ବୋଲଡ ଲୁକ ପାଇଁ ଟ୍ରଲ

ମୁମ୍ବାଇ()  ବୋଲଡ ଲୁକ ପାଇଁ ଟ୍ରଲ ହେଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡା । ବଲିଉଡ ସହ ହଲିଉଡରେ ବି ନିଜ ଜଲୱା ଦେଖାଉଛନ୍ତି ପ୍ରିୟଙ୍କା। ଗୋଟେ ପରେ ଗୋଟେ ହଲିଉଡ ପ୍ରଯେକ୍ଟରେ କାମ କରିଚାଲିଛନ୍ତି ସେ ବେଶ ଲୋକପ୍ରିୟତା ହାସଲ କରୁଛନ୍ତି।

ତେବେ ନିକଟରେ ପ୍ରିୟଙ୍କା ଏକ ମାଗାଜିନ୍ ପାଇଁ ବୋଲ୍ଡ ଫଟୋଶୁଟ୍ କରାଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଏହି ଫଟୋଶୁଟ୍ରେ ତାଙ୍କ ଫ୍ୟାନ୍ଙ୍କୁ ନିରାଶ ହୋଇଛନ୍ତି ।ଫଟୋଶୁଟ୍ରେ ପ୍ରିୟଙ୍କା ଏକ ଗୋଲଡେନ ରଙ୍ଗର ଶାଢି ପିନ୍ଧିଛନ୍ତି। ଶାଢି ସହ ସେ ବ୍ଲାଉଜ ପିନ୍ଧିନଥିବାରୁ ଟ୍ରଲ୍ର ଶିକାର ହୋଇଛନ୍ତି ବଲିଉଡ ବିୟୁଟି ପ୍ରିୟଙ୍କା। ପ୍ରତ୍ୟେକ ଥର ଭଳି ଏହି ଫଟୋରେ ମଧ୍ୟ ପ୍ରିୟଙ୍କା ବହୁତ ସୁନ୍ଦର ଲାଗୁଛନ୍ତି। କିନ୍ତୁ ନିଜ ପରିଧାନ ଶୈଳୀ ପାଇଁ ସେ ଇଣ୍ଟରନେଟ୍ରେ ଟ୍ରୋଲ ହୋଇଛନ୍ତି।

ଜଣେ ୟୁଜର ତାଙ୍କ ଫଟୋରେ କମେଣ୍ଟ କରି ଲେଖିଛନ୍ତି ଯେ, ‘ଧନୀ ଲୋକ ଲୁଗା ନ ପିନ୍ଧିଲେ ତାହା ଫ୍ୟାଶନ୍ ଆଉ ଗରିବ ନ ପିନ୍ଧିଲେ ସେମାନେ ଅସଭ୍ୟ’। କିଛି ଦର୍ଶକ ତାଙ୍କୁ ଭାରତର ସଂସ୍କାର ବିଷୟରେ ମଦ୍ୟ ପାଠ ପଢାଇଛନ୍ତି। ଅପରପକ୍ଷରେ କିଛି ଫ୍ୟାନ୍ସ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

fifteen − three =