୪୦୦ ସହରରେ ଉପସ୍ଥିତି ସହ ପିଏମ୍ ସୂର୍ଯ୍ୟୋଦୟ ଯୋଜନାରେ ରୁଫ୍‌ଟପ୍ ସୋଲାରର ଅଗ୍ରଣୀ ଯୋଗାଣକାରୀ ହେବାକୁ ଟାଟା ପାୱାର ପ୍ରସ୍ତୁତ

ଭୁବନେଶ୍ୱର: ଭାରତର ସର୍ବବୃହତ ସମନ୍ୱିତ ବିଦ୍ୟୁତ କମ୍ପାନି ଟାଟା ପାୱାର ପିଏମ୍ ସୂର୍ଯ୍ୟୋଦୟ ଯୋଜନାକୁ ସମର୍ଥନ କରି ସ୍ୱଚ୍ଛ ଶକ୍ତି ଜରିଆରେ ସାରା ଭାରତର ନିୟୁତାଧିକ ଘରକୁ ଆଲୋକିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ସ୍କିମ୍ ବିଷୟରେ ଅନ୍ତରୀଣ ବଜେଟ୍‌ରେ ଘୋଷଣା କରାଯାଇଥିଲା ଏବଂ ଏଥିରେ ସାରା ଦେଶରେ ୧୦ ନିୟୁତ ସୋଲାର ରୁଫ୍‌ଟପ୍ ସ୍ଥାପନ କରିବା ଲକ୍ଷ୍ୟ ରହିଛି ଯାହା ଶକ୍ତି ସ୍ୱାଧୀନତା ଓ ସ୍ଥାୟିତ୍ୱ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ କରିବ ।
କମ୍ପାନି ପାଖରେ ୪.୯ ଗିଗାୱାଟ୍‌ର ଇନ୍‌-ହାଉସ୍ ସୋଲାର ମଡ୍ୟୁଲ୍ ଓ ତାମିଲନାଡୁ ଓ ବେଙ୍ଗାଲୁରୁରେ ସେଲ୍ ନିର୍ମାଣ କାରଖାନା ଥିିବାରୁ ସୂର୍ଯ୍ୟୋଦୟ ସ୍କିମ୍‌ରେ ଟାଟା ପାୱାର ଅଗ୍ରଣୀ ଯୋଗାଣକାରୀ ହେବ । ତାମିଲନାଡୁ କାରଖାନାକୁ ୟୁଏସ୍ ଇଂଟରନ୍ୟାସନାଲ୍ ଡେଭେଲପ୍‌ମେଂଟ୍ ଫାଇନାନ୍ସ କର୍ପୋରେସନ୍ (ଡିଏଫ୍‌ସି)ଠାରୁ ୪୨୫ ନିୟୁତ ଡଲାର ପାଣ୍ଠି ମିଳିଛି । ଚଳିତ ତ୍ରୈମାସିକରେ ଏହି ସ୍କିମ୍‌ରେ ତାମିଲନାଡୁ କାରଖାନା ଡିସିଆର୍ (ଡୋମେଷ୍ଟିକ୍ କଂଟେଂଟ୍ ରିକ୍ୟୁାରମେଂଟ୍‌) ମଡ୍ୟୁଲ ଯୋଗାଇବାର ଭଲ ସ୍ଥିତିରେ ରହିଛି । ୨୦୨୪-୨୫ର ପ୍ରଥମ ତ୍ରୈମାସିକରେ କମ୍ପାନିର ୪ ଗିଗାୱାଟ୍ ସେଲ୍ ନିର୍ମାଣ ୟୁନିଟ୍ କାର୍ଯ୍ୟକ୍ଷମ ହେବ ।
୨୦୨୪ ଏପ୍ରିଲ୍ ୧ରୁ ନବୀନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ମଡେଲ୍ ଓ ନିର୍ମାତାଙ୍କ ଅନୁମୋଦିତ ତାଲିକା (ଏଏଲ୍‌ଏମ୍‌ଏମ୍‌)ର ପୁନଃପ୍ରଚଳନ ଅନୁସାରେ ଟାଟା ପାୱାର ମାନୁଫାକଚରିଂରେ ନିବେଶ କରିଥିବା ବେଳେ ଏହାର ତାମିଲନାଡ଼ୁ କାରଖାନାରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିଛି । ସ୍ଥାନୀୟ ନିର୍ମାଣରେ କମ୍ପାନିର ନିବେଶ ଭାରତର ବୃହତ ସ୍ୱଚ୍ଛ ଶକ୍ତି ବଜାରରେ ଥିବା ଦୀର୍ଘ ଦୂରତାର ମୁକାବିଲା କରୁଛି । ଏଥିପାଇଁ ପୂର୍ବରୁ ଆମଦାନି ଉପରେ ନିର୍ଭର କରିବାକୁ ପଡ଼ୁଥିଲା ।
