ମୁଁ ନାଚିଲେ ଅନ୍ୟମାନଙ୍କ ବେପାର ବୁଡ଼ିଯିବ

ଭୁବନେଶ୍ୱର() ଚଳିତ ବର୍ଷ ଖଣ୍ଡଗିରି ଯାତ୍ରାରେ ରାନୀ ପଣ୍ଡାଙ୍କୁ ଦେଖିବାକୁ ମିଳିବନି । ୧୦ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ଦେଖିବାକୁ ମିଳିବନି ରାନୀ ପଣ୍ଡାଙ୍କ ଡ୍ୟାନ୍ସ । ଗତ ବର୍ଷ ଖଣ୍ଡଗିରି ଯାତ୍ରାରେ ରେକର୍ଡ ଡ୍ୟାନ୍ସରେ ଆଇଟମ ଗାର୍ଲ ରାନୀ ପଣ୍ଡାଙ୍କ ଅଶ୍ଳୀନ ନୃତୀ ସମସ୍ତ ସୀମା ଟପିଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଆଉ ଏହି ବିବାଦ ଯୋଗୁଁ ଚଳିତ ବର୍ଷ ରାନୀଙ୍କୁ ଖଣ୍ଡଗିରି ମେଳାରୁ ବାଛନ୍ଦ କରାଯାଇଛି । ଏନେଇ ପ୍ରତିକି୍ରୟା ରଖିଛନ୍ତି ରାନୀ ପଣ୍ଡା ।

ସେ କହିଛନ୍ତି, ଯେଉଁଠି ନାଚିବେ ସେଠି ଖଣ୍ଡଗିରି ମେଳା ହେବ । ଏହା ସହ ତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର । ସେ ନାଚିଲେ ଅନ୍ୟମାନଙ୍କ ବେପାର ବୁଡ଼ିଯିବ ବୋଲି ଷଡ଼ଯନ୍ତ୍ର କରି ମୋତେ ମେଳାରୁ ବ୍ୟାନ୍ କରାଯାଇଛି ବୋଲି ଖୋଲାଖୋଲି କହିଛନ୍ତି ରାନୀ । ମୋ ପାଇଁ ଏକ ଯାତ୍ରା ଅନୁଷ୍ଠାନକୁ ବାରଣ କରିବା ନିଶ୍ଚିତ ନିନ୍ଦନୀୟ । ଏହା ଦ୍ୱାରା କୌଣସି କଳାକାରର ପ୍ରତିଭା ଲୁକାୟିତ ହେବନାହିଁ ବରଂ ସେ ଅଧିକ ଉତ୍ସାହ ହେବ । ଦୁଃଖ ଲାଗୁଛି ଅନ୍ୟ ଯାତ୍ରା ପାର୍ଟିରେ ମୋ ଠାରୁ ଅଧିକ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଛିଥିଲେ ମଧ୍ୟ ସେମାନଙ୍କୁ ପ୍ରଶାସନ ପ୍ରୋତ୍ସାହିତ କରୁଛି ମୋତେ ବାରଣ କରାଗଲା କାହିଁକି? ଏନେଇ ପ୍ରଶ୍ନ କରିଛନ୍ତି ରାନୀ ।

Share

Leave a Reply

Your email address will not be published. Required fields are marked *

two × 1 =