛି । ରିମୋଟ୍ ପରିଚାଳନା ପାଇଁ ମାଇକ୍ରୋ ସ୍କାଡା ସହିତ ଏହା ୪୦ ଓଡିଏସ୍‌ଏସ୍‌ପି ପିଏସ୍‌ଏସ୍ ଗ୍ରିଡ୍‌ର ପରୀକ୍ଷଣ କରିଛି । ରାଉରକେଲା ସର୍କଲ୍‌ରେ ଏଟଂରପ୍ରାଇଜ୍ ଜିଆଇଏସ୍ ପାଇଁ କଂପାନି ପରୀକ୍ଷଣ ଆରମ୍ଭ କରିସାରିଛି । ନେଟ୍‌ୱର୍କ ରକ୍ଷଣାବେକ୍ଷଣ, ସଂଗ୍ରହ, ଉପକରଣ ପରିଚାଳନା, ମିଟର ରିଡିଂ ଓ ବିଲିଂ ପ୍ରକ୍ରିୟାର ଏହା ଡିଜିଟାଲ୍‌କରଣ କରିଛି । ଏହା ବୃହତ ଆଇଟି ଭିତିଭୂମି ସ୍ଥାପନ କରିଛି ଏବଂ ବୁର୍ଲାରେ ଏକ ଡାଟା ସେଂଟର ସୃଷ୍ଟି କରିଛି ।

ଟାଟା ପାୱାର୍ ସଭାପତି-ଟିଆଣ୍ଡ୍‌ଡି, ସଂଜୟ ବାଙ୍ଗା କହିଛନ୍ତି ଯେ, “୨୦୨୧ରେ ଟିପିଡବ୍ଲୁଓଡିଏଲ୍ ଟିମ୍ ଅନେକ ଆହ୍ୱାନ୍‌କୁ ସାମ୍ନା କରିବା ସତ୍ୱେ ସମସ୍ତ ପ୍ରକାର କ୍ଷେତ୍ର ଯଥା ନେଟ୍‌ୱର୍କରେ ଉନ୍ନତି, ଗ୍ରାହକଙ୍କ ସୁବିଧା, ପ୍ରଯୁକ୍ତି, ସୁରକ୍ଷା ଓ କର୍ମଚାରୀ ସମ୍ପର୍କ ଆଦିରେ ଆମେ ପ୍ରଗତି ପରିଲକ୍ଷିତ କରିଛୁ । ନେଟୱର୍କକୁ ଅଧିକ ଭରସାଯୋଗ୍ୟ ଓ ସୁରକ୍ଷିତ କରିବା ଲାଗି ଟିମ୍ ପକ୍ଷରୁ ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଯୁକ୍ତିରେ ଉନ୍ନତି ସହିତ ଏହି ଗ୍ରାହକ କୈନ୍ଦ୍ରୀକ ଅଭିଯାନଗୁଡ଼ିକ ଟିପିଡବ୍ଲୁଓଡିଏଲ୍ ପାଇଁ ପରବର୍ତୀ ଅଭିବୃଦ୍ଧି ଆଣିବ ଯାହା ଓଡ଼ିଶାର ରୂପାନ୍ତରଣ ଓ ଅଭିବୃଦ୍ଧି ଯାତ୍ରାର ନେତୃତ୍ୱ ନେବ । ଆଗାମୀ ଦିନରେ, ଏକ ୨୪ଞ୍ଚ୭ ଭରସାଯୋଗ୍ୟ ନେଟ୍‌ୱର୍କ ଗଠନ କରିବା ଲାଗି ଓଡ଼ିଶାର ଗୋଷ୍ଠୀ ଓ ଗ୍ରାହକଙ୍କ ସହ ଯୋଡ଼ି ହେବା ଲାଗି ଆମେ ଆମର ଉଦ୍ୟମ ଜାରି ରଖିବୁ । ଏହି ଅବସରରେ ମୁଁ ଆମର ସହଯୋଗୀ-ଓଡ଼ିଶା ସରକାରଙ୍କୁ ନିରନ୍ତର ସହାୟତା ଓ ମାର୍ଗଦର୍ଶନ ପାଇଁ ଏବଂ ଓଡ଼ିଶାର ଲୋକମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।’’

