ପଶ୍ଚାତାପ କରୁଛନ୍ତି ଦାମ !

ଭୁବନେଶ୍ବର () ବିଜେପିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ନିଜ ନିଷ୍ପତ୍ତି ପାଇଁ ମନସ୍ତାପ କରୁଛନ୍ତି କି । ବିଜେଡିରେ ରହି ଦଳ ଓ ସୁପ୍ରିମୋଙ୍କ ବିରୋଧରେ ମତ ମନ୍ତବ୍ୟ ରଖିବା ତାଙ୍କ ପାଇଁ ମହଙ୍ଗା ପଡିଲା । ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହେଲେ ଆଉ ବିଜେଡିରୁ ବିଦା ହେଲେ । ଏଭଳିସ୍ଥିତିରେ ନିଜ ପୁଅର ରାଜନୈତିକ ଭବିଷ୍ୟତ କଥା ଚିନ୍ତା କରିବା ପରିବର୍ତ୍ତେ ନିଜକୁ ନବୀନ ପଟ୍ଟନାୟକଙ୍କ ସମାସ୍କନ୍ଦ ନେତା ବୋଲି ଭାବି ତାଙ୍କୁ ଓଡିଶାରୁ ବାହାର କରିବାକୁ ଆହ୍ବାନ ଦେଇଥିବା ଏହି ବରିଷ୍ଠ ନେତା ଏବେ ନିଜେ ନିର୍ବାଚନରେ ହାରିଯାଇ ପୂର୍ବ କର୍ମ ପାଇଁ ପରିତାପ କରୁଛନ୍ତି । ଆଜି କିଛି ଗଣମାଧ୍ୟମରେ ତାଙ୍କ ପୁଅ ସମ୍ବିତ ରାଉତରାୟ ଦେଇଥିବା ପ୍ରତିକ୍ରିୟାରୁ ଏହାର ଆଭାସ ମିଳୁଛି ।

ଆଜି କିଛି ଗଣମାଧ୍ୟମକୁ ସେ କହିଛନ୍ତି ଯେ, ବିଜେଡି ସୁପ୍ରିମୋ ଚାହିଁଲେ ବାପା ବିଜେଡିକୁ ଫେରିପାରିବେ । କାରଣ ସେ ବିଜେପିରେ ଖୁସି ନାହାନ୍ତି । ସେ କହିଛନ୍ତି ଯେ, ମୁଁ ଅନୁଭବ କରୁଛି ସେ ବିଜେପିରେ ଖୁସି ନାହାଁନ୍ତି । ବିଜେପିକୁ ଯାଇ ବାପା ଠିକ୍ କରିନାହାନ୍ତି । ଏପରିକି ସେଥିପାଇଁ ଲୋକେ ତାଙ୍କୁ ଗ୍ରହଣ କଲେନି ଯାହାର ପରିଣାମ ବାପା ପରାଜିତ ହେଲେ । ନିର୍ବାଚନରେ ପରାଜୟ ତାଙ୍କ ବ୍ୟକ୍ତିତ୍ବକୁ କିଛି ପ୍ରଭାବ ପକାଇନି, ସେ ଜଣେ ପପରିପକ୍ବ ନେତା, ଡିସପୋଜେବୁଲ ଆଇଟମ ନୁହଁନ୍ତି ବୋଲି କହିଛନ୍ତି ସମ୍ବିତ ।

ସମ୍ବିତ କହିଥିଲେ ଯେ, ବିଜେପିକୁ ଯାଇ ବାପା ଠିକ୍ କରିନାହାନ୍ତି । ସେ ବିଜୁ ବାବୁଙ୍କ ସହ ସେ ଓଡିଶାରେ ଦୀର୍ଘ ଦିନ ଧରି ଅଣକଂଗ୍ରେସ ଓ ଅଣବିଜେପି ରାଜନୀତି କରୁଥିଲେ । ପରବର୍ତ୍ତି ସମୟରେ ବିଜୁ ବାବୁଙ୍କ ଦେହାନ୍ତ ପରେ ତାଙ୍କ ନାଁରେ ଗଠିତ ବିଜୁ ଜନତା ଦଳରେ ମଧ୍ୟ ସେ ଆଗ ଆଡିର ନେତା ଥିଲେ । 2000 ମସିହା ପରବର୍ତ୍ତି ସରକାରରେ ସେ ଏକାଧିକ ଥର ମନ୍ତ୍ରୀ ହୋଇଥିଲେ । ଏବେ ବିଜେପିରେ ଯୋଗଦେଇ ନିର୍ବାଚନ ଲଢିବାରୁ ଲୋକେ ତାଙ୍କୁ ଗ୍ରହଣ ପାରିଲେ ନାହିଁ । ଯେଉଁଥିପାଇଁ ସେ ହାରିଗଲେ ।

ତେବେ ପୁଅର ଏଭଳି ଯୁକ୍ତିକୁ ଗ୍ରହଣ କରିନାହାଁନ୍ତି ଦାମ । ସେ କହିଛନ୍ତି “ଏକଥା ମୋ ପୁଅ ନୁହେଁ, ବିଜେଡି ବିଧାୟକ କହିଛନ୍ତି। ମୁଁ ବିଜେପି ଲୋକ, ସେ ବିଜେଡିର। ସେ କେମିତି ଜାଣିଲା ମୁଁ ଦୁଃଖୀ ଅଛି ବୋଲି। ମୁଁ ବିଜେପିକୁ ଗଲା ପରେ ସେ ବିଜେଡି ବିଧାୟକ ହୋଇଛି। ପିଲାମାନଙ୍କ ବୟସ ହୋଇଗଲେ, ସେମାନେ ତାଙ୍କର ରାଜନୈତିକ ଭବିଷ୍ୟତ ତିଆରି କରିବେ। ତେଣୁ ଏ ସମ୍ପର୍କରେ ମୋର କିଛି କହିବାର ନାହିଁ। ଆଉ ନିର୍ବାଚନରେ ସେ ଜିତିଛନ୍ତି, ମୁଁ ହାରିଛି। ନିର୍ବାଚନରେ ହାରଜିତ ରହିଛି। ଏହା ଏକ ପ୍ରକ୍ରିୟା। ତେଣୁ ମୁଁ ମୋ ଦଳରେ ରହିଛି। ନିର୍ବାଚନରେ ହାରିବା ପରେ ଦୁଃଖୀ ବୋଲି ମୁଁ କାହାକୁ କିଛି କହିନି।

Share

Leave a Reply

Your email address will not be published. Required fields are marked *

five × four =