୧୩୬ କୋଟି ଆୟ କଲା ଗୁଡ୍ ନ୍ୟୁଜ

ମୁମ୍ବାଇ() ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର, କରିନା କପୁର ଖାଁ, କିଆରା ଆଡଭାନୀ ଓ ଦିଲ୍ଜିତ ଦୋସାଞ୍ଜଙ୍କ ଅଭିନୀତ ଫିଲ୍ମ ‘ଗୁଡ୍ ନ୍ୟୁଜ’ ଏବେ ୧୫୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଏବେ ପର୍ୟ୍ୟନ୍ତ ଫିଲ୍ମ ବକ୍ସ ଅଫିସରେ ୧୩୬ କୋଟି ଆୟ କରିଥିବା ସୂଚନା ମିଳିଛି।

ରାଜ ମେହେତାଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ଏହି ଫିଲ୍ମ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ୮.୧୦ କୋଟି ଟଙ୍କା ଆୟ କରିଛି। ତେଣୁ ମେକର୍ସଙ୍କ ଆଶା ରହିଛି ଫିଲ୍ମ ଦ୍ୱିତୀୟ ସପ୍ତାହର ଶେଷ ଆଡକୁ ୧୫୦ କୋଟି କ୍ଲବରେ ସାମିଲ ହୋଇଯିବ। ‘ଗୁଡ୍ ନ୍ୟୁଜ’ ଦର୍ଶକଙ୍କ ମନକୁ ଛୁଇଁ ପାରୁଥିବା ବେଳେ ଏବେବି ଏହା କୋଟି କୋଟି ଟଙ୍କା ଆୟ କରୁଥିବାରୁ ଆଗକୁ ମଧ୍ୟ ଏହା ଭଲ ଆୟ କରିବ ବୋଲି ଅନୁମାନ କରାଯାଉଛି।

Share

Leave a Reply

Your email address will not be published. Required fields are marked *

9 + 15 =