ନିରବଚ୍ଛିନ୍ନ ଗ୍ରାହକ ଅନୁଭୂତି ପ୍ରଦାନ କରିବା ଲାଗି ରହିଥିବା ପ୍ରତିବଦ୍ଧତା ଅନୁସାରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ନେଟ୍‌ୱର୍କ ରକ୍ଷଣାବେକ୍ଷଣ, ସଂଗ୍ରହ, ଉପକରଣ ପରିଚାଳନା, ମିଟର୍ ରିଡିଂ ଓ ବିଲିଂ ଆଦିର ଡିଜିଟାଲ୍‌କରଣ କରାଯାଇଛି । ଏହା ସମ୍ବଲପୁରରେ ୨୪ଞ୍ଚ୭ ଗ୍ରାହକ ସେବା ଓ ଇ-କେୟାର୍ କେନ୍ଦ୍ର ସ୍ଥାପନ କରିବା ସହ ଗ୍ରାହକମାନଙ୍କୁ ସାହାଯ୍ୟ କରିବା ଲାଗି ଦେୟମୁକ୍ତ ହେଲପ୍‌ଲାଇନ୍ ନମ୍ବର ଜାରି କରିଛି । ମୋବାଇଲ୍ ଆପ୍ ଓ ଗୋ ଡିଜିଟାଲ୍ ରିୱାର୍ଡସ୍ ଜରିଆରେ ବସ୍ତି ପୁଞ୍ଜ (କ୍ଲଷ୍ଟର୍‌)ରେ ଅନଲାଇନ୍ ବିଲ୍ ପେମେଂଟ୍ ପାଇଁ ବିଭିିନ୍ନ ପଦକ୍ଷେପ ଗ୍ରହଣ କରିଛି । ଏହି ଡିସକମ୍ ପକ୍ଷରୁ ଜନ ସେବା କେନ୍ଦ୍ର (୬୮୦୦), ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍‌ଏଚ୍‌ଜି) ସହିତ ସହଯୋଗିତା ସ୍ଥାପନ କରି ଗ୍ରାହକଙ୍କୁ ସହାୟତା ଲାଗି ଅଧିକ ଉପାୟ ସୃଷ୍ଟି କରାଯାଇଛି । ଇମେଲ୍‌, ଅନ୍ୟାନ୍ୟ ସୋସିଆଲ୍ ମିଡିଆ ଓ ଡିଜିଟାଲ୍ ମିଡିଆ ଜରିଆରେ ଆସୁଥିବା ସମସ୍ତ ଅଭିଯୋଗର ତ୍ୱରିତ ସମାଧାନକୁ ଏହା ନିଶ୍ଚିତ କରୁଛି ।

