ଟିପିସିଓଡିଏଲ୍ ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ପ୍ରତିବଦ୍ଧ

ଡିସ୍‌କମ୍ ପକ୍ଷରୁ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଛି; ରଥଯାତ୍ରା ପାଇଁ ୫୦୦ କର୍ମଚାରୀ ମୂତୟନ
ଭୁବନେଶ୍ୱର: ଚଳିତ ବର୍ଷର ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଅଣାଯାଇଛି ।
ରଥଯାତ୍ରା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ ଭିତିଭୂମିରେ ଉନ୍ନତି ପାଇଁ ପ୍ରମୁଖ କାର୍ଯ୍ୟ କରାଯାଇଛି । ସମସ୍ତ ଭୂତଳ ୩୩ କେଭି ତାର ସଠିକ୍ ଥିବା ସୁନିଶ୍ଚିତ କରାଯାଇଛି ଯାହା ମୁଖ୍ୟ ରିଙ୍ଗ୍ ବ୍ୟବସ୍ଥା ଜରିଆରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସକ୍ଷମ କରିବ ।
ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ଗ୍ରାଣ୍ଡ୍ ରୋଡ୍‌, ବେଳାଭୂମି ରାସ୍ତା, ଭିଆଇପି ରୋଡ୍ ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଫିଡର୍ ପିଲାର ବକ୍ସର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କରାଯାଇଛି ।
ସେହିପରି, ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଶ୍ରମ ଶକ୍ତି ପରିଚାଳନାର ଅଂଶ ସ୍ୱରୂପ ୫୦୦ ଟିପିସିଓଡିଏଲ୍ କର୍ମଚାରୀ ଓ ବିଜନେସ୍ ଆସୋସିଏଟ୍‌ସଙ୍କୁ ମୂତୟନ କରାଯାଇଛି । ଉତମ ନିରୀକ୍ଷଣ ଓ ସମନ୍ୱୟ ପାଇଁ ପୁରୀ ଡିଭିଜନ୍‌ରେ କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ଟିପିସିଓଡିଏଲ୍ ଅଧିକାରୀଙ୍କୁ ପିଇଡି, ପୁରୀରେ ନିୟୋଜିତ କରାଯାଇଛି ।
ପୁରୀ ଡିଭିଜନ୍‌ର ମୋଟ ୩୫ ଜଣ ଟିପିସିଓଡିଏଲ୍ ଅଧିକାରୀଙ୍କ ସହିତ ବିଜନେସ ଆସୋସିଏଟ୍‌ସର ୧୫ ଜଣ ସୁପରଭାଇଜର୍‌ଙ୍କୁ ରଥଯାତ୍ରା ସମୟରେ ଉତ୍ସର୍ଗୀକୃତ ଭାବେ ମୂତୟନ କରାଯାଇଛି ।
ରଥଯାତ୍ରା ସମୟର ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଦୃଢ଼ ରିଙ୍ଗ୍ ମୁଖ୍ୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଏକ ୩୩ କେଭି ଭୂଳତ କେବୁଲ ଜରିଆରେ ତାଳବଣିଆ, ଶ୍ରୀରାମନଗର, କଚେରି, ବାଲିଆପଣ୍ଡା, ଚାରିନଳା, ଅଠରନଳା ଓ ସାମଙ୍ଗା ଭଳି ୭ ପ୍ରମୁଖ ସବଷ୍ଟେସନକୁ ଯୋଡ଼ାଯାଇଛି ।
ପୁରୀ ଡିଭିଜନ୍‌ର ଉତ୍ସର୍ଗୀକୃତ ଇଆଣ୍ଡ୍ ଏମ୍‌ଆର୍ ଟିମ୍ ୧୪ଟି ୩୩/୧୧ କେଭି ପ୍ରାଥମିକ ସବଷ୍ଟେସନର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କରାଯାଇଛି ।
ଏହି ସବ୍‌-ଷ୍ଟେସନଗୁଡ଼ିକ ରେଡୁନ୍‌ଡେନ୍ସି (ଏନ୍‌-୧) ମାନଦଣ୍ଡ ପୂରଣ କରୁଛନ୍ତି ଏବଂ ଦୁଇଟି ୧୩୨/୩୩ କେଭି ଗ୍ରିଡ୍ (ପୁରୀ ଓ ସାମୁକା) ଏବଂ ୨୨୦/୧୩୨/୩୩କେଭି ସମଗରା ଗ୍ରିଡ୍ ସହିତ ସଂଯୁକ୍ତ କରାଯାଇଛି । ଏହା ଜଗନ୍ନାଥ ମନ୍ଦିର, ଗୁଣ୍ଡିଚା ମନ୍ଦିର, ଗ୍ରାଣ୍ଡ୍ ରୋଡ୍‌, ବେଳାଭୂମି ରାସ୍ତା, ସିଟି ରାସ୍ତା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) ଭଳି ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବ ।
ସେହିପରି, ପରିଚାଳନା ଟିମ୍ ପକ୍ଷରୁ ପୁରୀ ସହରରେ ୩୨ଟି ୧୧ କେଭି ଫିଡର୍‌ର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଛି । ପୁରୀ ସହର ମଧ୍ୟରେ ବିଭିନ୍ନ ଅଂଚଳରେ ୧୨.୫ କିମି ଏବି କେବୁଲ୍ ଷ୍ଟ୍ରିଙ୍ଗ୍ ଶେଷ କରାଯାଇଥିବାଭଳି ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ ହୋଇଛି । ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ପୁରୀ ସହରର ବିଭିନ୍ନ ବିପଦପୂର୍ଣ୍ଣ ଅଂଚଳରେ ୨୪ ଏଫ୍‌ଆର୍‌ପି (ଫାଇବର୍ ରିଇନ୍‌ଫୋର୍ସଡ୍ ପ୍ଲାଷ୍ଟିକ୍‌) ବାଡ଼ ଦିଆଯାଇଛି ।
ପୁରୀ ସହରରେ ସମସ୍ତ ୧୧କେଭି ଓ ୩୩ କେଭି ଆର୍‌ଏମ୍‌ୟୁ (ରିଙ୍ଗ୍ ମେନ୍ ୟୁନିଟ୍‌)ର ରକ୍ଷଣାବେକ୍ଷଣ କାର୍ଯ୍ୟ ଯଥାର୍ଥ ଭାବେ କରାଯାଇଛି । ଭୂତଳ କେବୁଲ ନେଟୱର୍କର ୨୪ ଘଂଟା ପେଟ୍ରୋଲିଂ କରାଯାଉଛି ।
ଶ୍ରଦ୍ଧାଳୁ ଓ ସାଧାରଣ ଜନତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ବିଦ୍ୟୁତ ଲିକେଜ୍‌କୁ ରୋକିବା ନିମନ୍ତେ ଟିପିସିଓଡିଏଲ୍ ପକ୍ଷରୁ ସମସ୍ତ ବିଦ୍ୟୁତ ଖୁଂଟ, ବଂଟନ ପଏଂଟ୍ ଓ ଫିଡର ପିଲର ବକ୍ସକୁ ଯାଂଚ ଓ ଠିକ୍ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

1 × one =