ଚାଷୀ ଓଡିଶା ବିକାଶର ସାରଥୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆରମ୍ଭ ହେଲା କୃଷି ଓଡ଼ିଶା ମେଳା ୨୦୨୦ । ଭୁବନେଶ୍ବର ଜନତା ମୈଦାନରେ ଏହି କାର୍ୟ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀ ହେଉଛନ୍ତି ଦେଶର ଶକ୍ତି ଓ ଅର୍ଥନୀତିର ଶକ୍ତି । ଚାଷୀ ଉନ୍ନତି ହିଁ ଦେଶର ଗୌରବ ଓ ସ୍ୱାଭିମାନ ବୃଦ୍ଧି କରିଥାଏ । ଚାଷୀ ଓଡିଶା ବିକାଶର ସାରଥୀ ।

ଆଜିଠୁ ଆରମ୍ଭ ହୋଇଥିବା କାର୍ୟ୍ୟକ୍ରମ ୨୪ ତାରିଖ ଯାଏ ଚାଲିବ । ୧୧୨ ଟି ସଂସ୍ଥା ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି । ଜନତା ମୈନାରେ ଖୋଲିଛି ୨୨୮ ଟି ଷ୍ଟଲ । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କୃଷକ ଭାଇ-ଭଉଣୀମାନେ ମେଳା ପରିଦର୍ଶନ କରିବାକୁ ଆସିବା ପାଇଁ ବ୍ୟବସ୍ଥା କରାଯାଇଛି । ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

9 − 2 =