ଜାଣନ୍ତୁ ୬୧ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର ()ଗତକାଲି ବାଲେଶ୍ୱରର ନିଳିଆବାଗଠାରେ ଜଣେ ୫୮ବର୍ଷିୟ ବୃଦ୍ଧଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ବର୍ତ୍ତମାନ ତାଙ୍କର ଗସ୍ତ ବିବରଣୀ ସମ୍ପର୍କରେ ଜଣାପଡ଼ିଛି । ଆକ୍ରାନ୍ତ ଜଣକ ମାର୍ଚ୍ଚ୧୩ତାରିଖ ଦିନ ଝାଡ଼ଖଣ୍ଡ ଯାଇଥିଲେ ଏବଂ ସେହିଦିନ ହିଁ ଫେରିଥିଲେ । ପରେ ତାଙ୍କୁ ଜ୍ୱର ହୋଇଥିବାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କ ନିଜ ସ୍କୁଟିରେ ଏପ୍ରିଲ ୮ତାରିଖ ଦିନ ଯାଇଥିଲେ । ପୁଣିଥରେ ତାଙ୍କର ଜ୍ୱର ଭଲ ନହେବାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୩ତାରିଖରେ ଯିବା ପରେ ସେଠାରେ ତାଙ୍କୁ ଏସସିବି, ଏମସିଏଚ ଓ କଟକ ମେଡ଼ିକାଲକୁ ରେଫର କରାଯାଇଥିଲା । ପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଘରକୁ ଫେରିଥିଲେ ଏବଂ ଘରୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ଏକ ଭଡ଼ା ଗାଡ଼ିରେ ଯାଇଥିଲେ । ୧୪ତାରିଖ ଦିନ ଆପୋଲୋ ହସ୍ପିଟାଲ କ୍ୟାପିଟାଲ ହସ୍ପିଟାଲକୁ ରେଫର କରିଥିଲା । କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରର କିମ୍ସ କୋଭିଡ ଼ହସ୍ପିଟାଲକୁ ପଠାଇଥିଲା । ସେ ସେହି ହସ୍ପିଟାଲରେ ୧୪ତାରିଖରୁ ୧୬ତାରିଖ ଯାଏ ଁ ଚିକିତ୍ସିତ ହେଲେ ଏବଂ ସେହିଦିନ ତାଙ୍କୁ ଡିସଚାର୍ଯ କରାଗଲା । ପୁଣି ସେହି ୧୬ତାରିଖ ଦିନ ଏମ୍ସରେ ସେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା । ପରେ ୧୮ତାରିଖ ଦିନ ତାଙ୍କ ନୁମନା ରିପୋଟ ପଜିଟିଭ୍ ଆସିଥିଲା ।

Share

Leave a Reply

Your email address will not be published. Required fields are marked *

2 + 11 =