ଟାଟା ପାୱାର ର ଡିସକମ୍ ପକ୍ଷରୁ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ “ମାଇଁ ଓଡ଼ିଶା, ଇଣ୍ଡିଆଜ୍ ପ୍ରାଇଡ୍‌’ର ଶୁଭାରମ୍ଭ

ଚିତ୍ରକଳା, ସ୍କେଚିଂ ଓ ଲେଖା ଜରିଆରେ ନିଜ ସଂସ୍କୃତି ପ୍ରତି ଗର୍ବ ଓ ଭଲ ପାଇବା ପ୍ରକାଶ କରିବା ପାଇଁ ଏହି ପ୍ରତିଯୋଗତାରେ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଇଛି

ବିଜେତାମାନେ ୫୨,୦୦୦ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଜିତିବା ସୁଯୋଗ ପାଇବେ

୨୦୨୪ ଜାନୁଆରି ୧୪ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟାଟା ପାୱାରର ଡିସକମ୍‌ଗୁଡ଼ିକ ପକ୍ଷରୁ ‘ମାଇଁ ଓଡ଼ିଶା, ଇଣ୍ଡିଆଜ୍ ପ୍ରାଇଡ୍‌’ ଅଭିଯାନର ଶୁଭାରମ୍ଭ କରାଯାଇଛି । ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଯୁବ ପ୍ରତିଭାମାନଙ୍କୁ ସମୃଦ୍ଧ କରିବା ଏବଂ ସଂସ୍କୃତିକୁ ସୁଦୃଢ଼ କରିବା ଦିଗରେ କମ୍ପାନୀର ଏହି ପଦକ୍ଷେପ ବେଶ ଗୁରୁତ୍ୱପୂର୍ଣ୍ଣ ।
୮-୧୨ ବର୍ଷ ଏବଂ ୧୩-୧୬ ବର୍ଷର ପିଲାମାନଙ୍କ ମଧ୍ୟରେ ସୃଜନଶୀଳତାକୁ ଜାଗ୍ରତ କରିବା ଲକ୍ଷ୍ୟ ରଖି ଏହି ଅଭିଯାନରେ ପିଲାମାନଙ୍କୁ ଚିତ୍ରକଳା, ସ୍କେଚ ଏବଂ କବିତା, ପ୍ରବନ୍ଧ ଓ କାହାଣୀ ଭଳି ସାହିତ୍ୟିକ ଲେଖା ପଠାଇବା ପାଇଁ ଆହ୍ୱାନ ଦିଆଯାଇଛି । ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ୍ ଇନ୍ ଓଡ଼ିଶା’ ଅଭିଯାନ ସହ ଖାପଖାଉଛି ଯାହା ଶିକ୍ଷା ଓ ସଂସ୍କୃତି ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବ ।
ଛାତ୍ରଛାତ୍ରୀମାନେ ସେମାନଙ୍କ ଭିଡିଓ ଆବେଦନକୁ କବିତା, ପ୍ରବନ୍ଧ ଓ କାହାଣୀ ମାଧ୍ୟମରେ ପଠାଇପାରିବେ ।
୮-୧୨ ଏବଂ ୧୩-୧୬ ବୟସ ବର୍ଗରେ ପ୍ରଥମ ପୁରସ୍କାର ଭାବେ ଟ୍ରଫି, ସ୍ୱର୍ଣ୍ଣ ପଦକ ଓ ୨୦୦୦ ଟଙ୍କାର ଗିଫ୍ଟ ଭାଉଚର୍ ପ୍ରଦାନ କରାଯିବ । ସେହିପରି, ଦ୍ୱିତୀୟ ପୁରସ୍କାରରେ ରୌପ୍ୟ ପଦକ ଓ ୨୦୦୦ ଟଙ୍କାର ଗିଫ୍ଟ ଭାଉଚର୍ ଏବଂ ତୃତୀୟ ପୁରସ୍କାରରେ ତାମ୍ର ପଦକ ଓ ୨୦୦୦ ଟଙ୍କାର ଗିଫ୍ଟ ଭଉଚର ପ୍ରଦାନ କରାଯିବ । ଚୟନ କରାଯାଇଥିବା ଅନ୍ୟ ଶ୍ରେଷ୍ଠ ୨୦ ଜଣଙ୍କୁ ୨୦୦୦ ଟଙ୍କାର ଗିଫ୍ଟ ଭାଉଚର୍ ପ୍ରଦାନ କରାଯିବ । ସମସ୍ତ ଆବେଦନକାରୀଙ୍କୁ ଅଂଶଗ୍ରହଣ ସାର୍ଟିଫିକଟ ଦିଆଯିବ ।

