କାହିଁକି ପୂଜା ପରେ କୁକୁରଙ୍କୁ ଖାଦ୍ୟ ଦେଇଥାନ୍ତି ସାଇ ବାବାଙ୍କ ଭକ୍ତ

ସ୍ୱାଧିକାର ନ୍ୟୁଜ()   ସାଇ ବାବାଙ୍କ ଭକ୍ତ ପ୍ରତ୍ୟେକ ଗୁରୁବାର ସାଇ ବାବାଙ୍କ ବିଶେଷ ପୂଜା କରିଥାନ୍ତି । ଆଉ ଏହି ପୂଜା ପରେ ବାବାଙ୍କ ଭକ୍ତ ମାନେ କୁକୁର ହେଉ କି ଗାଇ ହେଉ ଖାଦ୍ୟ ଖୁଆଇଥାନ୍ତି । ହେଲେ ଆପଣ ଜାଣିଛନ୍ତି କି ଏହାର କାରଣ ? ତେବେ ଆଜି ଆସନ୍ତୁ ଏହି କାର୍ଯ୍ୟ କରିବା ପଛର କାରଣ …

ଥରେ ଶ୍ରମତୀ ତାରଖଡ ଦ୍ୱିପ୍ରହରର ରୋଷେଇ ସମାପ୍ତ କରି ତାହାକୁ ପରଷିବାକୁ ଉଦ୍ୟତ ହେବା ମାତ୍ରେକେ ଅଚାନକ ତାଙ୍କ ଘର ଆଗରେ ଗୋଟିଏ କୁକୁର ଆସି ଜୋରରେ ଭୁକିବାକୁ ଲାଗିଲା । ଶ୍ରୀମତି ତାରଖଡ ତୁରନ୍ତ ଉଠିଯାଇ ଗୋଟିଏ ରୁଟି ସେହି କୁକୁରଟିକୁ ଦେଲେ । କୁକୁରଟି ତାହା ଅତି ଆନନ୍ଦରେ ଖାଇଲା ।

ଏହାପରେ ଶ୍ରୀମତି ତାରଖଡ ସନ୍ଧ୍ୟା ସମୟରେ ମସଜିତ ଯାଇ ବସିଥିବା ସମୟରେ ବାବା କହିଲେ, ‘ ମା ଆଜି ତୁମେ ମୋତେ ବଡ ଶ୍ରଦ୍ଧାର ସହ ଖାଇବାକୁ ଦେଲ । ମୋର କ୍ଷୁଧାର୍ତ୍ତ ଆତ୍ମା ତୃପ୍ତ ହେଲା । ସଦୈବ ଏହିପରି କର୍ମକର,ଦିନେ ନା ଦିନେ ଏହାର ଉତ୍ତମ ଫଳ ମିଳିବ । ଏହି ମସଜିତରେ ବସି ମୁଁ ଅସତ୍ୟ କହିବି ନାହିଁ ।ସବୁବେଳେ ପ୍ରଥମ କ୍ଷଧାର୍ତ୍ତକୁ ଭୋଜନ କରାଇ ତାପରେ ନିଜେ ଭୋଜନ କର’ ।

ବାବାଙ୍କ ଏହି ଉକ୍ତର ଅର୍ଥ ବୁଝିନପାରି ଶ୍ରୀମତି ତାରଖଡ କହିଲେ, ‘ ବାବା ମୁଁ ବା ଆପଣଙ୍କୁ କିପରି ଭୋଜନ କରାଇବି ? ମୁଁ ତ ନିଜ ଭୋଜନ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ’ ।

ବାବା କହିଲେ, ସେହି ରୁଟିଟି ଖାଇ ମୋର ହୃଦୟ ତୃପ୍ତ ହୋଇଗଲା ଏବଂ ଏତେବେଳେ ପର୍ଯ୍ୟନ୍ତ ମୁଁ ଏଉଡି ମାରୁଛି । ତୁମେ ଭୋଜନ କରିବା ପୁର୍ବରୁ ଯେଉଁ କୁକୁରଟିକୁ ରୁଟି ଦେଲ, ସେ ମୋର ସ୍ୱରୂପ ଅଟେ ଏବଂ ଏହି ପ୍ରକାର ଅନ୍ୟାନ୍ୟ ପ୍ରାଣୀମାନେ ମଧ୍ୟ ମୋର ସ୍ୱରୂପ ଅଟନ୍ତି । ମୁଁ ହିଁ ସେମାନଙ୍କୁ ବିଭିନ୍ନ ଶରୀର ଦେଇଥାଏ । ଯେଉଁ ମାନେ ଏହି ସବୁ ପ୍ରାଣୀ ମାନଙ୍କ ଠାରେ ମୋ ଦର୍ଶନ କରିପାରନ୍ତି, ସେ ମୋର ଅତ୍ୟନ୍ତ ପି୍ରୟ ଅଟେ ।

Share

Leave a Reply

Your email address will not be published. Required fields are marked *

eight + 9 =