ଶ୍ରୀଯୁକ୍ତ ଗଜାନନ୍ କାଲେ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପି ୱେଷ୍ଟର୍ଣ୍ଣର୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ କହିଛନ୍ତି ଯେ, “ଟିପିଡବ୍ଲୁଓଡିଏଲ୍ ରେ ଆମମାନଙ୍କ ପାଇଁ ଏହା ଆହ୍ୱାନ୍ ଓ ନିରନ୍ତର ଶିକ୍ଷାର ଏକ ବର୍ଷ ଥିଲା । ଡିଜିଟାଲ୍ ରୂପାନ୍ତରଣକୁ ଆଗକୁ ବଢ଼ାଇବା ଲାଗି ଆମେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଥିଲୁ ଏବଂ ନିଶ୍ଚିତ କରିଥିଲୁ ଯେ ଆମ ଗ୍ରାହକମାନେ ସବୁଠୁୁ କମ୍ ବିଦ୍ୟୁତ୍ ଜନିତ ସମସ୍ୟା ସାମ୍ନା କରିବେ । ସେବାର ମାନ ଓ ସେବାର ସ୍ତରରେ ଉନ୍ନତି ଲାଗି ବ୍ୟବସାୟର ପ୍ରତିଟି ବିଷୟରେ ଆମେ ପଦକ୍ଷେପ ଗ୍ରହଣ କରିଥିଲୁ । ତାହା ଭିତିଭୂମି ଉନ୍ନତିକରଣ ହେଉ, ଗ୍ରାହକଙ୍କ ପାଇଁ ସ୍କିମ୍ ହେଉ କିମ୍ବା କର୍ମଚାରୀଙ୍କ ସନ୍ତୁଷ୍ଟି । ପରିଚାଳନାରେ ଆମର ୩୬୦ଂ ଦର୍ଶନ ସହିତ ଆଶାକୁ ପୂରଣ କରିବା ଲାଗି ଆମେ କୌଣସି ପଦକ୍ଷେପ ହାତ ଛଡ଼ା କରିନାହୁଁ । ପଶ୍ଚିମ ଓଡ଼ିଶାରେ ଏକ ସୁସ୍ଥକର ଓ ଭରସାଯୋଗ୍ୟ ନେଟ୍‌ୱର୍କ ସୃଷ୍ଠି କରିବା ଲାଗି ଆଗାମୀ ଦିନରେ ଆମେ ପ୍ରଯୁକ୍ତିର ଲାଭ ବ୍ୟବହାର କରିବା ଜାରି ରଖିବୁ ।’’

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବହୁ କର୍ମଚାରୀ କୈନ୍ଦ୍ରୀକ ପଦକ୍ଷେପ ଗ୍ରହଣ କରାଯାଇଥିଲା ଯେଉଁଥିରେ ୩୦୦୦ ବ୍ୟବସାୟ ସହଯୋଗୀଙ୍କ ଶିକ୍ଷା ଓ ବିକାଶ ସାମିଲ ଥିଲା । ଏହା ୨୮୦ କର୍ମଚାରୀଙ୍କୁ ପଦୋନ୍ନତି ଦେଇଛି, କର୍ମଚାରୀମାନଙ୍କ ଲାଗି ଉଚ୍ଚ ଶିକ୍ଷାର ସୁଯୋଗ ପ୍ରଦାନ କରିବା ସମେତ ଟାଟା ମୂଲ୍ୟବୋଧ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି ଯେଉଁଥିରେ ସମସ୍ତ କର୍ମଚାରୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସୁରକ୍ଷା, ମୂଲ୍ୟବୋଧ ଓ ସରକାରୀ ବୈଧାନିକ ବିଧିବ୍ୟବସ୍ଥାକୁ ପାଳନ କରିବା ଉପରେ ପ୍ରଶିକ୍ଷଣ ହାସଲ କରିଛନ୍ତି । ଉଚ୍ଚତାରେ ରହି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଲାଗି ଏହା ଏକ ଉଚ୍ଚ ପ୍ଲାଟଫର୍ମ ବିକଶିତ କରିଛି ଏବଂ ଏକ ପ୍ରଶିକ୍ଷଣ ୟାର୍ଡ ସୃଷ୍ଟି କରି କର୍ମଚାରୀମାନଙ୍କୁ କ୍ଷେତ୍ର ଭିତିକ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ବାଉଁଶ ଢ଼ାଂଚାରେ କୌଣସି ସିଭିଲ୍ କାର୍ଯ୍ୟ ନକରିବାକୁ ଏହା ନିଶ୍ଚିତ କରିଛି । ପରିବର୍ତନକୁ ଗ୍ରହଣ କରିବା ଲାଗି କଂପାନି ପକ୍ଷରୁ “ପରିବର୍ତନ ରୁ ପ୍ରଗତି’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କର୍ମଚାରୀମାନଙ୍କ ଲାଗି ଏକ ସୁରକ୍ଷିତ କର୍ମ କ୍ଷେତ୍ର ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଏହା ପିଓଏସ୍‌ଏଚ୍ କମିଟି ଗଠନ କରିଛି । ସଂସ୍ଥା ପାଇଁ ୩୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିବା କର୍ମଚାରୀମାନଙ୍କୁ ଅବସର ଗ୍ରହଣ ଦିନ ସେମାନଙ୍କ ନାର୍ଯ୍ୟ ପ୍ରାପ୍ୟ ପ୍ରଦାନ କରି ଏହି ଡିସ୍‌କମ୍ କର୍ମଚାରୀମାନଙ୍କୁ ସମ୍ମାନିତ କରିଛି । ପ୍ରାକୃତିକ / ମନୁଷ୍ୟକୃତ ବିପର୍ଯ୍ୟୟର ମୁକାବିଲା ଲାଗି ଟିପିଡବ୍ଲୁ୍‌ଓଡିଏଲ୍‌ର ଏକ ଦୃଢ଼ “ବିଜନେସ୍ କଂଟିନୁଇଟି ଆଣ୍ଡ୍ ଡିଜାଷ୍ଟର୍ ମ୍ୟାନେଜ୍‌ମେଂଟ୍ ପ୍ଲାନ୍ (ବିସିଡିଏମ୍‌ପି) ରହିଛି ।

