ଓଡ଼ିଶାରେ ଜିଓ ସର୍ବାଧିକ ପସନ୍ଦଯୋଗ୍ୟ ନେଟୱର୍କ : ଟ୍ରାଇ

ଭୁବନେଶ୍ବର (): ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ଭାବେ ଜୁଲାଇ ମାସରେ ଓଡ଼ିଶାରେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ମୋବାଇଲ ଗ୍ରାହକ ଯୋଡ଼ିଛି ବୋଲି ଭାରତୀୟ ଦୂର ସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜୁଲାଇ ୨୦୧୯ ପାଇଁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି । ରିଲାଏନ୍ସ ଜିଓ ଏହି ମାସରେ ୩.୫୩ ଲକ୍ଷ ନୂଆ ଗ୍ରାହକ ଯୋଗ କରିଛି ଯାହା ଫଳରେ କଂପାନିର ମୋଟ ଗ୍ରାହକ ସଂଖ୍ୟା ଓଡ଼ିଶାରେ ୧.୦୫ କୋଟିରେ ପହଂଚିଛି । ଅନ୍ୟତମ ଟେଲିକମ କଂପାନି ଭାବେ ବିଏସ୍ଏନ୍ଏଲ୍ ୨୦୧୯ ଜୁଲାଇ ମାସରେ ୭୫୦୪ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଭୋଡାଫୋନ୍ ଓ ଏୟାରଟେଲ୍ ୯୦ ହଜାରରୁ ଅଧିକ ଲେଖାଏଁ ଗ୍ରାହକ ହରାଇଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି । ଜୁଲାଇରେ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୧.୭୯ ଲକ୍ଷ ବୃଦ୍ଧି ପାଇ ୩.୨୯ କୋଟିରେ ପହଂଚିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ସବୁଠୁ ପସନ୍ଦଯୋଗ୍ୟ ସେବା ପ୍ରଦାନକାରୀ ହୋଇ ରହିଛି ଯାହା ୨୦୧୮-୧୯ର ପ୍ରତି ମାସରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରୁଛି ଏବଂ ବାଣିଜ୍ୟିକ କାରବାର ଆରମ୍ଭ କରିବାର ତିନି ବର୍ଷରୁ କମ ସମୟ ଭିତରେ ଏହାର ଗ୍ରାହକ ସଂଖ୍ୟା ୨୦୧୯ ଜୁନରେ ୧ କୋଟି ମାଇଲଖୁଂଟ ଅତିକ୍ରମ କରିଥିଲା । ରିଲାଏନସ ଜିଓ ଏହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ଅପହଂଚ ଅଂଚଳରେ ଦ୍ରୁତ ଗତିରେ ୪ଜି ନେଟୱର୍କର ବିସ୍ତାର କରି ଏବଂ ଗ୍ରାମାଚଂଳ ଓ ଅର୍ଧ ସହରାଚଂଳର ଲୋକମାନଙ୍କ ମଧ୍ୟରେ ଅତ୍ୟଧିକ ଲୋକପ୍ରିୟ ଭାରତର ସ୍ମାର୍ଟଫୋନ- ସୁଲଭ ଜିଓ ଫୋନ ଜରିଆରେ ପ୍ରତି ମାସରେ ନିରନ୍ତର ଭାବେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ୁଛି ।

ଜାତୀୟ ସ୍ତରରେ ମଧ୍ୟ ଜିଓ ଜୁଲାଇ ମାସରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରି ଏହି ତାଲିକାର ଶୀର୍ଷରେ ରହିଥିବା ବେଳେ ବିଏସ୍ଏନ୍ଏଲ୍ ଏକମାତ୍ର ଅପରେଟର ଭାବେ ଅଳ୍ପ ସଂଖ୍ୟକ ଗ୍ରାହକ ଯୋଗ କରିଛି ଏବଂ ଅନ୍ୟ ସବୁ ଅପରେଟର୍ମାନଙ୍କ ଗ୍ରାହକ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଟ୍ରାଇର ୨୦୧୯ ଜୁଲାଇ ଗ୍ରାହକ ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ରିଲାଏନସ ଜିଓ ୮୫.୩୯ ଲକ୍ଷ ଗ୍ରାହକ ଯୋଡ଼ିଥିବା ବେଳେ ଏହି ମାସରେ ୨.୮୮ ଲକ୍ଷ ଗ୍ରାହକ ଯୋଗ କରି ବିଏସଏନଏଲ ଦୂର ଦ୍ବିତୀୟ ସ୍ଥାନରେ ରହିଛି । ଭୋଡାଫୋନ ଆଇଡିଆ ଏହି ମାସରେ ୩୩.୯ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଭାରତୀ ଏୟାରଟେଲ ୨୦୧୯ ଜୁଲାଇରେ ୨୫.୮ ଲକ୍ଷ ଗ୍ରାହକ ହରାଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି ।

