ୱି ପକ୍ଷରୁ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୩ରେ ଅଭିନବ ପ୍ରଯୁକ୍ତି ସମାଧାନ ପ୍ରଦର୍ଶିତ

ଭୁବନେଶ୍ୱର: ନୂଆଦିଲ୍ଲୀର ପ୍ରଗତି ମଇଦାନରେ ୨୦୨୩ ଅକ୍ଟୋବର ୨୭ରୁ ୨୯ ପଯ୍ୟନ୍ତ ଅନୁଷ୍ଠିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୩ରେ ଦେଶର ଅଗ୍ରଣୀ ଟେଲିକମ୍ କଂପାନି ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ୱି) ପକ୍ଷରୁ ଅଭିନବ ସମାଧାନ ଉପସ୍ଥାପନ କରାଯାଇଛି । ସହଯୋଗିତା ଓ ବିଭିନ୍ନ ସଂସ୍ଥା ସହ ମିଶି ଲୋକମାନଙ୍କ ଜୀବନକୁ ଉନ୍ନତ କରିବା ଲାଗି କଂପାନି ପରବର୍ତୀ ପିଢ଼ିର ପ୍ରଯୁକ୍ତି ଓ ୫ଜି ନେଟ୍‌ୱର୍କକୁ ପ୍ରଦର୍ଶନ କରିିଛି ।
ଆଇଏମ୍‌ସି ୨୦୨୩କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବା ସହ ୱି ଷ୍ଟଲ୍ ପରିଦର୍ଶନ କରିଥିଲେ । ଉତମ ଜୀବନ ପାଇଁ ନବସୃଜନ ବିଷୟବସ୍ତୁ ଉପରେ ଷ୍ଟଲ୍ ସ୍ଥାପନ କରାଯାଇଥିଲା । ପବ୍ଲିକ୍ ଗୁଡ୍‌ସ ଓ ସଂଚାର ଶକ୍ତି ପ୍ରଯୁକ୍ତିକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ ।
ପବ୍ଲିକ୍ ଗୁଡ୍‌ସ ପାଇଁ ଅଭିନବ ପ୍ରଯୁକ୍ତି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାଣିଥିଲେ । ଉତରପ୍ରଦେଶର ବାରାଣାସୀରେ ୱି ଫାଉଣ୍ଡେସନର କାର୍ଯ୍ୟକ୍ରମ ଦ୍ୱାରା ଜୀବନଜୀବିକା, ଶିକ୍ଷା ଓ ଆର୍ଥିକ ସାକ୍ଷରତାରେ ହୋଇଥିବା ଉନ୍ନତିକୁ ସେ ଜାଣିଥିଲେ । ଗୁରୁଶାଳା, ଯାଦୁ ଗିନି କା ଓ ସ୍ମାର୍ଟଏଗ୍ରି ପ୍ରକଳ୍ପ ଦ୍ୱାରା ଉତରପ୍ରଦେଶରେ ୧୩.୫ଲକ୍ଷ୍ୟ ରୁ ଅଧିକ ଲୋକ ଓ ସାରା ଭାରତରେ ୨ କୋଟି ଲୋକ ଉପକୃତ ହୋଇଛନ୍ତି ।
ଭାରତର ପ୍ରଥମ ଉନ୍ନତ ଆଇଓଟି ସମାଧାନ ସଂଚାର ଶକ୍ତିକୁ ମଧ୍ୟ ପ୍ରଧାନମନ୍ତ୍ରୀ ଜାଣିଥିଲେ ଯାହା ଦେଶର ବନ୍ଦରକୁ ସ୍ମାର୍ଟ, କନେକ୍ଟେଡ୍ ଓ ବିଶ୍ୱସ୍ତରୀୟ କରିବ । ଫ୍ରେଟ୍ ଟାଇଗର ଓ ରୋଡକାଷ୍ଟ ନାମକ ଦୁଇଟି ଷ୍ଟାର୍ଟଅପ୍ ସହଯୋଗରେ ଏହାକୁ ବିକାଶ କରାଯାଇଛି ଯାହା ପ୍ରଧାନମନ୍ତ୍ରୀଙ୍କ ମହତ୍ୱକାଂକ୍ଷୀ ଗତି ଶକ୍ତି ପ୍ରକଳ୍ପର ଲକ୍ଷ୍ୟକୁ ସାକାର କରିବ ।
ଭୋଡାଫୋନ୍ ଆଇଡିଆର ସିଇଓ ଅକ୍ଷୟ ମୁନ୍ଦ୍ରା କହିଛନ୍ତି ଯେ, “ପରବର୍ତୀ ପିଢ଼ିର ପ୍ରଯୁକ୍ତି ସହ ପରବର୍ତୀ ଅଭିବୃଦ୍ଧି ଲାଗି ୱି ପ୍ରସ୍ତୁତ ହୋଇଛି ଯାହା ବିଭିନ୍ନ କ୍ଷେତ୍ରକୁ ସୀମାହୀନ ଡିଜିଟାଲ ନବସୃଜନ ସମାଧାନ ପ୍ରଦାନ କରିବ ଓ ଦୁନିଆକୁ ଏକ କନେକ୍ଟେଡ୍ ଦୁନିଆରେ ପରିଣତ କରିବ । ଗ୍ରାହକ ଅନୁଭୂତିରେ ଉଲ୍ଲେଖନୀୟ ପରିବର୍ତନ ଆଣିବା, ପରିଚାଳନା ଦକ୍ଷତା ବଢ଼ାଇବା ଏବଂ ଆମ ସହଯୋଗୀ ଓ ଗ୍ରାହକମାନଙ୍କ ବ୍ୟବସାୟ ପ୍ରଦର୍ଶନରେ ଉନ୍ନତି ଆଣିବା ଉପରେ ଆମର ବିଶ୍ୱାସ ରହିଛି ଯାହା ଭାରତୀୟ ଡିଜିଟାଲ ଅର୍ଥନୀତିକୁ ସକାରାତ୍ମକ ଭାବେ ପ୍ରଭାବିତ କରିବ ।’’
ଆଇଏମ୍‌ସି ୨୦୨୩ରେ ୱି ପକ୍ଷରୁ ୱି ସି-ଡଟ୍ ଆଇଓଟି ଲ୍ୟାବ୍‌, ରେଡି ଫର ନେକ୍ସଟ୍‌, ଭବିଷ୍ୟତର ସଂଯୋଗ, କେୟାରଗେମ୍ ସହଯୋଗରେ କ୍ଲାଉଡ୍ ଗେମିଂ, ଡେଲଏଟ୍ ସହଯୋଗରେ ଭିଆର ଲର୍ଣ୍ଣିଂ, ଆଇବି କ୍ରିକେଟ୍ ଓ ୟୁଡିଜ୍ ସହଯୋଗରେ ଭିଆର୍ ଗେମିଂ ଏବଂ ୱି ଏୟାର ଫାଇବର ଭଳି ପ୍ରଯୁକ୍ତିକୁ ପ୍ରଦର୍ଶିତ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

nine + 17 =