ଆକ୍ସିସ୍ ବ୍ୟାଙ୍କ ଫାଉଣ୍ଡେସନ ପକ୍ଷରୁ ୟୁଥ୍‌୪ଜବ୍‌ସ ସହଯୋଗିତାରେ ଏକ ଦଶନ୍ଧିରେ ୨୪,୦୦୦ରୁ ଅଧିକ ଦିବ୍ୟାଙ୍ଗ ଯୁବପିଢ଼ି ପାଇଁ କର୍ମ ସୁଯୋଗ ସୃଷ୍ଟି

ଭୁବନେଶ୍ୱର: ଆକ୍ସିସ୍ ବ୍ୟାଙ୍କ ଫାଉଣ୍ଡେସନ (ଏବିଏଫ୍‌) ଭାରତର ଅର୍ଧ ସହରାଚଂଳ ଓ ଗ୍ରାମାଚଂଳରେ ବାସ କରୁଥିବା ଦିବ୍ୟାଙ୍ଗ ଯୁବକଯୁବତୀମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଦଶନ୍ଧୀର ଉତ୍ସର୍ଗୀକୃତ ମନୋଭାବକୁ ପାଦଳନ କରୁଛି । ୟୁଥ୍‌୪ଜବ୍‌ସ ସହଯୋଗିତାରେ ଫାଉଣ୍ଡେସନ ପକ୍ଷରୁ ୨୪ ହଜାରରୁ ଅଧିକ ଦିବ୍ୟାଙ୍ଗ (ଭିନ୍ନକ୍ଷମ) ଯୁବକଯୁବତୀଙ୍କୁ ତାଲିମ ଓ ନିଯୁକ୍ତି ସୁଯୋଗ ପ୍ରଦାନ କରି ସ୍ଥାୟୀ ଜୀବନଜୀବିକା ସୁଯୋଗ ଯୋଗାଇ ଦିଆଯାଇଛି । କଥା କହିବା ଓ ଶୁଣିବାରେ ସମସ୍ୟା ଥିବା, ଚଳପ୍ରଚଳରେ ସମସ୍ୟା ଥିବା ଏବଂ ଅଳ୍ପ ଦୃଷ୍ଟି ଶକ୍ତି ଭଳି ସମସ୍ୟା ଥିବା ଭିନ୍ନକ୍ଷମମାନଙ୍କୁ ଫାଉଣ୍ଡେସନର ଏହି ଅଭିଯାନ ସଶକ୍ତ କରିଛି । ୟୁଥ୍‌୪ଜବ୍‌ସ ସହଯୋଗିତାରେ ଫାଉଣ୍ଡେସନର ଏହି କାର୍ଯ୍ୟକ୍ରମରେ ୬୦% ପ୍ଲେସ୍‌ମେଂଟ୍ ସଫଳତା ହାର ହାସଲ କରାଯାଇଛି ।
ଏହି ସହଯୋଗିତାରେ ସ୍ଥାୟୀ ଜୀବନଜୀବିକା କାର୍ଯ୍ୟକ୍ରମକୁ ଦର୍ଶାଉଛି ଯାହା ବ୍ୟାପକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ନିଯୁକ୍ତି ସୁଯୋଗ ହାସଲ କରିବା ପାଇଁ ଯୁବପିଢ଼ିଙ୍କୁ ସହାୟତା ପ୍ରଦାନ କରୁଛି । ଏହି ସହବନ୍ଧନରେ ୱାର୍କ ଇଂଟିଗ୍ରେଟେଡ୍ ସଫ୍ଟ ସ୍କିଲ୍‌ସ ଆଣ୍ଡ୍ ଇଂଲିଶ (ୱାଇଜ)) କାର୍ଯ୍ୟକ୍ରମ ବିକାଶ କରାଯାଇଛି ଯେଉଁଥିରେ ଦକ୍ଷତା, ବିକାଶସ ଏବଂ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୁରକ୍ଷିତ କରିବା ଲାଗି ଯୁବବର୍ଗଙ୍କୁ ସଂଗ୍ରହ କରାଯାଉଛି । ଏହି କାର୍ଯ୍ୟକ୍ରମ ରିଟେଲ୍‌, ଇ-କମର୍ସ, ଆଇଟି, ଆତିଥେୟତା, ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ର ଲାଗି ପ୍ରବେଶ ପଥ ଭାବେ କାର୍ଯ୍ୟ କରୁଛି । ବ୍ୟାପକ ତାଲିମ ପ୍ରଦାନ କରିବା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ସଠିକ୍ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରାଯାଉଛି ।