ପ୍ରତିଯୋଗୀମାନେ ସେମାନଙ୍କ ଆବେଦନକୁ ସିଧାସଳଖ ‘ମାଇଁ ଓଡ଼ିଶା ଇଣ୍ଡିଆଜ୍ ପ୍ରାଇଡ୍‌’ ପ୍ରତିଯୋଗିତାରେ ନିଜର ନାମ, ବୟସ, ଫୋନ୍ ନମ୍ବରକୁ ଫାଇଲ୍ ନାମ ଭାବେ ଲେଖି (ଉଦାହରଣ ତୁହିନ ମହାପାତ୍ର-୦୯-୯୮୧୮ଞ୍ଚଞ୍ଚଞ୍ଚଞ୍ଚ) ଲେଖି ପଠାଇପାରିବେ ।
ଅନ୍ୟଥା ସେମାନେ ନିଜ ଆବେଦନକୁ ଅଂଶଗ୍ରହଣର ବର୍ଗ, ନାମ, ବୟସ, ମୋବାଇଲ୍ ନମ୍ବର ଓ ସହର ନାମ ଳେଖି କ୍ଟ୍ରଷକ୍ଟଗ୍ଧକ୍ଟମକ୍ଟଦ୍ଭଗ୍ଧରଗ୍ଦଗ୍ଧ.ଗ୍ଧକ୍ଟ୍ରକ୍ଟୟସଗ୍ଦଷବଅଗ୍ଧବଗ୍ଧବକ୍ଟ୍ରକ୍ଟଙ୍ଗରକ୍ସ.ମକ୍ଟଜ୍ଞ ରେ ଇମେଲ୍ କରିପାରିବେ ।
ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ସମ୍ମାନନୀୟ ବିଚାରକ ମଣ୍ଡଳୀ ଆବେଦନଗୁଡ଼ିକୁ ଅନୁଶୀଳନ କରିବେ ଏବଂ ଏକ ସମାରୋହରେ ବିଜେତାମାନଙ୍କ ନାମ ଘୋଷଣା କରାଯିବ ଯାହାଜରିଆରେ ପ୍ରାର୍ଥୀମାନଙ୍କ କଳାତ୍ମକ ଯୋଗଦାନକୁ ମାନ୍ୟତା ଏବଂ ପ୍ରଶଂସା କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସର୍ତାବଳୀ:
ଅଧିସୂଚନା: ଦାଖଲ ହୋଇଥିବା ଆବେଦନଗୁଡ଼ିକକୁ ନିଜ ଅନୁସାରେ ବ୍ୟବହାର କରିବାର ଅଧିକାର ଟାଟା ପାୱାର ପାଖରେ ରହିବ ।
ଓଡ଼ିଶାରେ ବିଦ୍ୟୁତ ବଂଟନର ଅଂଶ ଭାବେ ଟାଟା ପାୱାର ଓଡ଼ିଶା ସରକାରଙ୍କ ସହ ଯୌଥ ଉଦ୍ୟୋଗରେ ଟିପି ସେଂଟ୍ରାଲ୍‌, ଟିପି ସଦର୍ଣ୍ଣ, ଟିପି ନର୍ଦନ ଓ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଭଳି ଚାରିଟି ଡିସ୍‌କମ୍‌ର ପରିଚାଳନା କରୁଛି ।

Share

Leave a Reply

Your email address will not be published. Required fields are marked *

5 × two =