ଦିଲ୍ଲୀରେ ସ୍ଥିତି ଅସମ୍ଭାଳ

ବାୟୁ  ପ୍ରଦୁଷଣ  ପାଇଁ ଦିଲ୍ଲୀବାସୀ ଏବେ ଚିନ୍ତାରେ ପଡ଼ିଛନ୍ତି । ସାଧାରଣ ଜୀବନ ଜିଇଁବା ଏବେ କଷ୍ଟକର ହୋଇପଡ଼ିଛି । ଦୀପାବଳିପର ଠାରୁ ବାୟୁ  ପ୍ରଦୁଷଣର ମାତ୍ରା ଅଧିକ ହୋଇ ପଡ଼ିଛି ଯେ ଲୋକମାନେ ଘରେ ରହି ମଧ୍ୟ ମାସ୍କ ଲଗାଇବାକୁ ବାଧ୍ୟ ହେଉଛନ୍ତି । ଯାହାଫଳରେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । 

ଏହା ସହିତ କୋର୍ଟ ଆଜି ଶୁଣାଣିରେ ସରକାରଙ୍କୁ ଏହି ବିପଦରୁ ବର୍ତ୍ତିବା ପାଇଁ ଦରକାର ପଡ଼ିଲେ ଦୁଇ, ତିନି ଦିନ ଲକଡ଼ାଉନ୍ କରିବା ପାଇଁ ମଧ୍ୟ କହିଛନ୍ତ  । ଯାହାଫଳରେ ବାୟୁ ମଣ୍ଡଳରେ ପ୍ରଦୁଷଣର ମାତ୍ରା କିଛି ପରିମାଣ ରେ କମିପାରିବ । 

ଏହି ସମୟରେ ପ୍ରଧାନ ବିଚାରପତି ଏନ୍‌.ବି ରମଣା କହିଥିଲେ, ଯେ ଏହି ପ୍ରଦୁଷଣ ପାଇଁ ନିକଟରେ ବାଣ ଫୁଟାଇବା,ଯାନବାହାନରୁ ବାହାରୁ ଥିବା ଧୁଆଁ ଓ ଧୁଳି ମୁଖ୍ୟତଃ ଦାୟୀ  ତେଣୁ ଏଥିପାଇଁ ଆମକୁ ସଙ୍ଗେ ସଙ୍ଗେ କିଛି ନିଷ୍ପତି ନେବାକୁ ପଡ଼ିବ । ଯଦି ସମ୍ଭବ ହେଉଛି ଲକଡ଼ାଉନ୍ ଜାରୀ କରାଯାଉ ଯାହାଫଳରେ ଏହାକୁ କିଛି ପରିମାଣରେ କମିଯାଇ ପାରିବ । ତେବେ ସୁପ୍ରିମକୋର୍ଟରେ ପରବର୍ତୀ ଶୁଣାଣିକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଯାଇଛି । କେନ୍ଦ୍ର ଓ ଅନ୍ୟ ରାଜ୍ୟମାନଙ୍କରେ ପ୍ରଦୁଷଣର ମାତ୍ରା କମ୍ କରିବାକୁ ନିଆଯାଇଥିବା ନିଷ୍ପତି ଜଣାଇବାକୁ କୁହାଯାଇଛି ।

ସୁଚନାଯୋଗ୍ୟ, କରୋନା ଗାଇଡ଼ଲାଇନ୍ ପରେ ସ୍କୁଲ ଖୋଲିଥିବା ବେଳେ ଛୋଟ ପିଲାମାନେ ମଧ୍ୟ ଏହା ଦ୍ୱାରା ଅଧିକ ଶିକାର ହେଉଛନ୍ତି । ବାୟୁ ପ୍ରଦୁଷଣ,କରୋନା ,ଡ଼େଙ୍ଗୁ ମଧ୍ୟ ରେ ଏହା ଏକ ବଡ଼ ସମସ୍ୟ ସୃଷ୍ଟି ହୋଇଛି ।

Share

Leave a Reply

Your email address will not be published. Required fields are marked *

one × five =