ହୋଣ୍ଡା ରେସିଂ ଇଣ୍ଡିଆର ଚାଳକମାନେ ଚୀନ୍‌ରେ ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍‌ର ପଂଚମ ପର୍ଯ୍ୟାୟ ଲାଗି ପ୍ରସ୍ତୁତ

ଭୁବନେଶ୍ୱର: ଚୀନ୍‌ର ଝୁହାଇ ଇଟଂରନ୍ୟାସନାଲ୍ ସର୍କିଟ୍‌ରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍ (ଏଆର୍‌ଆର୍‌ସି)ର ପଂଚମ ପର୍ଯ୍ୟାୟ ଲାଗି ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଚାଳକମାନେ ପ୍ରସ୍ତୁତ । ଏହି ଚମ୍ପିଆନ୍‌ସିପ୍‌ର ପୂର୍ବ ପର୍ଯ୍ୟାୟଗୁଡ଼ିକରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ୨୧ ପଏଂଟ୍ ହାସଲ କରିଛି ।
ଇଣ୍ଡୋନେସିଆର ମଣ୍ଡାଲିକା ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ରେସ୍‌ରେ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକ କେଭିନ୍ କ୍ୱିଂଟାଲ୍ ଏପି ୨୫୦ ଶ୍ରେଣୀ ରେସ୍‌ରେ ନିଜର ନିଷ୍ଠା ଓ ଶକ୍ତି ପ୍ରଦର୍ଶନ କରିଛନ୍ତି । ଚର୍ଦୁଦଶ ସ୍ଥ।।ନରେ ରହି କେଭିନ୍ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ୨ ପଏଂଟ୍ ଜିତିଛନ୍ତି । ଟିମ୍‌ର ସାଥୀ ଚାଳକ ମୋହସିନ୍ ପରମବାନ ୧୯ତମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ ।
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସେଲ୍‌ସ ଓ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି ଯେ, “ପ୍ରତି ରେସ୍‌ରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ଉଲ୍ଳେଖନୀୟ ଉତ୍ସର୍ଗୀକୃତ ମନୋଭାବ ଓ ପ୍ରଗତି ପ୍ରଦର୍ଶନ କରିଛନ୍ତି । ଚଳିତ ସପ୍ତାହରେ ଆଉ ଦୁଇ ଚାଳକ କେଭିନ୍ କ୍ୱିଂଟାଲ ଓ ମୋହସିନ ପରମବାନ ଉଲ୍ଲେଖନୀୟ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଚୀନ୍‌ର ଝୁହାଇ ଇଂଟରନ୍ୟାସନାଲ୍ ଷ୍ଟ୍ରିଟ୍ ସର୍କିଟ୍ ଏହାର ବୈଷୟିକ ଆହ୍ୱାନ ଲାଗି ପରିଚିତ ଏବଂ ତାହା ଆମ ଚାଳକମାନଙ୍କ ଦକ୍ଷତା ଓ ମାନସିକ ସ୍ଥିତିର ପରୀକ୍ଷା ନେବ । ହୋଣ୍ଡା ଇଣ୍ଡିଆ ରେସିଂ ଟିମ୍‌ର ନିଷ୍ଠା ସହିତ ମୋର ବିଶ୍ୱାସ ରହିଛି ଯେ ସେମାନେ ନିଜର ଶ୍ରେଷ୍ଠତା ସହ ପ୍ରଦର୍ଶନ କରିବେ ।”
ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକ କେଭିନ୍ କ୍ୱିଂଟାଲ୍ ନିଜର ଉତ୍ସାହ ପ୍ରକାଶ କରି କହିଛନ୍ତି ଯେ, “ଚୀନ୍‌ର ଝୁହାଇ ଇଂଟରନ୍ୟାସନାଲ୍ ଷ୍ଟ୍ରିଟ୍‌ରେ ରେସିଂ କରିବାକୁ ମୁଁ ରୋମାଂଚିତ ରହିଛି । ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ କଡ଼ା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ, କିନ୍ତୁ ଇଣ୍ଡୋନେସିଆର ପ୍ରଦର୍ଶନ ମୋତେ ଆଗକୁ ବଢ଼ିବା ଲାଗି ବିଶ୍ୱାସ ବଢ଼ିଛି । ମୋର ଶ୍ରେଷ୍ଠତା ପ୍ରଦାନ କରିବା ଏବଂ ଶ୍ରେଷ୍ଠ ପଂଚମରେ ପୋଡିୟମ୍ ଫିନିସ୍ ଲାଗି ମୁଁ ଲକ୍ଷ୍ୟ ରଖିଛି ।”
ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକ ମୋହସିନ ପରମବାନ କହିଛନ୍ତି ଯେ, “ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍‌ର ଆମକୁ ଆହୁରି ଭଲ ପ୍ରଦର୍ଶନ କରିବା ଏବଂ ଉତମ ଚାଳକ ହେବା ଲାଗି ଅନୁପ୍ରାଣିତ କରିଛି । ଝୁହାଇ ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ରେସିଂ ଏକ ଶ୍ରେଷ୍ଠ ସୁଯୋଗ ଏବଂ ଏହି ଯାତ୍ରାର ଏକ ଅଂଶ ହେବାକୁ ମୁଁ ଉତ୍ସାହିତ ରହିଛି । ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ସହାୟତାରେ ଆମେ ଶ୍ରେଷ୍ଠ ସଫଳତା ହାସଲ କରିବା ଏବଂ ସମ୍ମାଜନକ ଚମ୍ପିଆନ୍‌ସିପ୍‌ରେ ଛାପ ଛାଡ଼ିବା ଲାଗି ଲକ୍ଷ୍ୟ ରଖିଛୁ ।’’

Share

Leave a Reply

Your email address will not be published. Required fields are marked *

2 × five =