ସୋନି ପକ୍ଷରୁ ନୂଆ ଜେଡ୍‌ଭି-୧-୨ ଅଲ୍‌ଟ୍ରା ୱାଇଡ୍ ଆଙ୍ଗେଲ୍ ଜୁମ୍ ଭ୍ଲଗିଂ କ୍ୟାମେରାର ଉନ୍ମୋଚିତ

ଭୁବନେଶ୍ୱର: ସୋନି ପକ୍ଷରୁ ଭ୍ଲଗ୍ କ୍ୟାମେରା ସିରିଜ୍‌ରେ ଜେଡ୍‌ଭି-୧ର ସମ୍ପୂର୍ଣ୍ଣ ନୂଆ ଦ୍ୱିତୀୟ ପିଢ଼ିର ଜେଡ୍‌ଭି-୧-୨ କ୍ୟାମେରାକୁ ଉନ୍ମୋଚନ କରାଯାଇଛି । ଯେଉଁଥିରେ ବଜାରରେ ଲୋକପ୍ରିୟ ଥିବା ଅନେକ ସୁବିଧା ଉପଲବ୍ଧ କରାଯାଇଛି । ଏଥିରେ ଅତ୍ୟଧିକ ଚଉଡ଼ା ଆଙ୍ଗେଲ ରହିଛି, ଯାହା ଭ୍ଲଗରମାନଙ୍କୁ କାହାଣୀକୁ ମର୍ମସ୍ପର୍ଶୀ କରିବା ଏବଂ ଫଟୋଜେନିକ୍ ମାନ ବଢ଼ାଇବାରେ ସହାୟକ ହେବ ।
ଏହାର ୧.୦ ପ୍ରକାରର ଏକ୍ସମର୍ ଆର୍‌ଏସ୍ ଇମେଜ୍ ସେନ୍‌ସନ୍‌, ବିଆଇଓଏନ୍‌ଜେଡ୍ ଏ୍‌ସ ଇମେଜ୍ ପ୍ରୋସେସିଂ ଇଞ୍ଜିନ, ଜେଡ୍‌ଇଆଇଏସ୍‌ଏସ୍ ଭାରିଓ-ସୋନାର ଟିମ୍ ୧୮-୫୦ ଏଫ୍ ୧.୮-୪ ଲେନ୍ସକୁ ନେଇ ଜେଡ୍‌ଭି-୧-୨ କ୍ରିଏଟରମାନଙ୍କୁ ଅନେକ ସୁବିଧା ସୁଯୋଗ ପ୍ରଦାନ କରିବ । ଏହାର ୧୮-୫୦ଏମ୍‌ଏମ୍ ଚଉଡ଼ା ଆଙ୍ଗେଲ୍ ଜରିଆରେ ଗ୍ରୁପ୍ ସେଲ୍‌ଫିଠାରୁ ଆରମ୍ଭ କରି ନିତିଦିନିଆ ଦୃଶ୍ୟର ରେକର୍ଡିଂ, ଏକାଧିକ ଚେହେରାକୁ ଚିହ୍ନିପାରିବା ଏବଂ ଦୁଇ କିମ୍ବା ତିନି ଜଣଙ୍କ ସେଲ୍‌ଫି ନେବା ବେଳେ ମୁଖମଣ୍ଡଳକୁ ସ୍ପଷ୍ଟ କରାଯାଇପାରିବ ।
ଏହି କ୍ୟାମେରାର ୧୮-୫୦ ଏମ୍‌ଏମ୍ ଅପ୍ଟିକାଲ୍ ଜୁମ୍ ଓ କ୍ଲିୟର ଇମେଜ୍ ଜୁମ୍ ଛବିର ମାନ ସହିତ କୌଣସି ସାଲିସ ନକରି ତାହାର ଆକାର ବଢ଼ାଇପାରିବ ଏବଂ ବିଭିନ୍ନ କୋଣରୁ ବିବିଧ ପ୍ରକାର ଭିଡିଓ ପ୍ରସ୍ତୁତ କରିପାରିବ । ବୁକେ ସ୍ୱିଚ୍ ସହିତ ଏହାର ୧.୦ ଟାଇପ୍ ସେନ୍‌ସର, ସିନେମାଟିକ୍ ଭ୍ଲଗ୍ ସେଟିଂ ମଧ୍ୟ ଭ୍ଲଗରଙ୍କ ବହୁତ କାମରେ ଲାଗିବ ।
