ଆଇଟେଲ୍ ପକ୍ଷରୁ ୧୫ ହଜାର ଟଙ୍କାରୁ କମ୍ ମୂଲ୍ୟରେ ୩ଡି କର୍ଭଡ୍ ଆମୋଲେଡ ଡିସ୍‌ପ୍ଲେ ସହ ଭାରତର ପ୍ରଥମ ସ୍ମାର୍ଟଫୋନ୍ ଉନ୍ମୋଚିତ

ଭୁବନେଶ୍ୱର: ଦଶ ହଜାର ଟଙ୍କାରୁ କମ୍ ଦାମ୍‌ର ପ୍ରିମିୟମ୍ ସୁଲଭ ସ୍ମାର୍ଟଫୋନ୍ ବର୍ଗରେ ବିପ୍ଳବ ଆଣିବା ପରେ ଆଇଟେଲ୍ ପକ୍ଷରୁ ଏସ୍‌୨୩+ର ଶୁଭାରମ୍ଭ ସହିତ ୧୫ ହଜାର ଟଙ୍କାରୁ କମ୍ ମୂଲ୍ୟର ସ୍ମାର୍ଟଫୋନ୍ ବର୍ଗରେ ଯାତ୍ରା ଆରମ୍ଭ କରାଯାଇଛି । ଏହି ବର୍ଗରେ ପ୍ରଥମ ଥର ପାଇଁ କଂପାନି ୩ଡି କର୍ଭଡ୍ ଆମୋଲେଡ ଡିସ୍‌ପ୍ଲେ ସ୍ମାର୍ଟଫୋନ୍ ପ୍ରଦାନ କରି ସ୍ତରକୁ ଉଚ୍ଚ କରିଛି ଯାହା ନୂଆ ପିଢ଼ିର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବ । ଏହି ଫୋନ୍‌ର ଦାମ୍ ୧୨,୯୯୯ ଟଙ୍କା ରହିଥିବା ବେଳେ ଏହା ଉପରେ ବ୍ୟାଙ୍କ ଅଫର ମଧ୍ୟ ମିଳୁଛି । ଡିସ୍‌ପ୍ଲେରେ ଫିଙ୍ଗରପ୍ରିଂଟ୍ ସୁବିଧା ସହିତ ଆଇଟେଲ୍ ଏସ୍‌୨୩+ ଅନ୍ୟମାନଙ୍କଠାରୁ ନିଜକୁ ଭିନ୍ନ କରିଛି । ଏସ୍‌୨୩+ର ଅନଲାଇନ୍ ବିକ୍ରି ଆମାଜନ୍ ଇଣ୍ଡିଆରେ ଅକ୍ଟୋବର ୬ ତାରିଖରୁ ଆରମ୍ଭ ହେବ । ସ୍ୱତନ୍ତ୍ର ଶୁଭାରମ୍ଭ ଅଫର ସ୍ୱରୂପ ଏହା ଉପରେ ୨୩୯୯ ଟଙ୍କାର ଆଇଟେଲ୍ ଟି୧୧ ଇୟରବଡ୍ ମାଗଣାରେ ପ୍ରଦାନ କରାଯାଉଛି ।
ଏ ସମ୍ପର୍କରେ ଆଇଟେଲ୍ ଇଣ୍ଡିଆର ସିଇଓ ଶ୍ରୀ ଅରିଜିତ ତଲାପାତ୍ର କହିଛନ୍ତି ଯେ, “ସ୍ମାର୍ଟଫୋନ୍ ବଜାରର ୫୦ ପ୍ରତିଶତ ଭାଗ ୧୫ ହଜାର ଟଙ୍କାରୁ କମ୍ ଦାମ୍‌ର ସ୍ମାର୍ଟଫୋନ୍‌ରେ ରହିଛି । ଆଇଟେଲ୍ ଏସ୍‌୨୩+ର ଶୁଭାରମ୍ଭ ସହିତ ଆମେ ଏକ ବଡ଼ ଯାତ୍ରା ଆରମ୍ଭ କରି ଉଲ୍ଲେଖନୀୟ ସୁବିଧାସୁଯୋଗ ସହିତ ଏହି ବର୍ଗରେ ବିପ୍ଳବ ଆଣିବା ପାଇଁ ଏକ ଅଜଣା ବାଟରେ ଯାତ୍ରା ଆରମ୍ଭ କରିଛୁ । ଆଜିର ଗ୍ରାହକମାନେ ବେଶ ସ୍ୱତନ୍ତ୍ର ଏବଂ ସେମାନେ ନିଜ ପସନ୍ଦ ଓ ଫେସନ୍ ଭାବକୁ ବେଶ ଗୁରୁତ୍ୱ ଦେଉଛନ୍ତି ଯାହା