ଟିପିସିଓଡିଏଲ୍ ପକ୍ଷରୁ ୨୦୨୩ ମାର୍ଚ୍ଚ ପରଠାରୁ କାଳବୈଶାଖୀରେ ପଭାବିତ ୨୭୧୨ ବିଦ୍ୟୁତ ଖୁଂଟ, ୩୭୦ ଟ୍ରାନ୍ସଫରମର ଓ ୫୯ ଡିପି ଢାଂଚାର ପୁନୁରୁଦ୍ଧାର

୨୩୪ ସର୍କିଟ୍ କିଲୋମିଟର କ୍ଷତିଗ୍ରସ୍ତ ତାରର ମରାମତି
୨୦୨୨ ତୁଳନାରେ ୨୦୨୩ରେ କାଳବୈଶାଖୀ ଘଟଣାରେ ଦୁଇ ଗୁଣାରୁ ଅଧିକ ବୃଦ୍ଧି
ଭୁବନେଶ୍ୱର: ଚଳିତ ବର୍ଷ ବାରମ୍ବାର ଘଟୁଥିବା ପ୍ରଳୟଙ୍କରୀ କାଳବୈଶାଖୀ ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ୨୭୧୨ ବିଦ୍ୟୁତ ଖୁଂଟ ଓ ୩୭୦ ବିଦ୍ୟୁତ ଟ୍ରାନ୍ସଫରକୁ ଟିପିସିଓଡିଏଲ୍ ପକ୍ଷରୁ ପୁନରୁଦ୍ଧାର କରାଯିବା ସହ ମରାମତି କରାଯାଇଛି ।
ଟିପିସିଓଡିଏଲ୍‌ର ୭,୭୦୦ରୁ ଅଧିକ ଉତ୍ସର୍ଗୀକୃତ କର୍ମଚାରୀ ୨୩୪ ସର୍କିଟ୍ କିଲୋମିଟରର କ୍ଷତିଗ୍ରସ୍ତ ତାରକୁ ମଧ୍ୟ ସଜାଡ଼ିଛନ୍ତି । ଏହି ସମୟରେ ସେମାନେ ୫୯ଟି ଡିପି ଢାଂଚାର ମଧ୍ୟ ପୁନରୁଦ୍ଧାର କରିଛନ୍ତି ।
ଚଳିତ ବର୍ଷ ଟିପିସିଓଡିଏଲ୍ ପରିଚାଳନା ଅଧୀନ ଅଂଚଳରେ ବହୁବାର କାଳବୈଶାଖୀ ଘଟଣା ଘଟିଛି ଯାହା ବିଦ୍ୟୁତ ନେଟ୍‌ୱର୍କକୁ ବଡ଼ ଧରଣରେ ପ୍ରଭାବିତ କରିଛି । ଚଳିତ ବର୍ଷ ମାର୍ଚ୍ଚ ପରଠାରୁ ଟିପିସିଓଡିଏଲ୍ ଅଧୀନରେ ଥିବା ଅଂଚଳଗୁଡ଼ିକରେ ୨୩୦ରୁ ଅଧିକ ଥର କାଳବୈଶାଖୀ ଘଟଣା ଘଟିଛି ଯାହା ୨୦୨୨ରେ ଘଟିିଥିବା ୮୦ ଥର ତୁଳନାରେ ଦୁଇ ଗୁଣାରୁ ଅଧିକ ।

Share

Leave a Reply

Your email address will not be published. Required fields are marked *

eighteen − four =