ହୋନାସାର ଦ୍ୱିତୀୟ ବ୍ରାଣ୍ଡ୍ ଭାବେ ଦି ଡର୍ମା କୋର ମାସିକ ୩୦ କୋଟି ରାଜସ୍ୱ ହାସଲ

ଭୁବନେଶ୍ୱର: ହୋନାସା କଂଜ୍ୟୁମର ଲିମିଟେଡ୍ ପକ୍ଷରୁ ୨୦୨୦ରେ ଶୁଭାରମ୍ଭ କରାଯାଇଥିବା ସ୍କିନ୍‌କେୟାର ବ୍ରାଣ୍ଡ୍ ଦି ଡର୍ମା କୋର ମାସିକ ରାଜସ୍ୱ ୩୦ କୋଟି ଟଙ୍କା ହୋଇଛି । ବଜାରକୁ ଆସିିବାର ୪୧ ମାସ ଭିତରେ ଏଭଳି ସଫଳତା ହାସଲ କରିଥିବା ଦି ଡର୍ମା କୋ କଂପାନିର ପ୍ରମୁଖ ବ୍ରାଣ୍ଡ୍ ମାମାଆର୍ଥକୁ ଅତିକ୍ରମ କରିପାରିଛି । ଏହି ସଫଳତା ହେଉଛି କଂପାନିର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ।
ବିଭିନ୍ନ ପ୍ରକାର ଚର୍ମ ସଦସ୍ୟା ଯଥା ବ୍ରଣ, ବ୍ରଣ ଚିହ୍ନ, ବୟସାଧିକ ଦେଖାଯିବା, କେଶ ଝଡ଼ିବା, ରୁପି ଆଦିର ସମାଧାନ କରିବା ଲାଗି ଆକ୍ଟିଭ୍ ଉପକରଣକୁ ବ୍ୟବହାର କରି କେଶ ଓ ଚର୍ମର ଯତ୍ନ ପାଇଁ ଦି ଡର୍ମା କୋ ବ୍ରାଣ୍ଡ୍‌କୁ ପ୍ରସ୍‌ତୁତ କରାଯାଇଛି । ଡିଜିଟାଲ୍ ଓ ରିଟେଲ୍ ଟଚ୍‌ପଏଂଟ୍ ଜରିଆରେ କଂପାନି ଏହାକୁ ଗ୍ରାହକମାନଙ୍କ ନିକଟରେ ପହଂଚାଉଛି । ଚର୍ମରୋମ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷଣ ହୋଇଥିବା ଦି ଡର୍ମା କୋ ଆକ୍ଟିଭ୍ ଉପକରଣକୁ ନେଇ ସୁରକ୍ଷିତ ମିଶ୍ରଣ ସହ ବୈଜ୍ଞାନିକ ପଦ୍ଧତି ବିଭିନ୍ନ ଉତ୍ପାଦ ସୃଷ୍ଟି କରିଛି ଯାହା ଗ୍ରାହକଙ୍କ ଚର୍ମଯତ୍ନ ସମସ୍ୟାକୁ ଦୂର କରୁଛି ।
“ଆକ୍ଟିଭ୍ ଉପକରଣଭିତିକ ଚର୍ମଯତ୍ନ ବର୍ଗକୁ ସାର୍ବଜନୀନ କରିବା ସହିତ ଗ୍ରାହକଙ୍କ ନିକଟରେ ତାହାକୁ ସହଜରେ ପହଂଚାଇବା ଲକ୍ଷ୍ୟ ନେଇ ଦି ଡର୍ମା କୋର ପରିକଳ୍ପନା କରାଯାଇଛି । ଗ୍ରାହକମାନଙ୍କ ଚର୍ମ ସମସ୍ୟାର ସମାଧାନ କରିବା ଲାଗି ଆକ୍ଟିଭ୍ ଉପକରଣକୁ ବ୍ୟବହାର କରି ସୁରକ୍ଷିତ ମିଶ୍ରଣରେ କ୍ଲିନିକାଲ ପରୀକ୍ଷଣ ଉତ୍ପାଦ ପ୍ରସ୍ତୁତ କରାଯାଇଛି । ମାମାଆର୍ଥର ଯାତ୍ରାରୁ ଯେଉଁ ଶିକ୍ଷା ମିଳିଥିଲା ତାହାକୁ ଆମେ ଆମର ଦ୍ୱିତୀୟ ବ୍ରାଣ୍ଡ୍ ଲାଗି ପ୍ରୟୋଗ କରିଥିଲୁ । କାର୍ଯ୍ୟକାରୀତା ପର୍ଯ୍ୟାୟରେ ଆମେ ଜାଣିପାରିଥିଲୁ ଯେ ଆମ ପ୍ରତିଷ୍ଠା କରିଥିବା ପଦ୍ଧତି ଦ୍ୱାରା ମାମାଆର୍ଥ ତୁଳନାରେ ମାଇଲଖୁଂଟରେ ଶୀଘ୍ର ପହଂଚିବାରେ ସହାୟକ ହୋଇପାରିଛି । ଦି ଡର୍ମା କୋ ହାସଲ କରିଥିବା ମାଇଲଖୁଂଟ ଆମ ପଦ୍ଧତି ଉପରେ ଆମ ବିଶ୍ୱସକୁ ଦୋହରାଇଛି ଏବଂ ଆମେ ହୋନାସା କୁଜ୍ୟଂମର୍‌ର ବ୍ରାଣ୍ଡ୍ ପୋର୍ଟଫୋଲିଓରେ ଥିବା ଉତ୍ପାଦଗୁଡ଼ିକରେ ସେହି ଶିକ୍ଷାକୁ ବ୍ୟବହାର କରିବୁ ବୋଲି ହୋନାସା କଂଜ୍ୟୁମର ଲିମିଟେଡ୍‌ର ସହ-ପ୍ରତିଷ୍ଠାତା, ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବରୁଣ ଅଲଘ କହିଛନ୍ତି ।’’
ଦି ଡର୍ମା କୋ ବ୍ରାଣ୍ଡ୍ ହେଉଛି ବିଜ୍ଞାନ ଓ ଆକ୍ଟିଭ୍ ଉପକରଣ ପର୍ଯ୍ୟବେସିତ ଏକ ବ୍ରାଣ୍ଡ୍ ଏବଂ ଏହା “ୟଙ୍ଗ ସାଇଂଟିଷ୍ଟ୍‌’ ଅଭିଯାନ ଜରିଆରେ ଅନଗ୍ରସର ପିଲାମାନଙ୍କୁ ବିଜ୍ଞାନ ଶିକ୍ଷା ପ୍ରଦାନ କରିବାରେ ସହାୟକ ହେଉଛି ଯେଉଁଠାରେ ଗ୍ରାମାଚଂଳର ପିଲାମାନଙ୍କ ପାଖରେ ବିଜ୍ଞାନ ଶିକ୍ଷା ପହଂଚିପାରିଛି ।

Share

Leave a Reply

Your email address will not be published. Required fields are marked *

one × four =