ସୀମାନ୍ତ ୧୦ ଜିଲ୍ଲାରେ ଶନିବାର ଓ ରବିବାର ଟିକାକରଣ ବନ୍ଦ

ଭୁବନେଶ୍ବର: ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସଟ୍ ଡାଉନ୍ ହେବ ସେଠି ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ। ରାଜ୍ୟରେ ଟିକାକରଣ ଚାଲିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ଗୁରୁବାର ୧୦୫୦ କେନ୍ଦ୍ରରେ ୧ ଲକ୍ଷ ୫୪ ହଜାର ୩୩୦ ଜଣ ଟିକା ନେଇଛନ୍ତି । ଶୁକ୍ରବାର ଯାଏଁ ସମୁଦାୟ ୪୮ ଲକ୍ଷ ୧୦ ହଜାର ୭୮୦ ଜଣ ଟିକା ନେଇଛନ୍ତି ।ସେହିଭଳି ମ୍ୟୁନିସିପାଲ କମିଶନରଙ୍କୁ ଟିକାକରଣ ବନ୍ଦ ନେଇ ଚିଠି ଲେଖି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଶୁକ୍ରବାର ୭ଶହ କେନ୍ଦ୍ରରେ ଚାଲିଛି ଟିକାକରଣ । ଶୁକ୍ରବାର ଆହୁରି ୩ ଲକ୍ଷ କୋଭିସିଲ୍ଡ ଟିକା ଆସିବ। ଏହା ଆସନ୍ତା ୨ ଦିନ ପାଇଁ କାମରେ ଆସିବ । ଟିକା ପାଇବା ପରେ ଆଜି ହିଁ ସବୁ ଜିଲ୍ଲାକୁ ପଠାଯିବ। ୧୦ ଜିଲ୍ଲାର ସହରାଚଂଳରେ ଆସନ୍ତାକାଲିଠୁ ସପ୍ତାହନ୍ତ ସଟଡାଉନ୍ ଲାଗୁ ହେବାକୁ ଯାଉଛି । ଏହି ଦିନରେ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଟିକାକରଣ ବନ୍ଦ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 2 =