ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ବ୍ଲଡ୍ ବ୍ୟାଙ୍କ, ଢେଙ୍କାନାଳକୁ ଆମ୍ବୁଲାନ୍ସ ପ୍ରଦାନ

ନରେନ୍ଦ୍ରପୁର: ଟାଟା ଷ୍ଟିଲ୍‌ର ସିଏସ୍‌ଆର ଶାଖା ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅଧୀନରେ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ରକ୍ତଭଣ୍ଡାର, ଢେଙ୍କାନାଳକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରିଛି । ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୃଢ଼ କରିବା ପାଇଁ ଟିଏସ୍‌ଏଫର ଜନସ୍ୱାସ୍ଥ୍ୟ ବିଭାଗ ଏହି ଆମ୍ବୁଲାନ୍ସ ପ୍ରଦାନ କରିଛି ।

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ମନୋରଂଜନ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଆମ୍ବୁଲାନ୍ସକୁ ଲୋକାର୍ପଣ କରିଥିଲେ । ଏହି ଅବସରରେ ଢେଙ୍କାନାଳ ସିଡିଏମ୍‌ଓ ଡକ୍ଟର ଦିଲ୍ଲୀପ କୁମାର ବିଶ୍ୱାଳ, ବ୍ଲକ୍ କେନ୍ଦ୍ର ଅଧିକାରୀ ଡକ୍ଟର ସ୍ୱରୂପ ରଂଜନ ସାହୁ, ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌)ର କର୍ପୋରେଟ୍ ସେବା ମୁଖ୍ୟ ଶ୍ରୀ ମୋହିତ ଦାସ, ଟିଏସ୍‌ଏମ୍‌ର କର୍ପୋରେଟ ରିଲେସନ୍ସ ଆଣ୍ଡ୍ ରେଗୁଲେଟୋରି କମ୍ଲାଏନ୍ସ ମୁଖ୍ୟ ନୃସିଂହ ଚରଣ ମହାପାତ୍ର ଏବଂ ଅନ୍ୟ ପ୍ରମୁଖ ସ୍ୱାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ପଦକ୍ଷେପ ଢେଙ୍କାନାଳସ୍ଥିତ ଓଡ଼ିଶା ବ୍ଲଡ ବ୍ୟାଙ୍କକୁ ରକ୍ତ ସଂଗ୍ରହ ଓ ପରିବହନ କ୍ଷମତା ବୃଦ୍ଧିରେ ସହାୟକ ହେବ । ଦୁର୍ଗମ ଅଂଚଳରେ ରକ୍ତଦାନ ଶିବିର, ନିରନ୍ତର ଓ ଭରସାଯୋଗ୍ୟ ରକ୍ତ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଏହି ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two × 1 =