୧୦ ପ୍ରି-ସେଟ୍ ହୋଇଥିବା ଲୁକ୍‌କୁ ସମର୍ଥନ କରୁଥିବା କ୍ରିଏଟିଭ୍ ଲୁକ୍‌କୁ କ୍ରିଏଟିଭ୍ କାମ କରିବାକୁ ପସନ୍ଦ କରୁଥିବା ଭ୍ଲଗରଙ୍କୁ ସହାୟକ ହେବ । ସାର୍ପ ହାଇବ୍ରିଡ୍ ଏଏଫ୍ ସିଷ୍ଟ୍ ଜରିଆରେ ଏହି କ୍ୟାମେରା ହାଇ ଡେଫିନେସନ୍ ୪କେରେ ମଧ୍ୟ ଛବିକୁ ସ୍ପଷ୍ଟ ରଖିବ । ଭିଡିଓ ରେକର୍ଡିଂ ବେଳେ ଫୋକସ୍ ସ୍ପିଡ୍‌କୁ ଚୟନ କରିବା ଲାଗି କ୍ୟାମେରାରେ ଏଏଫ୍ ଟ୍ରାଞ୍ଜିସନ୍ ସ୍ପିଡ୍ ସୁବିଧା ରହିଛି ଏବଂ ଏଏଫ୍ ସବ୍‌ଜେଷ୍ଟ୍ ସିଫ୍‌ଟ ସେନ୍‌ସିଭିଟି ବିଷୟ ଓ ପରିବେଶ ଉପରେ ନଜର ରଖିବ । ଏଥିରେ ରିଅଲ ଟାଇମ୍ ଏଏଫ୍ ମଧ୍ୟ ରହିଛି ।
କ୍ୟାମେରାରେ ଥିବା ବିଲ୍‌ଡ ଇନ୍ ମାଇକ୍ରୋଫୋନ୍ ଜରିଆରେ ବ୍ୟାଖ୍ୟାନର ସୁଟିଯ କରାଯାଇପାରିବ । ଏଥିରେ ଥିବା ୱିଣ୍ଡ୍‌କସ୍‌୍ରିନ୍ ବାହାରେ ସୁଟିଂ ବେଳେ ସ୍ପଷ୍ଟ ସ୍ୱରକୁ ବଜାୟ ରଖିବାରେ ସହାୟକ ହେବ । ମଲ୍‌ଟି ଇଟଂରଫେସ୍ ସୁ ଓ ୩.୫ ଏମ୍‌ଏମ୍ ମାଇକ୍ରୋଫୋନ୍ ଜ୍ୟାକ୍‌ରେ ସହଜରେ ବାହ୍ୟ ମାଇକ୍ରୋଫୋନ୍‌କୁ ଯୋଡ଼ାଯାଇପାରିବ । ଫେସ୍ ପ୍ରାୟରିଟି ଏଆଇ ଓ ସଫ୍ଟ ସ୍କିନ୍ ଇଫେକ୍ଟ, ପ୍ରଡକ୍ଟ ସୋକେସ୍ ସେଟିଂ ଓ ଏସ୍‌ଆଣ୍ଡ୍‌କ୍ୟୁ ସୁଟ୍ ମୋଡ୍ ଓ ବିଲ୍‌ଟ ଇନ୍ ଏନ୍‌ଡି ଫିଲ୍‌ଟର ଭଳି ସୁବିଧା ଏଥିରେ ରହିଛି ।
ଏହାର ମୂଲ୍ୟ ୮୬,୯୯୦ ଟଙ୍କା ହୋଇଥିବା ବେଳେ ୨୫ ସେପ୍ଟେମ୍ବର ୨୦୨୩ ରୁ ଏହା ବିକ୍ରି ପାଇଁ ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

8 − seven =