ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ବନ୍ଦ

ଭୁବନେଶ୍ୱର: ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ବନ୍ଦ । ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ ।ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି | ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଗତକାଲି ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି ।

ଏପରି ସ୍ଥିତିରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଫଲାଇନ୍ ପାଠପଢା ଜାରି ରହିଲେ କୋଭିଡ୍ ସଂକ୍ରମଣ ବ୍ୟାପିବାର ଭୟ ରହୁଛି । ତେଣୁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ,କଲେଜ ପ୍ରିନ୍ସିପାଲଙ୍କ ସହିତ ଆଲୋଚନା କରି ପରବର୍ତ୍ତୀ ସ୍ଥିତିରେ ପରୀକ୍ଷା ନେଇ ଆଲୋଚନା ହେବ । ଅଫଲାଇନ୍ ପରିବର୍ତ୍ତେ ଅନଲାଇନରେ ଛାତ୍ରଛାତ୍ରୀଙ୍କ ପାଠପଢା ଜାରି ରହିବ । ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୁପକ୍ଷ ଅଧା କର୍ମଚାରୀଙ୍କୁ ନେଇ କାମ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ଜଣାଇଦେଇଛି ।

Share

Leave a Reply

Your email address will not be published. Required fields are marked *

two × 5 =