ଭାରତରେ ଜିଓର ବ୍ୟାପକ ୪ଜି ନେଟୱର୍କ ରହିଛି ଯାହା ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲର ମିଳିତ ୪ଜି ନେଟୱର୍କ ଠାରୁ ଅଧିକ: ଟ୍ରାଇ ମୋବାଇଲ କଲ ଟର୍ମିନେସନ ଚାର୍ଜକୁ ବନ୍ଦ କରିବାର ସମୟ ସୀମାର ସମୀକ୍ଷା କରିବା ଲାଗି ଟ୍ରାଇ ପକ୍ଷରୁ ଜାରି ହୋଇଥିବା ପରାମର୍ଶ ସନ୍ଦର୍ଭରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ଜିଓର ୪ଜି ନେଟୱର୍କ  ପାଖାପାଖି ଦୁଇ ଗୁଣା ବୃଦ୍ଧି ପାଇ ୨୦୧୯ ଜୁନ ସୁଦ୍ଧା ୭.୪୬ ଲକ୍ଷ ୪ଜି ବେସ ଟ୍ରାନସିଭର ଷ୍ଟେସନ (ବିଟିଏସ)ରେ ପହଂଚିଛି ଯେଉଁ ସଂଖ୍ୟା ୨୦୧୭ ସେପ୍ଟେମ୍ବର ବେଳକୁ ୩.୮୧ ଲକ୍ଷ ୪ଜି ବିଟିଏସ ଥିଲା । ବର୍ତମାନ ରିଲାଏନସ ଜିଓର ୪ଜି ନେଟୱର୍କ ଉଭୟ ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆର ମିଳିତ ୪ଜି ନେଟୱର୍କ ଠାରୁ ମଧ୍ୟ ଅଧିକ ରହିଛି । ଯଦିଓ ନିକଟ କିଛି ମାସରେ ଭାରତୀ ଏୟାରଟେଲ ଏହାର ୪ଜି ନେଟୱର୍କରେ ବ୍ୟାପକ ସଂପ୍ରସାରଣ କରିଛି ତଥାପି ଏହାର ୪ଜି ନେଟୱର୍କ ପରିମାଣ ରିଲାଏନ୍ସ ଜିଓ ନେଟୱର୍କର ଅଧା ପାଖାପାଖି ରହିଛି ବୋଲି ଟ୍ରାଇ ଦ୍ବାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି । ୨୦୧୭ରେ ଏୟାରଟେଲର ୪ଜି ନେଟୱର୍କ ପରିମଶର ୯୭,୧୩୦ ବିଟିଏସ ଥିଲା ଯାହା ବର୍ତମାନ ୩.୨୬ ଲକ୍ଷ ବିଟିଏସରୁ ଅଧିକ ହୋଇଯାଇଛି । ଟ୍ରାଇର ତଥ୍ୟ ମୁତାବକ, ମୋଟ ନେଟୱର୍କର ୬୦ ପ୍ରତିଶତ ହେଉଛି ୪ଜି ବେସ ଷ୍ଟେସନ ଯାହା ଦୁଇ ବର୍ଷ ଭିତରେ ୫.୯୧ ଲକ୍ଷରୁ ବୃଦ୍ଧି ପାଇ ୧୨.୫୫ ଲକ୍ଷ ହୋଇଯାଇଛି ଏବଂ ସେହି ସମୟରେ ଦେଶର ୨ଜି ଓ ୩ଜି ନେଟୱର୍କ ପରିମାଣ ହ୍ରାସ ପାଇଛି ।

Share

Leave a Reply

Your email address will not be published. Required fields are marked *

nineteen − 18 =