ଟିପିଏସ୍ଓଡିଏଲରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

• ନୂତନ ବିଜୁଳି ସଂଯୋଗ, ମିଟରିଂ ଓ ବିଲିଂ ପ୍ରସଙ୍ଗରେ ମାସ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ
• ଗ୍ରାମୀଣ ଉପଭୋକ୍ତାଙ୍କ ପାଇଁ ପଞ୍ଚାୟତସ୍ତରରେ ‘ଜାଗରଣ ଶିବିର’
ବ୍ରହ୍ମପୁର: ଟିପିଏସ୍ଓଡିଏଲ୍ (ଓଡ଼ିଶା ସରକାର ଓ ଟାଟା ପାୱାରଙ୍କ ଏକ ଯୌଥ ଉଦ୍ୟୋଗ) ପକ୍ଷରୁ ଅକ୍ଟୋବର ୩୦ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ସଚେତନତା ସପ୍ତାହର ଥିମ୍ ରହିଛି – “ଦୁର୍ନୀତିକୁ ନା’ କୁହନ୍ତୁ , ଦେଶ ପ୍ରତି ପ୍ରତିବଦ୍ଧ ରୁହନ୍ତୁ” । ସୋମବାର ବ୍ରହ୍ମପୁରସ୍ଥିତ ଟିପିଏସ୍ଓଡିଏଲର ମୁଖ୍ୟାଳୟରେ ଏହି ସଚେତନତା ସପ୍ତାହର ଆନୁଷ୍ଠାନିକ ଉଦଘାଟନ ହୋଇଛି । ଏହି ଅବସରରେ କମ୍ପାନୀର କର୍ମଚାରୀମାନେ ନୈତିକ କାର୍ଯ୍ୟଶୈଳୀକୁ ଆପଣାଇବା ସହ ଲାଞ୍ଚକୁ ପ୍ରତ୍ୟାଖ୍ୟାନ କରିବା, ସ୍ୱଚ୍ଛ ତଥା ଉତ୍ତରଦାୟୀ ପ୍ରଶାସନିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରତିଜ୍ଞା ନେଇଛନ୍ତି । ଏହିପରି କରି, କର୍ମଚାରୀମାନେ ଦୁର୍ନୀତିମୁକ୍ତ ଭବିଷ୍ୟତ ଗଠନ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଦେଖାଇଛନ୍ତି ।
ଏହି ଦୁର୍ନୀତି ନିବାରଣ ସପ୍ତାହକୁ ପାଳନ କରିବା ପାଇଁ କମ୍ପାନୀ ମାସ ବ୍ୟାପି କାର୍ଯ୍ୟକ୍ରମ ଯୋଜନା କରିଛି । ଏହି କ୍ରମରେ ଦୁର୍ନୀତି ନିବାରଣ ପାଇଁ ଆବଶ୍ୟକୀୟ ତଦନ୍ତ ପଦ୍ଧତି ସମ୍ପର୍କିତ ଏକ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ସମସ୍ତ ସର୍କଲ ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ । ଏହାସହ ୧୦ଟି ଗ୍ରାମପଞ୍ଚାୟତରେ ‘ଜାଗରଣ ଶିବିର’ ଅନୁଷ୍ଠିତ ହେବ । ଏହି ଶିବିର ମାଧ୍ୟମରେ ଉପଭୋକ୍ତା ତଥା ସାଧାରଣ ଲୋକଙ୍କୁ ସ୍ୱୀକୃତିପ୍ରାପ୍ତ ଓ ଅଣସ୍ୱୀକୃତିପ୍ରାପ୍ତ ବିଦ୍ୟୁତ ଦେୟ ପୈଠ ମାଧ୍ୟମ ସମ୍ପର୍କରେ ସଚେତନ କରାଯିବ । ଏହାସହ ନୂତନ ବିଜୁଳି ସଂଯୋଗ, ମିଟରିଂ ଓ ବିଲିଂ ଭଳି ପ୍ରସଙ୍ଗରେ ମଧ୍ୟ ସୂଚନା ଦିଆଯିବ ।