ଓଡ଼ିଶାର ଲୋକମାନଙ୍କ ଅଭିବୃଦ୍ଧି ପ୍ରତି ପ୍ରତିବଦ୍ଧତା ସ୍ୱରୂପ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଏହାର ଉଦ୍ୟମରେ ବିଭିନ୍ନ ଗୋଷ୍ଠୀ ଗଠନ ଅଭିଯାନ ଗ୍ରହଣ କରାଯାଇଛି । କୋଭିଡ୍ ୧୯ ମହାମାରୀ ସମୟରେ କର୍ମଚାରୀମାନଙ୍କ ଲାଗି ଏକ ସୁରକ୍ଷିତ କର୍ମ କ୍ଷେତ୍ର ନିଶ୍ଚିତ କରିବା ପାଇଁ ଏହା ପ୍ରତ୍ୟକ୍ଷ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସରକାରୀ ହସ୍ପିଟାଲ୍‌କୁ ଅକ୍ସିଜେନ୍ କନ୍‌ସେନ୍‌ଟ୍ରେଟର୍ ଯୋଗାଇଛି ଏବଂ କର୍ମଚାରୀ ଏବଂ ସାହାଯ୍ୟ ଦରକାର କରୁଥିବା ଲୋକମାନଙ୍କୁ ସୁରକ୍ଷା ୟୁନିଫର୍ମ ଓ ପିପିଇ କିଟ୍ ପ୍ରଦାନ କରିଛି । କାଗଜ ବ୍ୟବହାରକୁ ହ୍ରାସ କରି କଂପାନି “ଡୁ ଗ୍ରିନ୍‌’ ସଂସ୍କୃତି କାର୍ଯ୍ୟକାରୀ କରିଛି । ଆଗାମୀ ଦିନରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଭବାନୀପାଟଣା, ବୁର୍ଲା ଓ ଅନ୍ୟାନ୍ୟ ସ୍ଥାନରେ ଉପେକ୍ଷିତ ବର୍ଗଙ୍କ ପାଇଁ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା ରଖାଯାଇଛି । ଟିପିଡବ୍ଲୁ୍‌ଓଡିଏଲ୍‌ର ସ୍ଥାପନା ଓଡ଼ିଶାରେ ଟାଟା ପାୱାର୍ ପାଇଁ ଏକ ନୂଆ ମାଇଲ୍‌ଖୁଂଟ ସ୍ଥାପନ କରିଛି । ରାଜ୍ୟ ପାଇଁ ଏକ ଦୃଢ଼ ବିଦ୍ୟୁତ୍ ବିତରଣ ବ୍ୟବସାୟ ସୃଷ୍ଟି କରିବା ଉପରେ କଂପାନି ଏବେ ଗୁରୁତ୍ୱାରୋପ କରିଛି ।

Share

Leave a Reply

Your email address will not be published. Required fields are marked *

11 − 5 =