ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ନୂଆ ସିଡି ୧୧୦ ଡ୍ରିମ୍ ଡିଲକ୍ସ ବାଇକ୍ ଉନ୍ମୋଚିତ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନୂଆ ସିଡି ୧୧୦ ଡ୍ରିମ୍ ଡିଲକ୍ସ ବାଇକ୍‌କୁ ଉନ୍ମୋଚନ କରାଯାଇଛି । ହୋଣ୍ଡାର ନୂତନ ପିଢ଼ିର ଏହି ସବୁଠୁ ସୁଲଭ ବାଇକ୍ ଏହାର ଉନ୍ନତ ସୁବିଧା ସୁଯୋଗ, ଆରାମ ଏବଂ ଆକର୍ଷଣୀୟ ଷ୍ଟାଇଲ୍ ସହିତ ଏଂଟ୍ରି ସ୍ତରର ମୋଟରସାଇକଲ୍ ବର୍ଗରେ ବିପ୍ଳବ ଆଣିବ ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଶ୍ରୀ ସୁସ୍ତୁମୁ ଓଟାନି କହିଛନ୍ତି ଯେ, “ସମ୍ପୂର୍ଣ୍ଣ ନୂଆ ଓବିଡି୨ ନିୟମ ପାଳନ କରୁଥିବା ସିଡି ୧୧୦ ଡ୍ରିମ୍ ଡିଲକ୍ସକୁ ଉନ୍ମୋଚନ କରି ଭାରତୀୟ ମୋଟରସାଇକଲ୍ ବଜାରରେ ସୁଲଭତା ଓ ପ୍ରଦର୍ଶନରେ ଉନ୍ନତି ଆଣିଥିବାରୁ ଆମେ ଉତ୍ସାହିତ । ଏହି ପରବର୍ତୀ ପିଢ଼ିର ମୋଟରସାଇକଲ୍‌ରେ ଆରାମ, ସୁବିଧା ଓ ଭରସାର ସମିଶ୍ରଣ, ଯାହା ଗ୍ରାହକମାନଙ୍କୁ ଅତୁଳନୀୟ ମୂଲ୍ୟ ପ୍ରଦାନ କରିବା ଲାଗି ଏଚ୍‌ଏମ୍‌ଏସ୍‌ଆଇ ପ୍ରଦାନ କରିଥିବା ପ୍ରତିବଦ୍ଧତାର ପ୍ରତିଫଳନ ଅଟେ ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସେଲ୍‌ସ ଓ ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ,“ସିଡି ବ୍ରାଣ୍ଡ୍‌ର ସମୃଦ୍ଧ ପରମ୍ପରା ଉପରେ ଗଠନ କରାଯାଇଥିବା ସମ୍ପୂର୍ଣ୍ଣ ନୂଆ ସିଡି ୧୧୦ ଡ୍ରିମ୍ ଡିଲକ୍ସକୁ ଲଂଚ କରି ଆମେ ଗର୍ବିତ । ଏହି ମୋଟରସାଇକଲ୍ ଆରାମ, ସୁବିଧା ଏବଂ ଷ୍ଟାଇଲ୍‌ର ଏକ ବ୍ୟାପକ ପ୍ୟାକେଜ୍ ପ୍ରଦାନ କରୁଛି । ଆମର ବିଶ୍ୱାସ ରହିଛି ଯେ ଏହାର ଆକର୍ଷଣୀ ମୂଲ୍ୟ ଓ ଅତୁଳନୀୟ ସୁବିଧା ବିଭିନ୍ନ ବର୍ଗର ଗ୍ରାହକଙ୍କୁ ଆକର୍ଷିତ କରି ଏହାକୁ ଦୈନନ୍ଦୀନ ଯାତାୟାତ ପାଇଁ ପସନ୍ଦର ବାଇକ୍‌ରେ ପରିଣତ କରିବ ।’’
ସଦ୍ୟତମ ପ୍ରଯୁକ୍ତି ଦୃଷ୍ଟିରୁ ନୂଆ ହୋଣ୍ଡା ସିଡି ୧୧୦ ଡ୍ରିମ୍ ଡିଲକ୍ସରେ ରହିଛି ଓବିଡି୨ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଂଜିନ୍ ଯେଉଁଥିରେ ଏନ୍‌ହାନ୍‌ସଡ୍ ସ୍ମାର୍ଟ ପାୱାର ରହିଛି । ଏହାର ଏସିଜି ଷ୍ଟାର୍ଟର ମୋଟର ଶୀଘ୍ର ଏବଂ ଧକ୍କା ମୁକ୍ତ ଗାଡ଼ି ଷ୍ଟାର୍ଟ ସୁବିଧା ପ୍ରଦାନ କରୁଛି । ଉଚ୍ଚ ମାନର ଟ୍ୟୁବଲେସ୍ ଟାୟାର ଏବଂ ଷ୍ଟାଇଡ୍ ଷ୍ଟାଣ୍ଡ୍ ଇଞ୍ଜିନ ଇନହିବିଟରକୁ ଏଥିରେ ବ୍ୟବହାର କରାଯାଇଛି ।
ଆରାମ ଓ ସୁବିଧାସୁଯୋଗ ଭାବେ ଏଥିରେ ଡିସି ହେଡ୍‌ଲ୍ୟାମ୍ପ୍ ବ୍ୟବହାର କରାଯାଇଛି ଯାହା ଗାଡ଼ି ଧିରେ ଚଲାଇବା ବେଳେ ଏବଂ ରାତିରେ ଗାଡ଼ି ଚଲାଇବା ବେଳେ ବ୍ୟାପକ ଆଲୋକ ପ୍ରଦାନ କରିବ । ଏଥିରେ ଇଞ୍ଜିନ ଷ୍ଟାର୍ଟ/ ଷ୍ଟପ୍ ସ୍ୱିଚ୍‌, ଲମ୍ବା ସିଟ୍‌, ଇକ୍ୱିଲାଇଜର୍ ସହିତ କମ୍ବି ବ୍ରେକ୍ ସିଷ୍ଟମ୍‌, ୪ଏଏଚ୍ ଏମ୍‌ଏଫ୍ ବ୍ୟାଟେରି ଏବଂ ଭିସ୍‌କସ୍ ପେପର ଫିଲ୍‌ଟର ରହିଛି । ଏହାର ଷ୍ଟାଇଲିସ୍ ଗ୍ରାଫିକ୍‌ସ ଓ ଆକର୍ଷଣୀୟ ଭାଇଜର ଓ ଫେଣ୍ଡର୍‌, କ୍ରୋମ ମଫଲର କଭର ଏବଂ ପାଂଚ ସ୍ପୋକ୍ ସିଲଭର୍ ଆଲୟ ହ୍ୱିଲ୍ ଗାଡ଼ିର ଶୋଭାକୁ ବଢ଼ାଉଛି । ଏହା ଉପରେ ୩ ବର୍ଷର ସାଧାରଣ ସହିତ ୭ ବର୍ଷର ବର୍ଦ୍ଧିତ ୱାରେଂଟି ବିକଳ୍ପ ସହ ୧୦ ୱାରେଂଟି ପ୍ରଦାନ କରାଯାଉଛି । ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୭୩,୪୦୦ରୁ ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

5 − 5 =