ଗ୍ରାହକଙ୍କ ଭାବଧାରାରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପରିବର୍ତନକୁ ଦର୍ଶାଉଛି । ମୋବାଇଲ୍ ଡିଭାଇସ୍ ଏବେ ଏକ ଟୁଲ୍‌ଠାରୁ ବହୁତ ଅଧିକ କିଛିରେ ପରିଣତ ହୋଇଥିବା ବେଳେ ନୂଆ ଭାରତର ମନୋରଂଜନ ଓ ଜୀବନଶୈଳୀରେ ତାହା ନିରବଚ୍ଛିନ୍ନ ଭାବେ ସମନ୍ୱିତ ହୋଇଛି ।
ବର୍ତମାନ ଧାରାରେ ଥିବା ସୁବିଧା ସୁଯୋଗ, ଷ୍ଟାଇଲ ସୌନ୍ଦର୍ଯ୍ୟ ଓ ଅତ୍ୟାଧୁନିକ ପ୍ରଯୁକ୍ତି ସହିତ ଆମ ଗ୍ରାହକଙ୍କ ପାଇଁ ନବସୃଜନ ଉପସ୍ଥାପନ କରିବା ଲାଗି ଆଇଟେଲ୍‌ର ଅତୁଟ ପ୍ରତିବଦ୍ଧତା ରହିଛି । ଅଗ୍ରଣୀ ସୁବିଧାସୁଯୋଗ ସହିତ ଏସ୍‌୨୩+ ସ୍ମାର୍ଟଫୋନ୍ ନୂଆ ପିଢ଼ିର ଷ୍ଟାଇଲ୍ ଆବଶ୍ୟକତା ପୂରଣ କରିବା ସହ ୧୫ ହଜାର ଟଙ୍କାରୁ କମ୍ ଦାମ୍ ସ୍ମାର୍ଟଫୋନ୍ ବର୍ଗରେ ନୂଆ ମାନଦଣ୍ଡ ଧାର୍ଯ୍ୟ କରିବା ଲାଗି ଆଇଟେଲ୍ ପ୍ରସ୍ତୁତ ରହିଛି । ଏହି ଶୁଭାରମ୍ଭ ସହିତ ଆଇଟେଲ୍ ଭାରତର ଗ୍ରାହକଙ୍କ ଅନୁଭୂତିରେ ଉଲ୍ଲେଖନୀୟ ଉନ୍ନତି ପ୍ରଦାନ କରି ସେମାନଙ୍କୁ ଅଧିକ ଦେଖିବା ଓ ବହୁ କିଛି କରିବାର ସୁବିଧା ପ୍ରଦାନ କରୁଛି ବୋଲି ଶ୍ରୀ ତଲାପାତ୍ର କହିଛନ୍ତି ।’’
ଆଇଟେଲ୍‌ରେ ୧୬ (୮+୮) ଜିବି ରାମ୍ ସହିତ ୨୫୬ ଜିବି ମେମୋରି, ୟୁଏଫ୍‌ଏସ୍ ଅଲ୍‌ଟ୍ରା-ଫାଷ୍ଟ ଷ୍ଟୋରେଜ୍‌, ୫୦୦୦ ଏମ୍‌ଏଏଚ୍ ବ୍ୟାଟେରି, ଇନ୍‌-ଡିସ୍‌ପ୍ଲେ ଫିଙ୍ଗରପ୍ରିଂଟ୍ ସେନ୍‌ସର୍‌, ପଛରେ ୫୦ ଏମ୍‌ପି ଏଆଇ କ୍ୟାମେରା, ସାମ୍ନାରେ ୩୨ ଏମ୍‌ପି ଫ୍ଲାସ୍ ସହ ସେଲ୍‌ଫି କ୍ୟାମେରା, ଆଣ୍ଡ୍ରଏଡ୍ ୧୩ ଟି ଡିଏସ୍ ଅପରେଟିଂ ସିଷ୍ଟମ, ୬.୭୮ ଏଫ୍‌ଏଚ୍‌ଡି+ ୩ଡି ଆମୋଲେଡ କର୍ଭଡ୍ ଡିସ୍‌ପ୍ଲେ, ୨୪୦ ହର୍ଜ ଟଚ୍ ସାମ୍ପଲିଂ ରେଟ୍ ଭଳି ସୁବିଧା ରହିଛି ।

Share

Leave a Reply

Your email address will not be published. Required fields are marked *

one × 5 =