୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର()  ୯ଟି ଜିଲ୍ଲାକୁ ସତର୍କ ସୂଚନା । ଏହି ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲା ଗୁଡ଼ିକ ହେଉଛି- ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର।

ସେପଟେ ଆଜି କେରଳ ଛୁଇଁବ ମୌସୁମୀ । ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍ ପ୍ରଥମ ସପ୍ତାହରେ କେରଳ ଛୁଉଁଥିବା ବେଳେ ଚଳିତ ବର୍ଷ ୮ ଦିନ ବିଳମ୍ବରେ ଭାରତରେ ପ୍ରବେଶ କରିଛି । ତେବେ ଓଡିଶାରେ ମୌସୁମୀ ବାୟୁ ପ୍ରବେଶ ନେଇ ଅନିୟମିତତା ଲାଗି ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଓଡିଶାର ଅଧିକାଂଶ ସ୍ଥାନରେ ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ । କିନ୍ତୁ ଦୁଇ ଦିନ ପରେ ପରିସ୍ଥିତି ପୂର୍ବାବସ୍ଥା ଫେରିପାଇବ ।

Share

Leave a Reply

Your email address will not be published. Required fields are marked *

8 − three =