ଗତ ୧୦ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମର ନିଯୁକ୍ତି ପ୍ରକ୍ରିୟାରେ ମୋଟ ୯୫୮ ନିଯୁକ୍ତିଦାତା ସାମିଲ ହୋଇ ତାଲିମ ହାସଲ କରିଥିବା ୨୪,୦୦୦ରୁ ଅଧିକ ଭିନ୍ନକ୍ଷମମାନଙ୍କ ମଧ୍ୟରୁ ୧୫,୪୬୬ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ରିଟେଲ, ଆଇଟି, ଆତିଥେୟତା ଭଳି ପ୍ରମୁଖ କ୍ଷେତ୍ରର କଂପାନି ଯଥା ଆମାଜନ, ଇନଫୋସିସ, ଜିଓ, କେଏଫସି, ରିଲାଏନ୍ସ, ସପର୍ସ ଷ୍ଟଫ, ଜୋମାଟୋ, ଆକ୍ସେଚଂର ଭଳି ସଂସ୍ଥାରେ ସେମାନଙ୍କୁ ନିଯୁକ୍ତି ମିଳିଛି । ୮୬୦ କର୍ମଶାଳା ଜରିଆରେ ୪୭୨ କଂପାନି ଅନ୍ତର୍ଭୁକ୍ତୀକରଣର ଗୁରୁତ୍ୱ ବିଷୟରେ ଅବଗତ କରିଛନ୍ତି । ଏହି କାର୍ଯ୍ୟକ୍ରମ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୨୨ଟି କେନ୍ଦ୍ରରେ ଚାଲିଛି । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ଅଂଶଗ୍ରହଣକାରୀମାନଙ୍କ ଆୟରେ ୧୯୫ ପ୍ରତିଶତ ବୃଦ୍ଧି ଘଟିଛି ।
ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କ ଫାଉଣ୍ଡେସନର ସିଇଓ ଧ୍ରୁବୀ ଶାହ କହିଛନ୍ତି ଯେ, “ୟୁଥ୍ ଫର ଜବ୍‌ସ ଫାଉଣ୍ଡେସନ ସହିତ ଆମର ଦଶନ୍ଧି ଲମ୍ବା ସହଯୋଗିତାରେ ଆମେ ଅନ୍ତର୍ଭୁକ୍ତୀକରଣକୁ ନେଇ ଏକ ମିଳିତ ବିଶ୍ୱାସ ରହିଛି । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଦକ୍ଷତା ଓ ବିଶ୍ୱାସ ପ୍ରଦାନ କରି କର୍ମ କ୍ଷେତ୍ରରେ ପ୍ରବେଶ ଓ ଅନୁଭୂତି ହାସଲ କରି ଅନ୍ତର୍ଭୁକ୍ତୀକରଣକୁ ବ୍ୟାପକ କରିବା ନିମନ୍ତେ ସଫଳ ତାଲିମ ପାଇଁ ଆମେ ମିଳିତ ଦୃଢ଼ତାକୁ ଉପଯୋଗ କରୁଛୁ । ପ୍ରତି ସଫଳ କାହାଣୀ ଏବଂ ଆମେ ସଶକ୍ତ କରିଥିବା ପ୍ରତିଟି ବ୍ୟକ୍ତି ଆଗାମୀ ଦିନରେ ଥିବା ଅସୀମିତ ସମ୍ଭାବନା ଏବଂ ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।”

Share

Leave a Reply

Your email address will not be published. Required fields are marked *

1 + six =