୬ଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବ କୋରିଆ

ଓଡିଶାରେ ପୁଞ୍ଜିନିବେଶ କରିବ ଦକ୍ଷିଣ କୋରିଆ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଆଲୋଚନା କରିଛନ୍ତି ଦକ୍ଷିଣ କୋରିଆର ୪୬ ଜଣିଆ ପ୍ରତିନିଧି ଦଳ । ଏହି ବୈଠକ ପରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଓଡିଶାରେ ୬ଟି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ କୋରିଆ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଛି । କୃଷି, ମତ୍ସ୍ୟସମ୍ପଦ, ହର୍ଟିକଲଚର, ଇସ୍ପାତ, ସେବା, ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ପୁଞ୍ଜିନିବେଶ କରିବ କୋରିଆ ।ନିବେଶ ପରେ ଓଡ଼ିଶାର ଯୁବକ ଯୁବତୀଙ୍କୁ ଚାକିରି ସୁଯୋଗ ମିଳିବ । ଉପକୃତ ହେବେ ଓଡ଼ିଶାର ଯୁବସମାଜ ।

Share

Leave a Reply

Your email address will not be published. Required fields are marked *

12 − 6 =