ଟାଟା ପାୱାର ୧୮ ପ୍ରତିଶତ ବର୍ଦ୍ଧିତ ବଜାର ଅଂଶ ସହ ଏକ ଅଗ୍ରଣୀ ରୁଫଟପ୍ ସୋଲାର ସଂସ୍ଥା । ୪୦୦ ସହରରେ ଏହାର ୫୦୦ ଚ୍ୟାନେଲ୍ ପାର୍ଟନରଙ୍କ ଏକ ଦୃଢ଼ ନେଟ୍‌ୱର୍କ ରହିଛି ଯେଉଁମାନେ ଉଭୟ ଘରୋଇ, ବାଣିଜ୍ୟିକ ଓ ଶିଳ୍ପ ଆବଶ୍ୟକତା ପୂରଣ କରୁଛନ୍ତି । ଏହି ନେଟୱର୍କ ସମ୍ଭାବ୍ୟ ସର୍ଯ୍ୟୋଦୟ ଯୋଜନାର ହିତାଧିକାରୀଙ୍କୁ ସେବା ପ୍ରଦାନ କରିବ । ୨୦୨୩-୨୪ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ରୁଫ୍‌ଟପ୍ ସୋଲାର ସ୍ଥାପନାର ଟାଟା ପାୱାରର ରାଜସ୍ୱ ୭୭ ପ୍ରତିଶତ ବୃଦ୍ଧି ପାଇ ୯୫୨ କୋଟି ଟଙ୍କା ହୋଇଛି ।
ତିନି ବର୍ଷର ଅଭିଜ୍ଞତା ଏବଂ ଭାରତୀୟ ସୋଲାର ରୁଫ୍‌ଟପ୍ ବଜାରରେ ଉପସ୍ଥିତିକୁ ନେଇ ଏହି ସୁଯୋଗ ହାସଲ କରିବା ଲାଗି ଟାଟା ପାୱାର ବହୁତ ଭଲ ସ୍ଥିତିରେ ରହିଛି ।
କମ୍ପାନିର ସୋଲାର ରୁଫ୍‌ଟପ୍ ଓ ଗ୍ରୁପ୍ କ୍ୟାପ୍‌ଟିଭ୍ ବ୍ୟବସାୟ ବହୁଗୁଣା ଅଭିବୃଦ୍ଧି ପ୍ରଦାନ କରିବା ସହିତ ମିଳିତ ବରାଦ ୧୯୦୦ କୋଟି ଟଙ୍କାରୁ ଅଧିକ ହୋଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଧରେ କମ୍ପାନି ସଫଳତାର ସହ ୨୦୦୦ ମେଗାୱାଟ୍ ସ୍ଥାପନ କରିଛି ଏବଂ ବର୍ତମାନ ୨୩୪୨ କୋଟି ଟଙ୍କାର ବରାଦ ରହିଛି ।
୨୦୪୫ ସୁଦ୍ଧା ବ୍ୟବସାୟକୁ ଅଧିକ ସ୍ଥାୟୀ କରିବା ଏବଂ କାର୍ବନ ନେଟ୍ ଜିରୋରେ ପରିଣତ ହେବା ଲାଗି କମ୍ପାନିର ରହିଥିବା ବୃହତର ରଣନୀତିର ଏକ ଅଂଶ ହେଉଛି ସୋଲାର ରୁଫଟପ୍ ବଜାରରେ ଟାଟା ପାୱାରର ନିବେଶ ଓ ଅଭିବୃଦ୍ଧି । ୨୦୭୦ ସୁଦ୍ଧା ନେଟ୍ ଜିରୋ ହେବା ଲାଗି ଭାରତ ରଖିଥିବା ଲକ୍ଷ୍ୟ ପ୍ରତି କମ୍ପାନି ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିପାରିବ ।

Share

Leave a Reply

Your email address will not be published. Required fields are marked *

5 × four =