କେଉଁ କେଉଁ ମାଧ୍ୟମକୁ ବ୍ୟବହାର କରି ଉପଭୋକ୍ତାମାନେ ବିଜୁଳି ସେବା ସମ୍ପର୍କିତ ଅଭିଯୋଗ ଦାଖଲ କରିପାରିବେ ସେନେଇ ସଚେତନ ବାର୍ତ୍ତା ପହଞ୍ଚାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଅଟେ। କମ୍ପାନୀର ନିଶୁଲ୍କ ନମ୍ବର- ୧୯୧୨ କିମ୍ବା ୧୮୦୦-୩୪୫-୬୭୯୭ରେ ଯୋଗାଯୋଗ କରି ଅଭିଯୋଗ ଦାଖଲ କରାଯାଇପାରିବ । ସେହିଭଳି [email protected]ରେ ମେଲ୍ କିମ୍ବା ୯୭୭୭୯୭୭୬୨୦ ନମ୍ବରରେ ହ୍ଵାଟ୍ସଆପ ଯୋଗେ ଉପଭୋକ୍ତାମାନେ ଅଭିଯୋଗ ଦାଖଲ କରିପାରିବେ ।
ଟିପିଏସ୍ଓଡିଏଲ୍ ଏହି ସଚେତନ ସପ୍ତାହକୁ ମାସ ବ୍ୟାପୀ ପାଳନ କରିବାକୁ ଯୋଜନା କରିଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଦୁର୍ନୀତି ନିବାରଣ ବାର୍ତ୍ତାକୁ ପ୍ଲା-କାର୍ଡ୍ସ, ବ୍ୟାନର ଓ ଡିଜିଟାଲ ବାର୍ତ୍ତାଯୁକ୍ତ ଭ୍ୟାନ୍ ଯୋଗେ ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରାଯିବ । ଏହାସହ ଦୁର୍ନୀତି ନିବାରଣ ପ୍ରସଙ୍ଗରେ ପ୍ରବନ୍ଧ ଓ ପୋଷ୍ଟର ପ୍ରତିଯୋଗିତା ସମେତ ସଚେତନତା ଅଧିବେଶନମାନ ଆୟୋଜିତ ହେବ।
ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ କହିଛନ୍ତି, ” ତୃଣମୂଳ ସ୍ତରରୁ ଦୁର୍ନୀତି ନିବାରଣ ନେଇ କମ୍ପାନୀ ନିଜର ପ୍ରତିବଦ୍ଧତା ଦେଖାଉଛି । “ଦୁର୍ନୀତିକୁ ନା’ କୁହନ୍ତୁ , ଦେଶ ପ୍ରତି ପ୍ରତିବଦ୍ଧ ରୁହନ୍ତୁ”;ଏହି ଥିମ୍ କୁ ଅଗ୍ରାଧିକାର ଦେଇ ଆମେ ନୈତିକ କାର୍ଯ୍ୟଶୈଳୀକୁ ଆପଣାଇବା ସହ ଲାଞ୍ଚକୁ ପ୍ରତ୍ୟାଖ୍ୟାନ କରିବା, ସ୍ୱଚ୍ଛ ତଥା ଉତ୍ତରଦାୟୀ ପ୍ରଶାସନିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଦିଗରେ ସମସ୍ତଙ୍କୁ ପ୍ରୋତ୍ସାହିତ କରୁଛୁ । ”
ଟିପିଏସ୍ଓଡିଏଲ୍ ଦୁର୍ନୀତି ବିରୋଧୀ ଲଢ଼େଇ, ସ୍ୱଚ୍ଛତା ଆଧାରରେ କାର୍ଯ୍ୟ ସମ୍ପାଦନ, ନୈତିକତାକୁ ପ୍ରୋତ୍ସାହନ ତଥା ଦକ୍ଷିଣ ଓଡ଼ିଶାର ଦୁର୍ନୀତିମୁକ୍ତ ଭବିଷ୍ୟତକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ ସମ୍ପାଦନ କରୁଛି ।

Share

Leave a Reply

Your email address will not be published. Required fields are marked *

twenty − one =